ଟାର୍ଗେଟ୍‌ରେ ଥିଲେ ସିଆରପିଏଫ୍‌ ଯବାନ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଥରେ ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ମାଓ ଗତିବିଧି ନଜରକୁ ଆସିଛି। ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ କେ.ବଲାଙ୍ଗ ଥାନା ଅଞ୍ଚଳରୁ ଆଜି ପ୍ରାୟ ୧୫ କେଜିର ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହୋଇଛି। ଏହି ଅଞ୍ଚଳରେ ଚାଲିଥିବା ସିଆରପିଏଫ୍‌ ଓ ପୁଲିସର ମିଳିତ କମ୍ବିଂ ଅପରେସନକୁ ଟାର୍ଗେଟ କରି ମାଓ ସଂଗଠନ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। କିନ୍ତୁ ମାଓବାଦୀଙ୍କ ଯୋଜନା ବିଫଳ ହୋଇଛି। […]

ଭୁବନେଶ୍ୱର : ଓଭରବ୍ରିଜ୍ ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ଖଣ୍ଡଗିରି ଟ୍ରାଫିକ୍ ଛକରେ ଏକପାଖିଆ ରାସ୍ତା ଚାଲୁରହିବ। ଖୋର୍ଦ୍ଧାରୁ ଭୁବନେଶ୍ବର ଦିଗରୁ ଆସୁଥିବା ଯାନବାହନଗୁଡ଼ିକ କୋଳଥିଆ ଛକରୁ ଡାହାଣକୁ ଆସି ଖଣ୍ଡଗିରି ଥାନା ଦେଇ ପ୍ରାଚୀ ହୋଟେଲ୍‌ଠାରେ ପୁଣି ବାମ ପାର୍ଶ୍ବ ଜାତୀୟ ରାଜପଥକୁ ଧରିବେ। ସେହିଭଳି ବରମୁଣ୍ଡାରୁ ଖୋର୍ଦ୍ଧା ଦିଗରେ ଯାଉଥିବା ଯାନବାହନ ଗତିପଥ ନ ବଦଳାଇ ପୂର୍ବଭଳି ଚାଲିବେ। ପ୍ରାଚୀ ହୋଟେଲରୁ କୋଳଥିଆ ଛକ ପର୍ଯ୍ୟନ୍ତ […]

ସବୁ ଅସୁବିଧା ଦୂରକରିବାକୁ ପ୍ରତିଶୃତିଦେଲେ ଜିଲ୍ଲାପାଳ ଓ ଏସପି ମାଲକାନଗିରି : ପ୍ରଥମ କରି ଲାଲଗଡ଼ର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ସ୍ୱାଭିମାନ ଅଞ୍ଚଳର ଅତି ମାଓପ୍ରବଣ ଇଲାକା ଯୋଡାମ୍ବ ଠାରେ ଆଜି ହଠାତ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନର ସୁଅ। ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜଂତୁରାଈ ଗାଁରୁ ମୋଟର ସାଇକେଲ ଯୋଗେ ଯୋଡ଼ମ୍ବ ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କର ସୁଖ ଦୁଃଖ ପଚାରି ବୁଝିଥିଲେ। ପ୍ରଥମକରି ଜିଲ୍ଲାପାଳ […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ା ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ମଳିପଡ଼ା- ଦଲକା ରାସ୍ତାକଡ଼ରେ ଏକ ମାଈ ହାତୀ ମରିପଡ଼ିଥିବା ଲୋକେ ଦେଖିଥିଲେ। ସେମାନେ ଏସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର କିପରି ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରୁଛନ୍ତି। ମୃତ ମାଈ ହାତୀର ବୟସ ୧୫ରୁ ୧୮ […]

ଦୈନିକ ହଜାର ହଜାର ଟନ୍‌ ଗ୍ୟାସ୍‌, ପେଟ୍ରୋଲ ପରିବହନ ହେଉଛି ଭୁବନେଶ୍ୱର : ରାଜଧାନୀର ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ସରକାର। କେତେବେଳେ ରାସ୍ତାରେ ଯାଉ ଯାଉ ହଠାତ୍‌ ନାକ କାନ ରୁନ୍ଧି ହୋଇ ତଳେ ପଡ଼ି ଜୀବନ ଚାଲିଯିବ। ନଚେତ୍‌ ବିସ୍ଫୋରଣରେ ହାତ ଗୋଡ଼ ଛିଣ୍ଡି ଜୀବନ ଚାଲିଯିବ ତାହା କେହି କହିପାରିବେନି। ଏପରିକି ଦୁର୍ଘଟଣା ଘଟିଲେ ବି ପାଖଆଖ ଅଞ୍ଚଳରେ କେହି ବଞ୍ଚିବେନି। […]

ଭୁବନେଶ୍ୱର : ଲୋକସେବା ଭବନରୁ ମାତ୍ର ୨୦ମିଟର ଦୂରରେ ଓ ବିଧାନସଭାରୁ ୧୦୦ ମିଟର ଦୂରରେ ଅଛି ପେଟ୍ରୋଲ ପମ୍ପ୍। ପେଟ୍ରୋଲ ପମ୍ପର ଚାରିକଡ଼େ ସରକାରୀ କାର୍ଯ୍ୟାଳୟ। ରାଜୀବ ଭବନରୁ ଆରମ୍ଭ କରି ଖାରବେଳ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ସରକାରଙ୍କର ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ଏଠାରେ ଅଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ଏଠାରେ। ପ୍ରାୟ ୨ହଜାରରୁ […]

ଚାନ୍ଦବାଲି : ପୂର୍ବରୁ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବିରଳ ମାଛ କ୍ୟାଟ୍ ଫିସ ଓଡ଼ିଶାର ଚାନ୍ଦବାଲିରେ ଦେଖିବାକୁ ମିଳିଛି। ଏହି ଅଦ୍ଭୁତ ବିଷାକ୍ତ ମାଛକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ଭାରତଠାରୁ ହଜାର ହଜାର କିମି ଦୂର ଦକ୍ଷିଣ ଆମେରିକାର ଆମାଜନ ନଦୀର ଏହ ବିରଳ ମାଛ ପୂର୍ବରୁ ବାରଣାସୀଠାରେ ଗଙ୍ଗା ନଦୀରେ ଦେଖିବାକୁ ମିଳିଥିଲା। ହେଲେ ଏହି ମାଛ ମାଛକୁ ଏବେ ଓଡ଼ିଶାର ଚାନ୍ଦବାଲିରେ ଦେଖିବାକୁ […]

ଛଅ ଜଣ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି,ଅଗ୍ନିକାଣ୍ଡର ସଠିକ କାରଣ ଅସ୍ପଷ୍ଟ ଭୁବନେଶ୍ବର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି। କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବି‌ଶେ‌ଷ ଜଣାପଡ଼ିନାହିଁ। ତେବେ ଏଲପିଜି ଟାଙ୍କି ଫାଟିବାରୁ ଏହି […]

ଭୁବନେଶ୍ବର: ରାଜଧାନୀ ହୋଇଛି ସ୍ମାର୍ଟ। ରାସ୍ତାକଡ଼‌ରେ କୋଟି କୋଟି ଟଙ୍କା ବିନିଯୋଗ କରି ସୁନ୍ଦର ପରିବେଶ ତିଆରି ହୋଇଛି। ମାତ୍ର ମରଣଯନ୍ତା ସାଜିଥିବା ଖୋଲା ଓ ଅଧାଭଙ୍ଗା ଡ୍ରେନ୍‌ ସଜାଡ଼ିବାକୁ ପ୍ରଶାସନ ଉଚିତ୍‌ ମଣୁନାହିଁ। ରାଜଧାନୀରେ ଖୋଲା ଡ୍ରେନ୍‌ ମଣିଷର ଜୀବନ ନେଇଯିବା ଘଟଣା ଚିରାଚରିତ ହୋଇଯାଇଛି। ତେବେ ତା’ଠୁ ବିପଜ୍ଜନକ ସାଜିଛି ଅଧ ଭଙ୍ଗା ଅବସ୍ଥାରେ ଶୋଚନୀୟ ହୋଇ ପଡ଼ିଥିବା ଡ୍ରେନ୍‌। କେଉଁଠି ଡ୍ରେନ୍‌ର ବାଡ଼ ଭାଙ୍ଗି ଯାଇଛି […]

ବାରିପଦା: ବନ୍ଦ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ଏକମାତ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଲେଜକୁ ଏନେଇ ସୂଚନା ଦିଆଯାଇଛି। କରୋନା ସମୟରେ ଆୟୁଷ ଡାକ୍ତର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏବେ ଅବହେଳିତ ହୋଇପଡିଛି ଏହି ହସ୍ପିଟାଲ। ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିବା ଏହି ବାରିପଦାର ଏହି ମେଡିକାଲ କଲେଜକୁ ସଞ୍ଜିବନୀ ଯୋଗାଇବାକୁ ଦାବି ହୋଇଛି। ୨୦୧୬-୧୭ ବ୍ୟାଚ୍‌ରୁ ଏହି […]

Social media & sharing icons powered by UltimatelySocial