ଭୁବନେଶ୍ୱର : ଶନିବାରଠାରୁ ଓଡ଼ିଶାରୁ ଗୁଜରାଟକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେଉଛି। ମିଳିଥିବା ସୂଚନା ଅନୂଯାୟୀ ଖୋର୍ଦ୍ଧା ରୋଡ‌ରୁ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ଶନିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ ଏବଂ ଅହମଦାବାଦଠାରୁ ସେପ୍ଟେମ୍ବର ୧୪ରୁ ପ୍ରତି ସୋମବାର, ଗୁରୁବାର, ଶନିବାର ଓ ରବିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ। ସେହିପରି ଖୋର୍ଦ୍ଧା ରୋଡ଼ରୁ ସେପ୍ଟେମ୍ବର ୧୩ରୁ ପ୍ରତି ରବିବାର ପୂର୍ବାହ୍ନ ୧୦ଟା ୪୦ରେ ଛାଡିବ […]

ଚଢ଼ା ଦରରେ ବିକ୍ରି ହେଉଛି କୀଟନାଶକ ବାଲିଅନ୍ତା: ବନ୍ୟା ଛାଡ଼ିଛି ସିନା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ। ବନ୍ୟା ମୁହଁରୁ ବଞ୍ଚି ଯାଇଥିବା ଧାନ ଫସଲ ଏବେ କାଣ୍ଡବିନ୍ଧା ପୋକଙ୍କ ମୁହଁରେ ନଷ୍ଟ ହେବାକୁ ବସିଛି। କୀଟନାଶକ ମିଳୁନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ତୁରନ୍ତ କୃଷି ବିଭାଗ ସହଯୋଗ ନ କଲେ ଚାଷୀମାନେ ସର୍ବସ୍ବାନ୍ତ ହେବା ନିଶ୍ଚିତ ବୋଲି ଜଳଜଳ ଦେଖାଗଲାଣି। ଭାର୍ଗବୀ ଓ ଧନୁଆ‌ ନଈ ବନ୍ୟାରେ […]

ତଦନ୍ତ ରିପୋର୍ଟକୁ ନଷ୍ଟ କରିବାକୁ ଉଦ୍ୟମ ଅଭିଯୋଗ ପୁରୀ : ପୁରୀରେ ବଗଲା ଧର୍ମଶାଳାକୁ ବିସ୍ଥାପିତଙ୍କୁ ବିକ୍ରି କରିବାକୁ ନେଇ ଗତ ୧୮ ଦିନ ହେବ ଆନ୍ଦୋଳନ ଚାଲିଛି। ବଗଲା ଜମିକୁ ଫେରାଇ ଆଣିବା ଓ ଏଠାରେ ଗରିବଙ୍କ ପାଇଁ ଏକ ଧର୍ମଶାଳା ନିର୍ମାଣ କରିବାକୁ ଜୋରଦାର ଆନ୍ଦୋଳନ ଚାଲିଛି। ଏହି ପ୍ରସଙ୍ଗକୁ ଜନସାଧାରଣଙ୍କ ସମର୍ଥନ ମଧ୍ୟ ରହିଛି। ବଗଲା ଧର୍ମଶାଳା ପ୍ରସଙ୍ଗ ସହିତ ଭାବାବେଗ ଥିବା କାରଣରୁ ବିଜେପି […]

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କିଶୋରନଗର/ଶୁଳିଆପଦା : ଗତକାଲି କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍‌କି ଜଙ୍ଗଲରେ ପୁଲିସ୍‌ ଓ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍‌ ହୋଇଥିଲେ। ୨ ଜଣ ହେଉଛନ୍ତି, କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସ୍‌ଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର […]

ଆନ୍ସିଲାରି ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରସ୍ତାବ, ୧୪ରେ ହାଇକୋର୍ଟ ଶୁଣାଇବେ ଚୂଡ଼ାନ୍ତ ରାୟ ଭୁବନେଶ୍ୱର : କୋଭିଡ୍‌-୧୯ ସମୟରେ ସ୍କୁଲ ଫି’ ଛାଡ଼କୁ ନେଇ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋସ ସମାଧାନ ହୋଇଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛ‌ାଡ଼ କରିବାକୁ ସହମତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା […]

ଭୁବନେଶ୍ୱର : କୋଭିଡ୍‌-୧୯ ଚିକିତ୍ସା ସମ୍ବନ୍ଧୀୟ ଭାଇରାଲ ଅଡିଓ ପ୍ରସାରଣକୁ ନେଇ ପୂର୍ବରୁ ୩ ଥର ଜେରା ହୋଇସାରିଥିବା ଏକ ବୈଦୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଆଜି କ୍ୟାପିଟାଲ ଥାନା ପୁଲିସ ପୁଣି ଥରେ ଜେରା କରିଛି। ଆଜି ଅପରାହ୍ନରେ ତାଙ୍କୁ ଦୀର୍ଘ ତିନିଘଣ୍ଟା ଧରି ଜେରା କରାଯାଇଛି। ଗତ ଅଗଷ୍ଟ ୨୦ ତାରିଖରେ ଶେଷ ଥର ପାଇଁ ଜେରା ହୋଇଥିବା ଏହି କର୍ମଚାରୀଙ୍କୁ ୨୦ ଦିନ ପରେ ପୁଣି ଜେରା […]

ଭୁବନେଶ୍ବର : ପୁଣି ରାଜଧାନୀରେ ପଶିଲା ହାତୀ। ଭୁବନେଶ୍ବରର ଖଣ୍ଡଗିରିସ୍ଥିତ ଭରତପୁର ଜିଏ କଲୋନୀରେ ଦନ୍ତାହାତୀ ପଶିଯାଇଥିବା ସୂଚନା ମିଳିଛି। କରୋନୀରେ ଥିବା ଏକ ଘର ପରିସରକୁ ଏକ ଦନ୍ତାହାତୀ ପଶି ପାଚେରୀ ଭାଙ୍ଗିବା ସହ ଏକ କଦଳୀଗଛକୁ ଦଳିଦେଇଛି। ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ହାତୀ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି କଲୋନୀବାସୀ। କେତେବେଳେ କାହାର ଜୀବନ […]

ମୁଣ୍ଡଳି ଓ ନରାଜ ବ୍ୟାରେଜରେ ଭଙ୍ଗା ବାଡ଼ା, ମିଟର ପାହାଚ କଟକ: ମହାନଦୀରେ ବନ୍ୟା ଆସିଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୁଏ ମୁଣ୍ଡଳୀ ଓ ନରାଜର ସ୍ଥିତି। ମୁଣ୍ଡଳୀ ବ୍ୟାରେଜର ପରେ ନରାଜରେ ମହାନଦୀରୁ ଅଲଗା ହୋଇଛି କାଠଯୋଡି। ମୁଣ୍ଡଳୀ ମହାନଦୀ ବନ୍ୟାଜଳର ମାପକ ହୋଇଥିବା ବେଳେ ନରାଜ ହେଉଛି କାଠଯୋଡିର ମାପକ। ଏହି ଦୁଇଟି ସ୍ଥାନର ଜଳ ପ୍ରବାହ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବାହିତ ବିଭିନ୍ନ […]

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସଂପ୍ରତି ରାଜ୍ୟ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇପଡ଼ିଛି। ତେବେ, ସମୁଦ୍ର ପତ୍ତନ ଉପରେ ଏକ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଅମୃତସର, ଅମ୍ବାଲା, ବରେଲି, […]

ତୁମୁଡିବନ୍ଧ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଧୁସେରି ଜଙ୍ଗଲରେ ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବେଲଘର ପୁଲିସ ଷ୍ଟେସନ ଅଧୀନରେ ଥିବ‌େ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏହି ଏନକାଉଣ୍ଟର ଘଟିଥିବା ଜଣା ପଡ଼ିଛି। କିଛି ସମୟ ଏନକାଉଣ୍ଟର ଚାଲିବା ପରେ ଏବେ ୪ ଜଣ ମାଓବାଦୀ […]

Social media & sharing icons powered by UltimatelySocial