ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ପୂର୍ବରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥି ସହିତ ଏପର୍ଯ୍ୟନ୍ତ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। […]

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ପଡିବ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ବିଷୟରେ ସୂଚନା ବିସ୍ତାର କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ କରୋନା […]

ମୁମ୍ବାଇ/ ପୁଣେ: ସଂପ୍ରତି ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସମଗ୍ର ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି କରୋନାକୁ ନେଇ ଏକ ଶୁଭ ଖବର ଆସିଛି। ମହାରାଷ୍ଟ୍ରର ପୁଣେରେ ସର୍ବପ୍ରଥମ କୋଭିଡ୍‌-୧୯ ଆକ୍ରାନ୍ତ ରୂପେ ଦୁଇ ସପ୍ତାହ ପୂର୍ବେ ଚିହ୍ନଟ ହୋଇଥିବା ଦୁଇଜଣ କରୋନା ରୋଗୀ ଏବେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ସହ ପୂରା ସୁସ୍ଥ ଅଛନ୍ତି। […]

ପାଇକାରୀ ଦର କଥା ବୁଝୁଛି କିଏ? ଘଡ଼ି ଘଡ଼ି‌କେ ବଦଳୁଛି ଦର ଖଣ୍ଡଗିରି : ତାଲା ବନ୍ଦ ଯୋଗୁଁ ଖୁଚୁରା ପରିବା ବେପାରୀଙ୍କୁ ମଉକା ମିଳିଛି। ମନଇଚ୍ଛା ଦର କରୁଛନ୍ତି। ଘଡ଼ି ଘଡ଼ିକେ ଦର ନିର୍ଦ୍ଧାରଣ ହେଉଛି। କହିବାକୁ କେହି ନାହିଁ। ଯେମିତି ପାରିଲେ ସେମିତି ଖାଉଟିଙ୍କୁ ଶୋଷିଲେ। ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍‌। ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା […]

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଅଦୃଶ୍ୟ କରୋନା ଭାଇରସ୍‌ ଆତଙ୍କର କାରଣ ପାଲଟିବା ସହ ମହାମାରୀର ରୂପ ଧାରଣ କରିଛି। ଏଥିରୁ ବର୍ତ୍ତିବା ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଏଥିରୁ ଆରୋଗ୍ୟ ଲାଭ ପାଇଁ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରିପାରି ନାହିଁ। ଏଥିରୁ ବର୍ତ୍ତିବା ପାଇଁ କେବଳ ମାତ୍ର ସଚେତନତା ଓ ସତର୍କତା ହିଁ ଏକମାତ୍ର ଉପାୟ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ […]

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ […]

ସହରର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ, ୬ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୩୦ ଅଧିକାରୀ ନିୟୋଜିତ ଖୋର୍ଦ୍ଧା: କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରାଯାଇଥିବା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସମେତ ଦେଶର ୭୫ଟି ଜିଲ୍ଲାରେ ଲକ୍‌ ଡାଉନ୍ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଗୋଷ୍ଠୀଗତ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବା ୫ଟି ଜିଲ୍ଲା ଓ ୭ଟି ସହରକୁ ସଂପୂର୍ଣ୍ଣ ତାଲା […]

ପୋଲିସର କାମକୁ ସାଧାରଣରେ ପ୍ରଶଂସା ଭୁବନେଶ୍ୱର : କରୋନା ଭୂତାଣୁ ବ୍ୟାପିବାରୁ ବର୍ତ୍ତିବା ପାଇଁ ‘ତାଲା ବନ୍ଦ’ ଘୋଷଣା କରାଯିବା ପରେ ଆଜିଠାରୁ କଟକଣା ଜୋରଦାର ହୋଇଛି। ହେଲେ ଅନେକ ଲୋକେ ଏହାକୁ ଅମାନ୍ୟ କରିଛନ୍ତି। ଆଜି ରାଜଧାନୀରେ ବିଭିନ୍ନ ସ୍ଥାନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ଜନତା କର୍ଫ୍ୟୁରେ ରାସ୍ତାଘାଟ ଶୂନ୍‌ଶାନ୍‌ ଥିବା ବେଳେ ଆଜି ଅନେକ ସ୍ଥାନରେ ଲୋକେ ଗାଡ଼ି ଧରି ଭିଡ଼ ଜମାଇଥିଲେ। କମିସନରେଟ୍‌ […]

ରାଉରକେଲା : ଲକ୍ ଡାଉନର ଦ୍ଵିତୀୟ ଦିନ ରାଉରକେଲା ପ୍ରଭାବଶୂନ୍ୟ ରହିଛି l ସହରବାସୀ ନିୟମକୁ ମାନୁନାହାନ୍ତି l ପ୍ରଥମ ଦିନ ଅପେକ୍ଷା ଆଜି ସହର ଚିତ୍ର ସମ୍ପୂର୍ଣ ଓଲଟା ରହିଛି l ସହର ମୁଖ୍ୟ ମାର୍କେଟଠାରୁ ଆରମ୍ଭ କରି ଗଳି କନ୍ଦି ପ୍ରାୟ ସମସ୍ତ ଦୋକାନ ଖୋଲା ରହିଛି l ପ୍ରଶାସନକୁ ସହଯୋଗ ନ କରି ଲୋକେ ଘରୁ ବାହାରି ଗହଳି କରୁଛନ୍ତି l ପୁଲିସ ମଧ୍ୟ ସେମାନଙ୍କୁ […]

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାକୁ ବିଜୁଳି ଓ ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲା ରହିଛି। ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା […]

Social media & sharing icons powered by UltimatelySocial