କଟକ: ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା […]

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ବୁଲୁଛନ୍ତି ମାଳମାଳ ଯାଯାବର। ପୂର୍ବରୁ ସହର ଭିତରେ ବୁଲୁଥିବା ଏହି ଯାଯାବରମାନେ ସହରରୁ ତଡ଼ା ଖାଇବା ପରେ ଏବେ ଉପକଣ୍ଠରେ ଗଢ଼ି ସାରିଲେଣି ଅସ୍ଥାୟୀ ବସ୍ତି। କିନ୍ତୁ ଏମାନଙ୍କ ପାଇଁ କ‌‌ରୋନା କଟକଣା ବୋଲି କିଛି ନାହିଁ। ନା ଏମାନଙ୍କୁ କେହି ସଙ୍ଗରୋଧରେ ରଖୁଛି ନା ଏମାନଙ୍କ କୋଭିଡ୍‌ ପରୀକ୍ଷା ପାଇଁ କିଛି ବ୍ୟବସ୍ଥା ରହିଛି। ଏବେ ବି ସହରରେ ଚଳପ୍ରଚଳ ହେଉଥିବା ଏହି […]

ପୁରୀ: ସରିଗଲା ଘୋଷଯାତ୍ରା। ନବଦିନ ବ୍ୟାପୀ ଜନ୍ମବେଦୀରେ ଲୀଳାଖେଳା ସାରି ମହାବାହୁ ଆଜି କର୍ମବେଦୀ ନୀଳକନ୍ଦରକୁ ଫେରିବେ। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀଜିଉ ନୀଳ କନ୍ଦରକୁ ଫେରିଯିବେ। ରତ୍ନବେଦୀରେ ବିରାଜମାନ କରିବେ। ହେଲେ ଶ୍ରୀମନ୍ଦିର ଯିବା ପୂର୍ବରୁ ହେବ ମହାପ୍ରଭୁଙ୍କ ସେହି ମହାନ ଲୀଳା। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଯିବା ବାଳେ ବାଟ ଓଗାଳିବେ ମହାଲକ୍ଷ୍ମୀ। ଏହାପରେ […]

ଭୁବନେଶ୍ୱର: ଏଠି ରାତି ପାହିଲେ ବସୁଛି ମଣିଷ ବା ଶ୍ରମିକ ହାଟ। କାମ ପାଇଁ ଚାଲୁଛି ଶ୍ରମିକଙ୍କ ମୂଲଚାଲ। ଶହ ଶହ ସଂଖ୍ୟାରେ ଏକାଠି ହେଉଛନ୍ତି କାମ ଖୋଜୁଥିବା ଶ୍ରମିକ। କିନ୍ତୁ ଏହି ହାଟରେ କରୋନା କଟକଣା ନାହିଁ। ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ବଜାୟ ରଖିବା ନାହିଁ। ପେଟ ପାଇଁ ବିକଳ ହେଉଥିବା ଏହି ଶ୍ରମିକମାନଙ୍କ କଟକଣା ପ୍ରତି ନିଘା ନଥିବା ବେଳେ କେହି ମଧ୍ୟ […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ଜିଲ୍ଲାରେ ଯେପରି କରୋନା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ତାହା ପ୍ରଶାସନର ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ବ୍ରହ୍ମପୁରରେ ଜଣେ ହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଛି। ଯାହାର ଭିଡିଓ […]

ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଖର୍ଚ୍ଚ ହେବ ୧୬୦୦ କୋଟି ଭୁବନେଶ୍ୱର : ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ପରେ ଭୁବନେଶ୍ବର-କଟକ‌ ଦ୍ବୈତନଗରୀ ବାସିନ୍ଦାଙ୍କୁ ଆଉ ଦିନ ଦିନ ଧରି ବିଦ୍ୟୁତ୍‌ ନଥିବା ନେଇ ହଇରାଣ ହେବାକୁ ପଡ଼ିବନି। ଏହି ଦୁଇ ସହର ପାଇଁ ଖୁବ୍‌ଶୀଘ୍ର ୧୬୦୦ କୋଟି ଟଙ୍କା ବ୍ୟୟରେ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା କରାଯିବ। ଆଜି ଲୋକସେବା […]

ପୁରୀ: ଦିନକ ପରେ ଶ୍ରୀମନ୍ଦିର ଫେରିବେ ଶ୍ରୀଜିଉ। ଜନ୍ମବେଦୀରୁ ଲୀଳାଖେଳା ସାରି ଏବେ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ଗତକାଲି ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର […]

ବିଡିଏର ମାଷ୍ଟର ପ୍ଲାନ୍‌ କୁଆଡ଼େ ଗଲା? ଭୁବନେଶ୍ୱର : ରାଜଧାନୀ ଭିତରେ ବହୁ ଗାଡ଼ି ଯାତାୟାତ କରୁଥିବାରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ ରାଜଧାନୀକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ୪ଟି ସ୍ଥାନରେ ରଖାଯିବ। ଏଥିପାଇଁ ରାଜଧାନୀର ୪ ଦିଗରେ ୪ଟି ବସ୍‌ ଟର୍ମିନାଲ୍‌ ହେବ। ପଟିଆ, ଘଙ୍ଗାପାଟଣା, ନହରକଣ୍ଟା ଓ ପୁରୀ ବାଇପାସ୍‌ର ପାଣ୍ଡରା ନିକଟରେ ବସ୍‌ ଟର୍ମିନାଲ୍‌ ହେବ। ପ୍ରତି ବସ୍‌ ଟର୍ମିନାଲ୍‌ […]

ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲ୍‌କୁ ପଠାଗଲା ମ‌ା’ ସହ ୧୦ ମାସର ଆକ୍ରାନ୍ତ ପୁଅ କଟକ : କଟକରେ କରୋନା ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ଆଜି ଗୋଟିଏ ଦିନରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଜଣ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ସହିତ ଏସ୍‌ସିବି ଆଇସୋଲେସନ୍‌ରୁ ୧୧, ଆଠଗଡ଼-ତିଗିରିଆରୁ ୧୭ ଓ ଟାଙ୍ଗୀରୁ ୨ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଚାର୍ଯ୍ୟ […]

୧୯ ଜିଲ୍ଲାରୁ ୨୫୧ ରୋଗୀ ଚିହ୍ନଟ, ୧୬୪ ସୁସ୍ଥଗଞ୍ଜାମର ଆଉ ଏକ ଅଣ କୋଭିଡ୍‌ ମୃତ୍ୟୁ ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ କରୋନା ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଏକପ୍ରକାର ରେକର୍ଡ ସୃଷ୍ଟି ହୋଇଛି। ତହିଁରେ […]

Social media & sharing icons powered by UltimatelySocial