ପଠାନକୋଟ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ‌ହୋଇଛି। ବାୟୁସେନାର ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ଆମେରିକା ନିର୍ମିତ ୮ଟି ଆପାଚି ଏଏଚ୍‌-୬୪ଇ ଆଟାକ୍‌ ହେଲିକପ୍ଟର ଆଜି ବାୟୁସେନାରେ ସାମିଲ ହୋଇଛି। ପଠାନକୋଟ ସେନା ଘାଟିରେ ଆଜି ବାୟୁସେନାରେ ଏହି ଆପାଚି ହେଲିକପ୍ଟର ସାମିଲ୍‌ କାର୍ଯ୍ୟକ୍ରମ‌ରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଧନୋଆ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ହେଲିକପ୍ଟର କ୍ରୟ ଦ୍ୱାରା ଭାରତୀୟ ବାୟୁସେନା ଆହୁରି […]

ଭୁବନେଶ୍ୱର: ଦୋକାନରୁ ଯେଉଁ ଘିଅ ଓ ତେଲ କିଣୁଛନ୍ତି, ତାହା ଅସଲି ତ? ଡବା ଉପରେ ଲାଗିଥିବା ଲେବୁଲ୍‌ ମୁତାବକ ଭିତରେ ଥିବା ଜିନିଷ ଠିକ୍‌ ତ? ଲକ୍ଷ୍ମୀସାଗର ହାଉସିଂବୋର୍ଡ କଲୋନି‌‌ ଫେଜ୍‌-୧ରେ ଥିବା ଏକ ଆଜବେଷ୍ଟସ୍‌ ଘରୁ ଆଜି ୨ ହଜାର ଲିଟର (୮୮ଟିଣ) ନକଲି ଘିଅ/ତେଲ ଜବତ ହେବା ପରେ ରାଜଧାନୀବାସୀଙ୍କୁ ଏହି ପ୍ରଶ୍ନ ଏବେ ଦ୍ଵନ୍ଦରେ ପକାଇଛି। ସ୍ପେସାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର […]

ଫ୍ଲାଏ ଓଭରରେ ଯିବାକୁ ପ୍ରସ୍ତାବ, ମାଲିକଙ୍କୁ ୫ ଦିନର ମହଲତ, ୭ରୁ ଜରିମାନା ଆଦା‌ୟ, ବସ୍‌ ଉପରେ କଡ଼ା ନଜର ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତର ଅନ୍ୟତମ ପ୍ରମୁଖ କାରଣ ହେଉଛି ବସ୍‌ଗୁଡ଼ିକର ମନମୁଖୀ କାରବାର। ବିଶେଷକରି ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ବିଭିନ୍ନ ଛକରେ ବସ୍‌ଗୁଡ଼ିକ ମନଇଚ୍ଛା ଘଣ୍ଟା ଘଣ୍ଟା ଧରି ଅଟକି ରହିବା ଫଳରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏହାଦ୍ୱାରା ସାଧାରଣ ଲୋକ, […]

ଭୁବନେଶ୍ୱର/ପୁରୀ : କ୍ଷତିଗ୍ରସ୍ତ ହେଉଥିବା ପ୍ରତି ଲଜ୍‌ ବର୍ଗଫୁଟ ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ, ତା’ ପୁଣି ୧୮ ମାସ ଯାଏ। ଆଜି ଦିନରେ ବଡ଼ ବଡ଼ ସହରରେ ଆଇଟି କରିଡରରେ ମଧ୍ୟ ଏତେ ଦରରେ ଭଡ଼ା ନିର୍ଧାରିତ ହେଉଥିବା ନଜିର ବହୁତ କମ୍। ବିସ୍ଥାପିତ ପରିବାରକୁ ଏକକାଳୀନ ୩୦ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅଥବା ଶ୍ରୀମନ୍ଦିରର ଦେଢ଼ କିଲୋମିଟର ମଧ୍ୟରେ ୫୨୦ ବର୍ଗଫୁଟ ପରିମିତ […]

ନୂଆଦିଲ୍ଲୀ: ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଇସ୍ରୋର ପୂର୍ବ ଆକଳନ ପରି ଆଜି ଅର୍ବିଟରରୁ ଅଲଗା ହୋଇଯାଇଛି ଲାଣ୍ଡର ବିକ୍ରମ । ଚନ୍ଦ୍ର ଅଭିଯାନରେ ଚନ୍ଦ୍ର ଯାନ ୨ରୁ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ସବୁଠାରୁ ଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଯାହାକୁ ସଫଳତାର ସହ ସଂପାଦନ କରିଛି ଇସ୍ରୋ […]

ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାକୁ ତଥା ଦଳୀୟ ସଦସ୍ୟଙ୍କ ସଂଖ୍ୟା ଦୁଇ ଗୁଣା କରିବାକୁ ସୋମବାର ବିଧିବଦ୍ଧ ଭାବେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦଳ ନୂଆ ସଭ୍ୟ ସଂଗ୍ରହ କରିବ । ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି […]

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରୁ ଲାଗୁ ହୋଇଛି ନୂଆ ଟ୍ରାଫିକ୍‌ ନିୟମ। ଏହି ନିୟମ ଲାଗୁ ହଉ ହଉ ଲୋକେ ଉଲ୍ଲଂଘନ କରିବା ଆରମ୍ଭ କରି ସାରିଲେଣି। ଗତକାଲି ଲାଗୁ ହୋଇଥିବା ଏହି ନୂଆ ନିୟମ ପରେ କଟକ-ଭୁବନେଶ୍ୱର ଟ୍ଵିନ୍‌ ସିଟିର କମିସନରେଟ୍‌ ପୁଲିସ୍‌ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ସଂଗ୍ରହ କରିଥିବା ସୂଚନା ରହିଛି। ୩୧୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ସମୁଦାୟ ୨ ଲକ୍ଷ ୧୩ ହଜାର […]

ଇସ୍‌ଲାମବାଦ୍‌: ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଘୂରିବାରେ ଲାଗିଛି। ଭିଡିଓଟିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଖୁବ୍‌ ଜୋର୍‌ ନିନ୍ଦା ହେଉଥିବାର ଦେଖିବାକୁ ମିଳିଛି। ଜଣେ ପକିସ୍ତାନୀ କବି ଭିିଡିଓରେ ଇମ୍ରାନଙ୍କୁ ନିନ୍ଦା କରି ତୁମେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହେଁ ବୋଲି କହୁଥିବାର ଦେଖିବାକୁ ମିଳିଛି। ପ୍ରସିଦ୍ଧ ପାକିସ୍ତାନୀ କବି ଫର୍‌ହାତ ଆବାସ ଶାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛନ୍ତି। […]

ଶ୍ରୀନଗର: ସୁଧୁରିବାର ନାଁ ଧରୁନାହିଁ ପାକିସ୍ତାନ୍ । ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପଡ଼ୋଶୀ ଦେଶ । ଆଜି ପୁଣି ଥରେ ଜମ୍ମୁକଶ୍ମୀର ପୁଂଛରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ଗତ ଗୁରୁବାର ଦିନ ମଧ୍ୟ ପାକିସ୍ତାନ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପୁଂଛ ଜିଲ୍ଲା ମେଣ୍ଢରରେ ୧୧.୩୦ରେ ପାକିସ୍ତାନ ମୋର୍ଟାର […]

ଭୁବନେଶ୍ୱର : ରାଜଧାନୀବାସୀ ସେମାନଙ୍କର ବିଭିନ୍ନ ମୌଳିକ ସେବାକୁ ନେଇ ଥିବା ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଜୋନ୍‌ ଅଫିସକୁ ଯାଉଥିଲେ। ସେଠାରେ ସମାଧାନ ନହେଲେ ବିଏମ୍‌ସି ମୁଖ୍ୟାଳୟକୁ ଯାଉଥିଲେ। କିନ୍ତୁ ଏବେ ଜୋନ୍ ଅଫିସକୁ ଆସିବା ପୂର୍ବରୁ ୱାର୍ଡ ଅଫିସରେ ଅଭିଯୋଗ କରିବେ। ୱାର୍ଡ ଅଫିସରେ ୱାର୍ଡ ଅଫିସର କିମ୍ବା କମ୍ୟୁନିଟି ଅର୍ଗାନାଇଜର୍ ହିଁ ତାଙ୍କ ସମସ୍ୟାର ସମାଧାନ କରିବେ। ଏଥିପାଇଁ ବିଏମ୍‌ସିର ୬୭ଟି ଯାକ ୱାର୍ଡରେ ୱାର୍ଡ […]

Social media & sharing icons powered by UltimatelySocial