ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଭୁବନେଶ୍ୱର: ସାରା ରାଜ୍ୟକୁ ମୌସୁମୀ ସ୍ପର୍ଶ କଲା ପରେ ଶନିବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପକ୍ଷରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତତ୍‌ସଂଲଗ୍ନ ଅଞ୍ଚଳ […]

୨୦୦ କିମିରୁ ଅଧିକ ଡ୍ରେନ୍‌ର ସ୍ଲାବ୍‌ ନାହିଁ ଭୁବନେଶ୍ୱର: ଆଉ ଦୁଇ ତିନି ଦିନରେ ଓଡ଼ିଶା ଛୁଇଁବ ମୌସୁମୀ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରି ସାରିଲାଣି। ରାଜଧାନୀରେ ଏଥର ଯେପରି ଜଳବନ୍ଦୀ ସମସ୍ୟା ନ ହେବ, ସେଥିପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ବି ଜୋରଦାର୍‌ ଡ୍ରେନ୍‌ ସଫେଇ କରୁଛନ୍ତି। କିନ୍ତୁ ଲୋକ ଯେପରି ‌ମୁକୁଳା ଡ୍ରେନ୍‌ରେ ପଡ଼ି ନ ମରିବେ, ସେ ବ୍ୟବସ୍ଥା କେହି କରୁନାହାନ୍ତି। ରାଜଧାନୀରେ […]

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୧୩ଟି ସ୍ଥାନୀୟ କେସ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣ, ନୟାଗଡ଼ରୁ […]

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ବାଘ ଓ ହରିଣ ଛାଲ ବେପାର କରୁଥିବା ଦୁଇ ବ୍ୟବସାୟୀଙ୍କୁ ଏସଟିଏଫ୍ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା। ଏଠାରେ ବାଘ ଓ ହରିଣ ଛାଲ ବିକ୍ରୟ ନେଇ ମୁଲଚାଲ ଚାଲିଥିବା ବେଳେ ଏସଟିଏଫ୍ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ […]

ଭୁବନେଶ୍ୱର:ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୯ ତାରିଖ ସୁଦ୍ଧା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପରେ ଏହା ଭାରତର ପୂର୍ବତଟ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଏହି ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମୌସୁମୀକୁ ଟାଣିବାରେ ସହାୟକ ହେବ। ଏଥିପାଇଁ ଏହି ପାଣିପାଗ ସିଷ୍ଟମକୁ ମନସୁନ […]

ଭୁବନେଶ୍ୱର: ବହୁ ଟଣାଓଟରା ପରେ ହଂସପାଳ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଫ୍ଲାଏଓଭର ନିର୍ମାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏଠାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁଁ ଏଠାରେ ଫ୍ଲାଏଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଦେଢ଼ ବର୍ଷରେ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏଓଭର ପାଇଁ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି […]

ଭୁବନେଶ୍ୱର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ‘ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଜଗତସିଂହପୁର […]

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ନିକଟରେ ଉତ୍କଳ କାର୍ଗୋ ନାମକ ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀ ନଗଦ ୮ଲକ୍ଷରୁ ଅଧିକ ଟଙ୍କା ଧରି କେନ୍ଦୁଝରରୁ ସୁଆକାଟିସ୍ଥିତ ଓଏମସି ଖଣିକୁ ଯାଉଥିବା ବେଳେ ଏକ ନମ୍ବର ବିହୀନ କଳା ପଲସର ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ସଂମ୍ପୃକ୍ତ କର୍ମଚାରୀଙ୍କୁ ଅଟକାଇ ବନ୍ଧୁକ ଦେଖାଇବା ସହିତ ଭୁଜାଲିରେ ଆକ୍ରମଣ କରିଥିଲେ। ତା’ ସତ୍ୱେ […]

ଚିନ୍ତା ବଢ଼ାଇଲା ସଲିଆସାହି,ମୁମ୍ବାଇ ସ୍ଥିତି ହେବନି ତ? ଭୁବନେଶ୍ୱର: ସାଲିଆସାହି ବସ୍ତିକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଗତକାଲି ଏଠାରେ ଚିହ୍ନଟ ହୋଇଥିବା ମହିଳାଜଣଙ୍କ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ଠିକ୍‌ ଭାବେ ଆକଳନ କରାଯାଇପାରୁ ନାହିଁ। କାରଣ ଏହି ମହିଳାଙ୍କ ପରିବାରଲୋକେ ଘର ନିକଟରେ ଚାଉଳି(ହାଣ୍ଡିଆ ଜାତୀୟ ପାନୀୟ) ବିକ୍ରି କରୁଥିଲେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେଠାରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ସହରର […]

Social media & sharing icons powered by UltimatelySocial