ଚିହ୍ନଟ ପୂର୍ବରୁ ୩ଟି ହସ୍ପିଟାଲକୁ ଯାଇଥିଲେ ତୃତୀୟ ଆକ୍ରାନ୍ତ ଭୁବନେଶ୍ୱର: ରାଜ୍ୟରେ କରୋନା(କୋଭିଡ୍‌-୧୯) ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତୃତୀୟ ପର୍ଯ୍ୟାୟରେ ଏହା ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଥାଏ। ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ଆଜି ଏ କଥା ସୂଚାଇ ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଶ୍ରୀ ବାଗଚୀ କହିଥିଲେ ଯେ ପୂର୍ବରୁ ବିଦେଶ ଫେରନ୍ତାଙ୍କ ନିକଟରେ କ‌ରୋନା ସଂକ୍ରମଣ […]

ଭୁବନେଶ୍ୱର : ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଓ କେତେକ ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶନିବାର ଦିନ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର,କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲାଗୁଡ଼ିକୁ […]

ତିରୁବନନ୍ତପୁରମ୍: ଶନିବାର ଦିନ କେରଳ କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ ଘଟିଥିବା କଥା ରାଜ୍ୟ ସରକାର ଘୋଷଣା କରିଛନ୍ତି । ୬୯ ବର୍ଷିୟ ଏହି କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଜଣକ କୋଚିସ୍ଥିତ କଲାମାସେରି ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିଲେ । ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଜଣକ ଦୁବାଇ ଯାଇଥିଲେ । ତାଙ୍କ ଠାରେ ନିମୋନିଆ ଲକ୍ଷଣ ଦେଖାଦେବାରୁ ମାର୍ଚ ୨୨ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । […]

ଆମିଷ ବଜାରରେ ଲୋକେ ମାନୁ ନାହାନ୍ତି ସଂଘରୋଦ୍ଧ ଭୁବନେଶ୍ୱର: କରୋନା ଏମିତି ଆତଙ୍କ ଖେଳାଇଲା ଯେ ଲୋକେ ଏକରକମ ଚିକେନ ଖାଇବା ଛାଡ଼ି ଦେଇଥିଲେ। ଅଣ୍ଡା ବି ଛୁଇଁଲେ ନ‌ାହିଁ। ମାତ୍ର, ସରକାର ଲକ୍‌ଡାଉନ୍‌ ସହ ଯେବେ ଘୋଷଣା କଲେ ଯେ ଚିକେନ୍‌ ଓ ଅଣ୍ଡା ଦୋକାନ ଖୋଲା ରହିବ, ସେବେଠୁ ଯେମିତି ଆମିଷ ଦରରେ ନିଆଁ ଲାଗିଛି। ଆମିଷାଷୀମାନଙ୍କ ଆମିଷ ପ୍ରୀତି ଦେଖି ବ୍ୟବସାୟୀମାନେ ବି କିଛି ଦିନ […]

ଭୁବନେଶ୍ୱର : ପେଟ ପୋଷିବା ପାଇଁ ପଡ଼ୋଶୀ ରାଜ୍ୟ ବିହାରରୁ ଚାଲି ଆସିଥିଲେ ଭୁବନେଶ୍ୱର। କିଏ ମାର୍ବଲ କାମ କରୁଥିଲେ ତ ଆଉ କିଏ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା ପରେ ଯାତ୍ରୀ ପରିବହନ ଠପ୍ ହୋଇଯାଇଛି। ଘରକୁ ଯିବାକୁ ଅନୁମତି ମାଗିଛନ୍ତି ୨୦୦ରୁ ଅଧିକ ଶ୍ରମିକ। ସାଲିଆସାହିରେ ରହୁଥିବା ଶ୍ରମିକ ଚାଲି ଚାଲି ପ୍ରଥମେ ନୟାପଲ୍ଲୀ ଥାନା ଓ ପରେ […]

ଭୁବନେଶ୍ୱର: ସମୟ ଅପରାହ୍‌ଣ ୫ଟା। ବିଧାନସଭା ସମ୍ମୁଖରେ ଖେଳିଗଲା ଆତଙ୍କ। ବିଧାନସଭା ସମ୍ମୁଖରେ ଥିବା ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ହଙ୍ଗାମା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ବଡ଼ ପାଟିରେ ରଡ଼ି କରୁଥାନ୍ତି ଯୁବକ ଜଣକ। ପୁଲିସ କଣ୍ଟ୍ରୋଲ ରୁମ୍ ଓ ଅଗ୍ନିଶମ କେନ୍ଦ୍ରକୁ ଖବର ଗଲା। ଘଟଣାସ୍ଥଳକୁ ଛୁଟିଲା ଦମକଳ ଓ ପିସିଆର୍ ଭ୍ୟାନ୍। ସିଡ଼ି ଲଗାଇ ଅଗ୍ନିଶମ କର୍ମଚାରୀ ଆରମ୍ଭ କଲେ ଅପରେସନ୍। ପ୍ରାୟ […]

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଗାନ୍ଧିଛକ ନିକଟରେ ଆଜି ଏକ ଟ୍ରକକୁ ପୁଲିସ ଅଟକ ରଖିଛି। ଏହି ଟ୍ରକ ଡାଲାରୁ ୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲକ୍‌ଡାଉନ ସମୟରେ ଯାନବାହନ ବନ୍ଦ ରହିଥିବା ବେଳେ ମାଲବାହୀ ଗାଡ଼ି ଚାଲୁଥିବାରୁ ଏହି ଲୋକମାନେ ଏହି ଟ୍ରକରେ ବିହାର ଯାଉଥିବା ଜଣାଯାଇଛି। ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାଶ ଖବର ପାଇ ଚଢ଼ାଉ କରିଥିଲେ। ଟ୍ରକ ଭିତରେ ଲଦାଲଦି ହୋଇ ଏହି ଲୋକ ମାନେ […]

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସଂଧ୍ୟା ୮ଟା ବେଳେ ଜାରି ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୪ ରେ ପହଞ୍ଚିଛି । ଏହା ମଧ୍ୟରୁ ୬୪୭ ଜଣ ଭାରତୀୟ ହୋଇଥିବାବେଳେ ୪୭ ଜଣ ବିଦେଶୀ ରହିଛନ୍ତି । ଏହି ରିପୋର୍ଟ ଅନୁସାରେ ଦେଶରେ ୪୫ ଜଣ କରୋନା ସଂକ୍ରମିତ ଆରୋଗ୍ୟ […]

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ପୂର୍ବରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥି ସହିତ ଏପର୍ଯ୍ୟନ୍ତ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। […]

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ପଡିବ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ବିଷୟରେ ସୂଚନା ବିସ୍ତାର କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ କରୋନା […]

Social media & sharing icons powered by UltimatelySocial