ଚନ୍ଦ୍ରଶେଖରପୁର: ଆଜି ଭୋରରୁ ପଟିଆ କଲେଜ୍ ରାସ୍ତା ବଜରଙ୍ଗ ବିହାର ନିକଟରେ ଥିବା ପଥର ଖଣିରେ ପଡ଼ୁଥିବା ଅଳିଆଗଦାରେ ନିଆଁ ଲାଗିଯାଇ ପ୍ରବଳ ଧୂଆଁ ବାହାରିଥିଲା। ସୂଚନାପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କାର୍ଯ୍ୟାଳୟରୁ ୩ଟି ଦମକଳ ପହଞ୍ଚି ନିଆଁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଧରି ପାଣି ପକାଇବା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ନିଆଁ ଲାଗିବା ଫଳରେ ସ୍ଥାନୀୟ ପଟିଆ, ମାରୁତି ଭିଲ୍ଲା, ଆର୍ଯ୍ୟଭିଲ୍ଲା, ସାଇ ବିହାର, ମହାବୀର […]

ଅଟକାଇ ରଖିଲେ, ପୁଲିସ ଉଦ୍ଧାର କଲା ଭୁବନେଶ୍ୱର : ବେଆଇନ ପ‌ାର୍କିଂ ଫି’ ଆଦାୟକୁ ନେଇ ବିବାଦରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ମଚ‌ାରୀଙ୍କ ଦାଦାଗିରି ଆଜି ଦେଖିବାକୁ ମିଳିଛି। ମଲ୍‌ରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍‌ ଚାନେଲ୍‌ର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ଙ୍କୁ କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। କେବଳ ଆକ୍ରମଣ ହୋଇନାହିଁ ବରଂ […]

ଭୁବନେଶ୍ୱର : ନୂଆବର୍ଷ ଉପଲ‌େକ୍ଷ ହୋଟେଲ ଗୁଡ଼ିକରେ ହେବାକୁ ଥିବା ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନା ବିରୋଧ କରିବ ବୋଲି ଚେତାବନୀ ଦେଇଛି। ଆଜି ସେନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସ୍ବାତୀଶ ରଂଜନ ସାହୁ କହିଲେ, ଶାନ୍ତି ଶୃଙ୍ଖଳାରେ କୌଣସି ଉତ୍ସବ ମନାଇବାକୁ କାହାରିକୁ ବାରଣ କରାଯିବ ନାହିଁ। ଯଦି ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଏ ତେବେ ସେନା ପକ୍ଷରୁ ଏହାକୁ ବିରୋଧ […]

ଝାରସୁଗୁଡା/ଲଇକେରା/କେନ୍ଦୁଝର/ସୁନ୍ଦରଗଡ଼: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଖବର ମିଳିଛି । ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବା ପରେ କେତେକ ଅଂଚଳରେ ତୁଷାରପାତର ଚିତ୍ର ସାମ୍ନାକୁ ଆସିଛି। ଝାରସୁଗୁଡ଼ା ଜିଲ୍ଲାରେ ଗତ ଦୁଇ ଦିନ ହେଲା ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ସାରା ଜିଲ୍ଲା ଶୀତରେ ଥରୁଛି । ଶନିବାର ସକାଳେ ଲଇକେରା ଅଞ୍ଚଳରେ କିଛି ସ୍ଥାନରେ ତୁଷାରପାତ ହୋଇଥିବା ଜଣାଯାଇଛି […]

ଆଗେଇ ପାରୁନି ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ୫ ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟିପାରିଲେନି ଆକାଶ ଟ୍ୟାବ୍‌ ଭୁବନେଶ୍ୱର: ଉଚ୍ଚଶିକ୍ଷାର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କୋଟି କୋଟି ଟଙ୍କା ମିଳୁଛି। ହେଲେ କର୍ତୃପକ୍ଷ ତାହାକୁ ଖର୍ଚ୍ଚ କରିପାରୁ ନାହାନ୍ତି। ଆଉ କେତେବେଳେ ଗୋଟିଏ କାମ ପାଇଁ ଟଙ୍କା ଆସିଥିବା ବେଳେ ତାହାକୁ ଅନ୍ୟ କାମରେ ଲଗାଉଛନ୍ତି। ଯେଉଁଥିପାଇଁ ହାତ ମୁଠାକୁ ଟଙ୍କା ଆସି ଫେରିଯାଉଛି। ଏଭଳି ଅନେକ ଉଦାହରଣ ରହିଥିବା ବେଳେ […]

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଭାବେ ଘୋଷଣା କରାଯାଇଥିବାବେଳେ ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଜୋରଦାର୍ ଉଚ୍ଛେଦ ଚାଲିଛି। ଶ୍ରୀଲିଙ୍ଗରାଜ ଥାନା, ଭଜନ ମଣ୍ଡପ ଆଦି ଭଙ୍ଗା ଯାଇଥିବାବେଳେ ଆଜି ଠାରୁ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥାନା କର୍ମଚାରୀଙ୍କ କ୍ୱାଟର୍ସ ଭଙ୍ଗା କାମ ଆରମ୍ଭ ହୋଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ବି ଭଙ୍ଗାଯିବ। ଶୁକ୍ରବାର ମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ଶେଷ ହେବ ବୋଲି ଜଣାପଡ଼ିଛି। ତିନି […]

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟକଙ୍କ ସହିତ ପ୍ରଥମ ଥର ପାଇଁ ନାୟିକା ଦେବଯାନୀ କାମ କରୁଛନ୍ତି। ଏହି ନାୟକଜଣକ ହେଲେ ସମ୍ବିତ । ଯେଉଁ ସିନେମାରେ ସମ୍ବିତ- ଦେବଯାନୀ ଯୋଡ଼ି ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି, ତାହାର ଶୀର୍ଷକ ହେଲା ‘ଇନ୍ଦ୍ରଜାଲ’। ରମେଶ ବାରିକ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ, ଏହାର ନିର୍ଦ୍ଦେଶକ ହେଲେ ପିନୁ ନାୟକ । ‘ଇନ୍ଦ୍ରଜାଲ’ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ […]

କୋର୍ଟ ନିର୍ଦ୍ଦେଶ ପାଇନାହାନ୍ତି, ତଥାପି ବିଡିଏ ଚୁପ୍ ବସିଛି, କମିସନରେଟ୍ ପୁଲିସ ବି ନିରବଦ୍ରଷ୍ଟା ସାଜିଛି ଭୁବନେଶ୍ୱର: ରସୁଲଗଡ଼ ଛକରେ ଥିବା ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ରେ ବେଆଇନ ପାର୍କିଂ ଫି’ ଆଦାୟ ଜାରି ରହିଛି। ବିଡିଏ ଓ ବିଏମ୍‌ସିର ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି ମଲ୍ ଏବେ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରୁଛି। ଅଥଚ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ସବୁ ଦେଖି ନିରବଦ୍ରଷ୍ଟା ସାଜିଛନ୍ତି। ଏସ୍‌ପ୍ଲାନେଡ୍‌ ମଲ୍‌ର […]

ଭୁବନେଶ୍ୱର : ଷ୍ଟେସନ ନିକଟ ନିୟୁ ଆଶୀର୍ବାଦ ହୋଟେଲରୁ ଗିରଫ ହୋଇଥିବା ବାଂଲାଦେଶୀ ଯୁବତୀ ବେଶ୍ୟାବୃତ୍ତିରେ ଲିପ୍ତ ଥିଲେ ବୋଲି ପୁଲିସ ସ୍ପଷ୍ଟ କରିଛି। ଜଣେ ଦଲାଲଙ୍କ ଜରିଆରେ ସେ ଏଠାକୁ ଆସିଥିଲେ। ବାଂଲାଦେଶରୁ ଲୁଚିଛପି ପଶ୍ଚିମବଙ୍ଗ ଆସିବା ପରେ ଦଲାଲଙ୍କ ଜରିଆରେ ନିଜର ନକଲି ଆଧାରକାର୍ଡ ତିଆରି କରିଥିଲେ। ଏହି ନକଲି ଆଧାର କାର୍ଡ ବଳରେ ସେ ଦେଶର ବିଭିନ୍ନ ସ୍ଥାନ ବୁଲିବାରେ ସକ୍ଷମ ‌ହେଉଥିଲେ। ଗିରଫ ବାଂଲାଦେଶୀ […]

ରେଓ୍ଵାରି: ଭାରତ ନେଟ୍‌ ଅପ୍‌ଟିକ୍‌ ଫାଇବର୍‌ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ ୨୦୨୦ ସୁଦ୍ଧା ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବ ବୋଲି ବୁଧବାର ଦିନ ସରକାର କହିଛନ୍ତି। ହରିୟାଣାର ରେଓ୍ଵାରି ଠାରେ ଏକ ଡିଜିଟାଲ୍‌ ଗାଁ ଉଦ୍‌ଘାଟନ କରି ଟେଲିକମ୍‌ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି: ଭାରତ ନେଟ୍‌ ଜରିଆରେ ଆମେ ୧.୩ ଲକ୍ଷ ଗ୍ରାମପଞ୍ଚାୟତକୁ ସଂଯୋଗ କରିସାରିଛୁ… ଆମର ଲକ୍ଷ୍ୟ ହେଉଛି ଏହାକୁ […]

Social media & sharing icons powered by UltimatelySocial