ମାସକରେ ୧୧ରୁ ଅଧିକ ମଲେଣି, ଲୋପ ପାଇଯିବେ ଶଙ୍ଖଚିଲ, କିଙ୍ଗକୋବ୍ରା ଭୁବନେଶ୍ବର: ୧୮୫ଦିନ ହେଲା ନନ୍ଦନକାନନ ବନ୍ଦ। ପର୍ଯ୍ୟଟକଙ୍କ ଆଗମନ ନାହିଁ କି ଗହଳିଚହଳି ହେଉନି। ସବୁ ଯେମିତି ଶୂନ୍‌ଶାନ। ଯୁଆଡ଼େ ଚାହିଁଲେ ଖାଲି ଖାଁ ଖାଁ। କାଁ ଭାଁ କର୍ମଚାରୀ ଜୀବଜନ୍ତୁଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଉଛନ୍ତି। ଦେଖାରଖା ବି କରୁଛନ୍ତି। ଏକପ୍ରକାର ନିଶବ୍ଦ ହୋଇପଡ଼ିଥିବା ଦେଶର ଏହି ପ୍ରମୁଖ ପ୍ରାଣୀଉଦ୍ୟାନ ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କୁ ହରାଇ […]

ଟୁଇଟ୍ ଯୋଗେ ସୂଚନା ଦେଲେ ଡିସିପି ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୁଲିସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ […]

ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବେ କି…? ଧରାକୋଟ: ଧରାକୋଟ ଗଡଜାତ ଅଞ୍ଚଳର ଆରାଧ୍ୟ ଦେବତା ଭାବରେ ଦୀର୍ଘ ୩୦୦ବର୍ଷରୁ ଅଧିକ ହେବ ପୂଜାପାଇ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ। ଧରାକୋଟ ରାଜପରିବାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିରର ସମସ୍ତ ନୀତିକାନ୍ତି ହୋଇଆସୁଛି।ଧରାକୋଟ ସହରର ମୁଖ୍ୟ ସ୍ଥାନରେ ମନ୍ଦିରଟି ଥିବାରୁ ପ୍ରତିଦିନ ଭକ୍ତ ଓ ସ୍ଥାନୀୟ ଲୋକଙ୍କର ଚଳପ୍ରଚଳ ସେହି ଅଞ୍ଚଳରେ ହୋଇଥାଏ। ଏହି ଅଞ୍ଚଳର ରାସ୍ତାଘାଟ ,ବିଜୁଳି ଆଲୋକ […]

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ତିହିଡି ବିଡ଼ିଓଙ୍କ ଜରିଆରେ ୧୦ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଅନୁପସ୍ଥିତ ଥିବାରୁ ଏହି ଦାବୀପତ୍ର ଅତିରିକ୍ତ ବିଡ଼ିଓ ବୁଲ ଫିରଦୋଷଙ୍କୁ ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭାର କର୍ମକର୍ତ୍ତା ବିମ୍ବାଧର ବାରିକ ,ସନ୍ଥ ଚରଣ ବିଶ୍ୱାଳ, ରବୀନ୍ଦ୍ର ବାରିକ, […]

ଡେରାବିଶର ବେଣୀପୁର ଘାଇ ସ୍ଥିତି ଅନୁଧ୍ୟାନ କଲେ ଟିମ କେନ୍ଦ୍ରାପଡା/ଭଦ୍ରକ : ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା ଓ ଭଦ୍ରକ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିଛନ୍ତି। ଏଥିସହିତ, ଉଭୟ ଜିଲ୍ଲାର ପ୍ରଶାସନ ସହ ଆଲୋଚନା କରିଛନ୍ତି। କୃଷିନିଗମ ଓ କୃଷକ ମଙ୍ଗଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡ. ବିରେନ୍ଦ୍ର ସିଂହଙ୍କ ନେତୃତ୍ବରେ ସଡକ ଏବଂ ପରିବହନ ଓ ଜାତୀୟ ରାଜପଥ ନିର୍ବାହୀ […]

ବନ୍ତଳା : ଜଣେ ମେଧାବୀ ଛାତ୍ର ଭାବେ ଏକଦା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଏବେ ଗାଈଆଳ ଓ ଶ୍ରମିକ। ସେ ପୁଣି ଜଣେ ସଫ୍ଟ‌ୱେର‌ ଇଂଜିନିୟର। ମାସିକ ୪୦ ହଜାର ଟଙ୍କା ଦରମା ପାଉଥିଲେ। ସବୁକିଛି ଓଲଟପାଲଟ କରିଦେଇଛି କରୋନା। ନିଯୁକ୍ତି ମିଳୁ ନଥିବାରୁ ଗାଈ ଚରାଇ ଓ ମୂଲ ଲାଗି ସେ ଏବେ ପେଟ ପୋଷୁଛନ୍ତି। ଏହି ଯନ୍ତ୍ରୀ ଜଣକ ହେଉଛନ୍ତି ଅନୁଗୁଳ […]

ଜବରଦଖଲରେ ଶହେ ଏକର, ନାଗା ଦଳରେ ଭର୍ତ୍ତି କଟକ: ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ। କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ଜଳ ହ୍ରଦ ଭାବେ ଏହାର ମାନ୍ୟତା ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ଶହେ […]

ପୁରୀ : ଥଣ୍ଡା ଅଞ୍ଚଳରେ ଆମେ ଅଙ୍ଗୁର ଫଳୁଥିବାର ଜାଣିଛୁ। କିନ୍ତୁ ପୁରୀ ଭଳି ଉପକୂଳର ଅଞ୍ଚଳରେ ଅଙ୍ଗୁର ଫଳିବା ପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପୁରୀର ଭୂଦାନ ନଗରର ଘନଶ୍ୟାମ ବେହେରା। ନିଜ ବାଡ଼ିରେ ଅଷ୍ଟ୍ରେଲିଆନ୍‌ କିସମ ଅଙ୍ଗୁର ଫଳାଇ କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିନାହାଁନ୍ତି, ‌ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଉଦ୍ୟମ ଫଳରେ ଟାଙ୍ଗରା ଭୂଇଁ ବି ସବୁଜିମା ହୋଇପାରିବ, ଏହା ପ୍ରମାଣିତ କରି ଦେଖାଇଛନ୍ତି […]

ଭୁବନେଶ୍ୱର : ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି। ପୂର୍ବରୁ କୋଭିଡ୍‌ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ୍‌ କଟକଣା କୋହଳ ହୋଇଛି। ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି। କିଛି ଦିନ ସଚେତନ କରିବା ପରେ ଆଜି କମିସନରେଟ୍‌ ଟ୍ରାଫିକ୍‌ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଏକନମ୍ବର ହାଟ ସାମ୍ନାରୁ ୨୦ ଓ ନାଲ୍‌କୋ ଛକ ପାଖ ଫଳ ବଜାରରୁ ୨୦ […]

ଯାଜପୁର: ନିକଟରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହେବା ଘଟଣାକୁ କେନ୍ଦ୍ରକରି ହୋଇ ଆସୁଥିବା ଚର୍ଚ୍ଚା ଥମି ନାହିଁ। ଯାଜପୁର ଡିଭିଜନ ଅଧୀନ‌ରେ ଥିବା ବୈତରଣୀ, ବୁଢା, କାଣୀ ନଦୀରେ ୫‌ଟି ଘାଇ ହୋଇଛି। ଜାରକା ଡିଭିଜନ ଅଧୀନରେ ଥିବା ବ୍ର‌ାହ୍ମଣୀ, ଖରସ୍ରୋତା ଓ କେଲୁଅ ନଦ‌ୀବନ୍ଧ ମରାମତି ହୋଇ ନଥିବାରୁ ଏକକାଳୀନ ୨୫ଟି ଘାଇ ହୋଇଥିବା ପ୍ରଶାସନ ସ୍ବୀକାର କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡିନାମାଇଟ୍‌ […]

Social media & sharing icons powered by UltimatelySocial