ରାତିରେ ଗାଡ଼ି ଧରି ବୁଲିବାର ନୂଆ ବାହାନା ଭୁବନେଶ୍ୱର : ଦିନ ବେଳା ପୁଲିସ ଚେକିଂରେ ଧରା ପଡ଼ି ଯାଉଛନ୍ତି। ପୁଲିସକୁ ଫାଙ୍କି ପାରୁ ନାହାନ୍ତି। କିନ୍ତୁ ରାତି ହେଲେ ବାଇକ୍‌, କାର୍‌ ଧରି ରାଜଧାନୀ ରାଜରାସ୍ତାକୁ ବାହାରି ପଡ଼ୁଛନ୍ତି କିଛି ଯୁବକ। ସହର ଭିତରେ ଯୁଆଡ଼େ ଇଚ୍ଛା ବୁଲୁଛନ୍ତି। ଯଦି ପୁଲିସ ହାବୁଡ଼ରେ ପଡ଼ିଲେ, ତାହା ହେଲେ ସେବା ଭାବ ଦେଖାଇ ପୁଲିସକୁ ବି ମନାଇ ଦେଉଛନ୍ତି। ହାତରେ […]

ସହଜରେ ଦେଇ ହେବ ରକ୍ତ: ଡାକ୍ତର ଗଣେଶ ପ୍ରସାଦ ଦାଶ ପୁରୁଣା ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରକ୍ତଭଣ୍ଡାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ଅବସ୍ଥା ଏପରି ହୋଇଛି ଯେ ଏବେ ରକ୍ତଭଣ୍ଡାର ଗୁଡ଼ିକରେ ହାତଗଣତି କେତୋଟି ୟୁନିଟ୍‌ ରକ୍ତ ମହଜୁଦ୍‌ ରହିଛି। ବିଏମ୍‌ସି ହସ୍ପିଟାଲର ରକ୍ତଭଣ୍ଡାର ମଧ୍ୟ ଏହି ସଂକଟରୁ ବାଦ୍‌ ପଡ଼ିନି। ବର୍ତ୍ତମାନ […]

ଭୁବନେଶ୍ୱର: ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କର ସ୍ୱାବ୍‌ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍‌ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାପିଟାଲ୍ ହସ୍ପିଟାଲର ମେଡିକାଲ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛି ବିଭାଗ। ସୂଚନାଯୋଗ୍ୟ, […]

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକ କରିଛି। ଏହି ବୈଠକରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ ୨୧ ଦିନିଆ ତାଲାବନ୍ଦ ଆବଶ୍ୟକ, କିନ୍ତୁ ଏହା ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟକାରୀ କରାଯାଇନାହିଁ । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ […]

ଭୁବନେଶ୍ୱର: ରାଜ୍ୟ ସରକାର ୫ମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରଦୀପ୍ତ ଦଳବେହେରା। ସେ ରାଜଧାନୀର ସୂର୍ଯ୍ୟନଗରସ୍ଥିତ (ୟୁନିଟ-୭) ର ୩୭ ନମ୍ବର ପ୍ଲଟର ୪୬ ନମ୍ବର ୱାର୍ଡରେ ନିଜ ପରିବାର ସହ […]

ଆୟୁଷ ସେଲ୍‌ ବନ୍ଦ, ଦିଆଯାଉନି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଭୁବନେଶ୍ୱର : ରାଜ୍ୟରେ କରୋନା(କୋଭିଡ-୧୯) ମୁକାବିଲାରେ ଏକପ୍ରକାର ଅବହେଳାର ଶିକାର ହୋଇଛନ୍ତି କାର୍ଯ୍ୟରତ ଆୟୁଷ ଡାକ୍ତର। ରାଜ୍ୟର ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡିସ୍‌ପେନସାରିଠାରୁ ଆରମ୍ଭ କରି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ଆବଶ୍ୟକ ସୁରକ୍ଷା ଉପରକରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆୟୁଷ ସଂଘ ମଧ୍ୟ ଏ ସଂକ୍ରାନ୍ତରେ ନବନିଯୁକ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ […]

ମୁମ୍ବାଇ: ସାରା ବିଶ୍ୱରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଲୋକମାନଙ୍କୁ ସରକାରଙ୍କ କଥା ମାନି ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରହମାନ। ଏ ସମୟରେ ଧାର୍ମିକ ସ୍ଥାନଗୁଡ଼ିକୁ ଯାଇ ସମସ୍ୟା ବଢ଼ାନ୍ତୁ ନାହିଁ ବୋଲି ସେ ବୁଧବାର ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ସରକାରଙ୍କ ଉପଦେଶ ମାନି ନିଜକୁ ପୃଥକ ଭାବେ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ […]

ସମ୍ବଲପୁର : ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ସମୟରେ ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ଓଲଡିଂ ମିସ୍ତ୍ରୀଙ୍କର ୧୧ ବର୍ଷ ବୟସ୍କା ନାବାଳିକା କନ୍ୟା ନିଜର ଆଈଙ୍କ ସହ ଘରେ ଶୋଇଥିଲେ। ରାତି […]

ଭୁବନେଶ୍ୱର: କରେନାକୁ ଆମେ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ। ଯଦି ଆପଣ ନିଜଠାରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଆନ୍ତି ତାହେଲେ ସାଈ-ପଡ଼ିଶାରେ ଏହାକୁ ଲୁଚାନ୍ତୁ ନାହିଁ। ଆଗେଇ ଆସନ୍ତୁ ଏବଂ ନିର୍ଭିକ ଭାବରେ ପ୍ରକାଶ କରନ୍ତୁ। ଏହି ନିର୍ଭିକତା ଆପଣଙ୍କୁ ବଞ୍ଚାଇବା ସହ ଆପଣଙ୍କ ପରିବାର ଓ ସମାଜକୁ ବଞ୍ଚାଇବ। ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ […]

ବେଙ୍ଗାଲୁରୁ: ବର୍ତ୍ତମାନ କରୋନାଭାଇରସ୍ ଆତଙ୍କ ସାରା ପୃଥିବୀକୁ ଘାରିଥିବା ବେଳେ ନୋବେଲ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଙ୍ଗାଲୁରୁର ଜଣେ ବାସିନ୍ଦା ଏବେ ଲୋକଙ୍କୁ ନଡରିବାକୁ କହିଛନ୍ତି। ଭେଙ୍କରା ରାଘବନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, କୋଭିଡ-୧୯କୁ ନେଇ ଭୟଭୀତ ହେବାର କିଛି ନାହିଁ। ରାଘବ, ଯିଏ ଲଣ୍ଡନର ହେଥ୍ରୋ ବିମାନବନ୍ଦରରୁ ଲସ୍ ଆଞ୍ଜେଲସ ଆସିବା ସମୟରେ ସଂକ୍ରମିତ ହୋଇଥିଲେ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି […]

Social media & sharing icons powered by UltimatelySocial