ଇସ୍‌ଲାମବାଦ୍‌: ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଘୂରିବାରେ ଲାଗିଛି। ଭିଡିଓଟିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଖୁବ୍‌ ଜୋର୍‌ ନିନ୍ଦା ହେଉଥିବାର ଦେଖିବାକୁ ମିଳିଛି। ଜଣେ ପକିସ୍ତାନୀ କବି ଭିିଡିଓରେ ଇମ୍ରାନଙ୍କୁ ନିନ୍ଦା କରି ତୁମେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହେଁ ବୋଲି କହୁଥିବାର ଦେଖିବାକୁ ମିଳିଛି। ପ୍ରସିଦ୍ଧ ପାକିସ୍ତାନୀ କବି ଫର୍‌ହାତ ଆବାସ ଶାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛନ୍ତି। […]

ଶ୍ରୀନଗର: ସୁଧୁରିବାର ନାଁ ଧରୁନାହିଁ ପାକିସ୍ତାନ୍ । ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପଡ଼ୋଶୀ ଦେଶ । ଆଜି ପୁଣି ଥରେ ଜମ୍ମୁକଶ୍ମୀର ପୁଂଛରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ଗତ ଗୁରୁବାର ଦିନ ମଧ୍ୟ ପାକିସ୍ତାନ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପୁଂଛ ଜିଲ୍ଲା ମେଣ୍ଢରରେ ୧୧.୩୦ରେ ପାକିସ୍ତାନ ମୋର୍ଟାର […]

ଭୁବନେଶ୍ୱର : ରାଜଧାନୀବାସୀ ସେମାନଙ୍କର ବିଭିନ୍ନ ମୌଳିକ ସେବାକୁ ନେଇ ଥିବା ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଜୋନ୍‌ ଅଫିସକୁ ଯାଉଥିଲେ। ସେଠାରେ ସମାଧାନ ନହେଲେ ବିଏମ୍‌ସି ମୁଖ୍ୟାଳୟକୁ ଯାଉଥିଲେ। କିନ୍ତୁ ଏବେ ଜୋନ୍ ଅଫିସକୁ ଆସିବା ପୂର୍ବରୁ ୱାର୍ଡ ଅଫିସରେ ଅଭିଯୋଗ କରିବେ। ୱାର୍ଡ ଅଫିସରେ ୱାର୍ଡ ଅଫିସର କିମ୍ବା କମ୍ୟୁନିଟି ଅର୍ଗାନାଇଜର୍ ହିଁ ତାଙ୍କ ସମସ୍ୟାର ସମାଧାନ କରିବେ। ଏଥିପାଇଁ ବିଏମ୍‌ସିର ୬୭ଟି ଯାକ ୱାର୍ଡରେ ୱାର୍ଡ […]

ନୂଆଦିଲ୍ଳୀ: ଆଜିଠାରୁ ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ଲାଗୁ ହେବାର ପ୍ରଥମ ଦିନରେ ଦିଲ୍ଳୀ ପୁଲିସ୍‌ ୩୯୦୦ ଚାଲାଣ କାଟି ରେକର୍ଡ କରିଛି। ୩୯୦୦ ଲୋକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ସମୟରେ ଦିଲ୍ଳୀ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। ସଂଶୋଧିକ ହୋଇଥିବା ଟ୍ରାଫିକ୍‌ ନିୟମ ଅନୁସାରେ ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଜରିମାନା ଦେବାକୁ […]

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଟେଣ୍ଟେଇ ଓ ଗୁଡ଼ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେବା ସହ ମୋଟା ଅଙ୍କର ପିସି କାରବାର ଚାଲିଛି। ଏ ନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଆଜି ‌ବ୍ଲକ୍‌ ଉପାଧ୍ୟକ୍ଷଙ୍କ ସହ ଜଣେ ସମିତିସଭ୍ୟା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। […]

ଅନ୍ୟ ରକ୍ତ ଭଣ୍ଡାର ପାଇଁ କିଣାଯିବ ୯ଟି ରକ୍ତ ସଂଗ୍ରହ ଭ୍ୟାନ୍ ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସରରେ ରକ୍ତ ସଂଗ୍ରହ ପାଇଁ ଥିବା ବସ୍‌ର ଏସି ଅଚଳ ହୋଇ ପଡ଼ିଛି। ଏସି କାମ ନ କରିବା ସହିତ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ବସ୍‌କୁ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟବହାର କରାଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ଛୋଟ ଛୋଟ କ୍ୟାମ୍ପ ଜରିଆରେ ରକ୍ତ ସଂଗ୍ରହ ପାଇଁ ସମସ୍ୟା ସୃଷ୍ଟି […]

ଖଣ୍ଡଗିରି: ରାଜଧାନୀ ଛାତି ଉପର ଦେଇ ଅତିକ୍ରମ କରିଥିବା ୧୬ନମ୍ବର ଜାତୀୟ ରାଜପଥରେ କମିସନରେଟ୍‌ ପୁଲିସ ଚିହ୍ନଟ କରିଛି ୫ରୁ ଅଧିକ ବ୍ଲାକସ୍ପଟ୍‌। କିନ୍ତୁ ପଳାସୁଣୀରୁ ପିତାପଲ୍ଲୀ ଭିତରେ ରହିଛି ୧୦ରୁ ଅଧିକ ଅଧିକ ମରଣଘାଟି। ବିଶେଷକରି ମୁକୁଳା ପଡ଼ିଥିବା କଟ୍‌ଗୁଡ଼ିକ ହେଉଛି ଭୟଙ୍କର ମରଣଯନ୍ତା। ଶନିମନ୍ଦିର ଛକ, ପାତ୍ରପଡ଼ା, ଗୋହିରା, ରେତଙ୍ଗ, ଓଗାଳପଡ଼ା, ଗଙ୍ଗପଡ଼ା ଓ ପିତାପଲ୍ଲୀ ଭଳି ଛକମାନଙ୍କରେ ଥିବା କଟ୍‌ରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ […]

ମୁମ୍ବାଇ : ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳ । ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ବନି ଯାଇଛନ୍ତି ରାନୁ । ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବା ବେଳେ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି । ୧୦ବର୍ଷ ତଳେ ଛାଡ଼ି ଚାଲି ଯାଇଥିବା ଝିଅ ଏବେ ରାନୁଙ୍କ ପାଖରେ […]

ପୁଲିସ ପକ୍ଷରୁ ୧୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ ମାଲକାନଗିରି : ଯେଉଁ ପୁଅକୁ ନେଇ ଗାଁ ଗର୍ବ କରୁଥିଲା ସେହି ବୀର ପୁଅକୁ ହରାଇ ଆଜି ସମସ୍ତେ ଝୁରୁଛନ୍ତି। ପୁଲିସ ଓ ନକ୍ସଲ ଗୁଳି ବିନିମୟରେ ଜୟରାମ ସହିଦ ହେବା ପରେ ତାଙ୍କ ନିଜ ଗ୍ରାମ ଶୋରିଷମାଳି ଆଜି ସ୍ତବ୍ଧ ହୋଇଯାଇଛି। ତେବେ ବୀର ଜୟରାମଙ୍କ ବିଧବା ପତ୍ନୀ ଚମ୍ପା ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ‌ହୋଇ ପଡ଼ିଥିଲେ ବି […]

କଟକ: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ବନ୍ଧୁକ ଦେଖାଇ ଦୁର୍ବ୍ୟବହାର ଓ ଲୁଟ୍‌ ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ପୁଲିସ ମୁଖ୍ୟାଳୟରେ ଆଜି ଧାରଣାରେ ବସିଥିଲେ। ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ପ୍ରଭାତୀ ବିହାରୀ ୨୦୧୮ ମାର୍ଚ୍ଚରୁ ରହି ଆସୁଥିଲେ। […]

Social media & sharing icons powered by UltimatelySocial