ଭୁବନେଶ୍ୱର : ଲଘୁଚାପଜନିତ ବର୍ଷାରେ ଆଜି ପୂରା ରାଜଧାନୀ ଉବୁଟୁବୁ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା କାଳ ଲଗାଣ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ଆଜି ଘଣ୍ଟାକୁ ୨୦ରୁ ୩୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। ସକାଳୁ ପାଗ ଶୁଖିଲା ଥିଲେ ହେଁ ମଧ୍ୟାହ୍ନ ୧୨ଟାରୁ ଆକାଶ ମେଘାଚ୍ଛନ୍ନ ହୋଇଯାଇଥିଲା। ପବନ ସାଙ୍ଗକୁ କଳାହାଣ୍ଡିଆ ମେଘ ଚତୁର୍ଦ୍ଦିଗ ଅନ୍ଧାର କରିଦେଇଥିଲା। ତୁହାକୁତୁହା […]

ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ବାରଙ୍ଗ : ଦୀର୍ଘ ୭ ମାସ ପରେ ଆଜି‌ ରବିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଛି। ଠିକ୍ ସକାଳ ୮ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ତେବେ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇ ସାରିଛି। ଆଜି ରବିବାର ଛୁଟି ଦିନ ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଛି। ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ସଂଖ୍ୟା ସ୍ପଷ୍ଟ ହୋଇନଥିଲେ ମଧ୍ୟ ରବିବାର ପାଇଁ […]

ବାଲେଶ୍ବର: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ହେତୁ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏହି ବର୍ଷା ହେବା ପରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଲଘୁଚାପ କାରଣରୁ ଗତ ୨ ଦିନ ଧରି ବସ୍ତା ଅଞ୍ଚଳରେ ଲଗାଣବର୍ଷା ଲାଗିରହିଛି। ଏହାର ପ୍ରଭାବରୁ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳକା ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଦେଇ […]

ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତିଙ୍କ ରୁଲିଂ ଭୁବନେଶ୍ବର: ସରକାର ଯାଞ୍ଚ କରିବେ କୋଭିଡ୍ ହସ୍ପିଟାଲର ସ୍ଥିତି। କେମିତି ଚାଲିଛି କୋଭିଡ ପରିଚାଳନା, ତାହା ବି ଯାଞ୍ଚ ହେବ। ବିଭାଗୀୟ ମନ୍ତ୍ରୀ ଏକ ଟିମ୍ ଗଠନ କରି ସ୍ଥିତି ଯାଞ୍ଚ କରିବା ପାଇଁ ବିଧାନସଭାରେ ରୁଲିଂ ଦେଇଛନ୍ତି ବାଚସ୍ପତି। ବିଧାନସଭାରେ କୋଭିଡ ହସ୍ପିଟାଲ ପରିଚାଳନାରେ ଅବ୍ୟବସ୍ଥା ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରିଥିଲେ ବିଧାୟକ। ବିଧାୟକଙ୍କ ଅଭିଯୋଗକୁ ଆଧାର […]

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ୪ ଟି ଜିଲ୍ଲାରେ ଅତି ପ୍ରବଳ ଓ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ , କନ୍ଧମାଳ , କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା, କଟକ, ଗଜପତି, ରାୟଗଡା, […]

ଅଧା‌ରୁ ଅଧିକ ବିକ୍ୟୁଏସ୍‌ ଭାଙ୍ଗିରୁଜି ଗଲାଣି, ଡିଜିଟାଲ୍‌ ସେବା ମିଳିଥାନ୍ତା, ଏବେ ଅନ୍ଧାରରେ ଭୁବନେଶ୍ୱର : ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତାରେ ପ୍ରତି ୫୦୦ମିଟରରୁ ୧କିମି ମଧ୍ୟରେ ଗୋଟିଏ ଲେଖାଏଁ ବସ୍‌ଷ୍ଟପ୍‌ ଥିବା ସମସ୍ତଙ୍କ ନଜରରେ ପଡ଼ୁଛି। କାଁ ଭାଁ ବୋର୍ଡରେ ଲାଇଟ୍‌ ଜଳୁଛି ଆଉ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖିବାକୁ ମିଳୁଛି। କେଉଁଠି କରୋନା ନେଇ ସଚେତନତା ବାର୍ତ୍ତା ଦିଆଯାଇଥିବା ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ କିନ୍ତୁ ଭଙ୍ଗାଦଦରା ଅବସ୍ଥାରେ […]

୭ରେ ଆଉ ଏକ ଲଘୁଚାପ ସମ୍ଭାବନା ଭୁବନେଶ୍ୱର : ଆସୁଛି ବଡ଼ ବର୍ଷା। ୫ ଦିନ ଧରି ଅର୍ଦ୍ଧାଧିକ ଓଡ଼ିଶାରେ ବର୍ଷା ଲାଗି ରହିବ। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ବର୍ଷାର ପ୍ରକୋପ ଦେଖାଦେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ। ଜଳବନ୍ଦୀ ସମସ୍ୟା, ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର […]

ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଆକଳନ କରାଗଲା ନାହିଁ ଭୁବନେଶ୍ବର: ପଞ୍ଚାୟତ ସ୍ତରରେ କେତେ ସଙ୍ଗରୋଧ କକ୍ଷ, କୋଭିଡ୍‌ କେୟାର କେନ୍ଦ୍ର ଓ ଅସ୍ଥାୟୀ ମେଡିକାଲ୍‌ କେନ୍ଦ୍ର ଖୋଲାଗଲା ? କେତେ ପ୍ରବାସୀ ଶ୍ରମିକ ସେଠାରେ ରହିଲେ ? ସେମାନଙ୍କ ପାଇଁ କେତେ ଖର୍ଚ୍ଚ ହେଲା? ଏ ଟଙ୍କା ସରକାର ଆଣିଲେ କେଉଁଠୁ? କେତେ ଜଣ ପ୍ରବାସୀ ଶ୍ରମିକ ଶ୍ରମ କାର୍ଯ୍ୟାଳୟରେ ପଞ୍ଜୀକରଣ କଲେ ? କରୋନା ମହାମାରୀ ପରିପ୍ରେକ୍ଷୀରେ ପଞ୍ଚ‌ାୟତିରାଜ […]

ଅକ୍ଟୋବର ମାସରେ ଭାଙ୍ଗିବାକୁ ନିଷ୍ପତ୍ତି, ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ସନ୍ଦେହ ଚନ୍ଦ୍ରଶେଖରପୁର: ସରକାରୀ ଜମିରେ ଛିଡ଼ା ହୋଇଛି ପାଚେରି। ତା’ପରେ ବି ଭାଙ୍ଗିବାକୁ ସରକାରୀ ବାବୁଙ୍କ ସାହସ ପାଉନି। ଏନେଇ ଦୁଇ ମାସ ହେଲା ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶ ପରେ ଏବେ ଅଧା ପାଚେରି ଭଙ୍ଗାଯାଇଛି। ତେବେ ମେନ୍‌ ଗେଟ୍‌ ସହ ବାକି ଅଧା ପାଚେରିକୁ ସୁରକ୍ଷା ଦିଆଯାଇ ଡ୍ରେନ୍‌ ଦିଗ ବଦଳାଇ ରବିବାର ନିର୍ମାଣ କାମ […]

ନବୀନ ନିବାସରୁ ଭାଗନେଲେ ମୁଖ୍ୟମନ୍ତ୍ରୀ,ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଭୁବନେଶ୍ବର: ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ଅଧିବେଶନ ତୁଳନାରେ ଆଜିର ଦୃଶ୍ୟ ଥିଲା ସଂପୂର୍ଣ୍ଣ ଭିନ୍ନ। ସାମାଜିକ ଦୂରତା ରକ୍ଷା ପାଇଁ ବିଧାନସଭା ମୁଖ୍ୟ ହଲ୍‌ରେ ୭୮ ଜଣ ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିବା ବେଳେ ଗୃହରେ ୫୦ରୁ ୬୦ ବିଧାୟକ ଉପସ୍ଥିତ ଥିଲେ। ସମସ୍ତଙ୍କ ମୁହଁରେ ଥିଲା […]

Social media & sharing icons powered by UltimatelySocial