କିଏ ଆଣିଥିଲା ଜାଣିନି: ପିସିସି ସଭାପତି ଭୁବନେଶ୍ୱର : କାହା ନିର୍ଦେଶରେ କଂଗ୍ରେସ ଭବନରେ ପଶିଲେ ବାହୁବଳୀ। ଏଭଳି ଘଟଣା ଆଗରୁ କେବେ ହୋଇନଥିଲା। ଗତକାଲି ପିସିସି କାର୍ଯ୍ୟାଳୟକୁ ବାହୁବଳୀ ଜଗିବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ଦଳର ବରିଷ୍ଠ ନେତା। ସେପଟେ ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖି ଗଣମାଧ୍ୟମକୁ କହିଛନ୍ତି ଯେ ଏ ନେଇ ସେ କିଛି ବି ଜାଣିନାହାନ୍ତି। ଦଳର ବରିଷ୍ଠ […]

ମାଲକାନଗିରି : ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ଏବେ ବି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ସ୍ଥିତି ଏମିତି ଯେ, ଜନ୍ମକଲା ବାପା ନିଜ ସନ୍ତାନକୁ ଅନ୍ୟ ହାତରେ ଟେକି ଦେବା ପୂର୍ବରୁ ଥରେ ବି ଚିନ୍ତା କରୁନାହିଁ। ଆଜି ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମାତ୍ର ୧୮ଦିନର ଶିଶୁକନ୍ୟାକୁ ବାପା ବିକ୍ରି କରିଦେବା ପୂର୍ବରୁ ଉଦ୍ଧାର କରିଛନ୍ତି ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଏହି […]

ମନ୍ତ୍ରୀଙ୍କୁ ସ୍ମାରକପତ୍ର, ପ୍ରତିବାଦ ଜୋର୍‌ଦାର୍‌ କରିବାକୁ ଚେତାବନୀ ଭୁବନେଶ୍ୱର: ୫୭ନମ୍ବର ୱାର୍ଡ ଅଧୀନ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ମଶାଣି ସାମ୍ନାରେ ଥିବା ନେତାଜୀ ଖେଳ ପଡ଼ିଆରେ ବିଏମ୍‌ସି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହାକୁ ସ୍ଥାନୀୟ ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ବିଭିନ୍ନ ସଂଗଠନ ପକ୍ଷରୁ ‌ବୈଠକ କରାଯାଇ ବିଏମ୍‌ସିର ପ୍ରସ୍ତାବକୁ ଦୃଢ଼ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ବିଧାୟକ […]

ନାଗପୁର: ଶନିବାର ଦିନ ଅସ୍ତ୍ରୋପଚାର କରାଯାଇ ନାଗପୁରର ୯ ବର୍ଷିୟ ବାଘ ସାହେବରାଓ ବାମ ପଟ ଆଗ ଗୋଡ଼ରେ କୃତ୍ରିମ ପାଦ ଲଗାଯିବ। ବିଶ୍ୱର ପ୍ରଥମ ବୋଲି କୁହାଯାଉଥିବା ଏହି ଅସ୍ତ୍ରୋପଚାରେ ଅସ୍ଥିଶଲ୍ୟ ସର୍ଜନ୍‌ ଶୁଶ୍ରୁତ ବାଭୁଲ୍‌କର, ପ୍ରାଣୀ ଚିକିତ୍ସକ ଶିରିଷ ଉପାଧ୍ୟାୟ, ମହାରାଷ୍ଟ୍ର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତରୀ କର୍ମଚାରୀ, ଆଇଆଇଟି-ବମ୍ବେର ବନ୍ୟପ୍ରାଣୀ ଗବେଷଣା ଓ ତାଲିମ କେନ୍ଦ୍ରର ବିଶେଷଜ୍ଞ ଏବଂ ଲିଡ୍‌ସ୍‌ ବିଶ୍ୱବିଦ୍ୟାଳୟର ଡାକ୍ତର […]

ମୁମ୍ବାଇ: ଆସନ୍ତାକାଲିଠାରୁ ସାଇବାବାଙ୍କ ପୀଠ ମହାରାଷ୍ଟ୍ରର ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାବାଡ଼ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବାପରେ ରାଜ୍ୟରେ ଏହି ନୂଆ ବିବାଦ ଦେଖାଯାଇଛି । ଏହାକୁ ବିରୋଧ କରି ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା […]

କଟକ: ଦହିବରା କଟକିଆଙ୍କ ପସନ୍ଦ। ଏହି ଦହିବରା ଖାଇବା ପାଇଁ ଲୋକେ କାହିଁ ଦୂରରୁ ଧାଇ ଆସିଥାନ୍ତି କଟକ ସହରକୁ। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଖୁବ୍‌ ଚାହିଦା ରହିଛି। ଏବେ କଟକର ପ୍ରଦୀପ୍ତ କୁମାର ସାହୁ (ବାବୁଲା) ଦହିବରା ବିକି ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଚଳିତବର୍ଷ ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲରେ ଭାଗ […]

ଭୁବନେଶ୍ୱର: କିଏ ପିନ୍ଧିବ ରାଜ୍ୟ ବିଜେପି ମୁଖିଆ ମୁକୁଟ? ଏଭଳି ଏକ ପ୍ରଶ୍ନ ଉପରେ ରାଜ୍ୟ ବିଜେପି ଶିବିରରେ ଘଣ୍ଟାଚକଟା ଚାଲିଛି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବା କାରଣରୁ ରାଜନୈତିକ ମହଲ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଔପଚାରିକତା ଭିତ୍ତିରେ କେବଳ ନିର୍ବାଚନ ହେବ। କେନ୍ଦ୍ରରୁ ଯେଉଁ ନାମ ଉପରେ ସଙ୍କେତ ମିଳିବ, ତା ଉପରେ କେନ୍ଦ୍ରୀୟ ନେତାମାନେ […]

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବୈଠକ ବିଫଳ ହେବା ପରେ ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍‌ୟୁ) ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଘଟର ଦ୍ଵିତୀୟ ଦିନଟି ହେଉଛି ଫେବ୍ରୁଆରି ୧। ସେହିଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଯଦି […]

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ରାଇଜକୁ ଜୀବନବ୍ୟାପୀ ଅବଦାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସ ପାଇବେ ‘ଭୂମିକନ୍ୟା ପୁରସ୍କାର’। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ମାନିତ କରାଯିବ। ଓଡ଼ିଆ ସିନେ ଆର୍ଟିଷ୍ଟ୍‌ସ ଆସୋସିଏସନ୍‌ (ଓସିଏଏ) ପକ୍ଷରୁ ଆସନ୍ତା ୨୬ ତାରିଖରେ ଉତ୍କଳ ମଣ୍ଡପରେ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଆଜି ହୋଟେଲ୍‌ ସମ୍ବିତ ରୟାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ସାଂସଦ […]

ଟ୍ରାଫିକ ସିଗ୍‌ନାଲ୍‌ କାମ କରୁନି, ସ୍ୱୟଂଚାଳିତ ସିଗ୍‌ନାଲ୍‌ ବ୍ୟବସ୍ଥା ପାଲଟିଛି ପ୍ରହସନ ଭୁବନେଶ୍ୱର: ଏବେ ସବୁଠି ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି। ରାଜଧାନୀରେ କମିସନରେଟ୍ ପୁଲିସ, ଭୁବନେଶ୍ୱର ଆର୍‌ଟିଓ ପକ୍ଷରୁ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯାଉଛି। ନିୟମ ମାନିବାକୁ ପରାମର୍ଶ ‌ଦିଆଯାଉଛି। ହେଲେ ଟ୍ରାଫିକ ପୋଷ୍ଟ ଗୁଡ଼ିକର ଅବସ୍ଥା ଏପରି ହୋଇଛି ଯେ, ଲୋକ ନିୟମ ମାନିଲେ କି ଭାଙ୍ଗିଲେ ଜାଣିପାରୁନାହାନ୍ତି। ଲୋକ ଯେମିତି ନିୟମ […]

Social media & sharing icons powered by UltimatelySocial