ପୁରୁଣା ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଚନ୍ଦନଯାତ୍ରା ବନ୍ଦ ହେବା ଆଶଙ୍କା ରହିଛି। ତେବେ ପ୍ରଶାସନ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ସେବାୟତମାନେ ସାମାଜିକ ଦୂରତା ବଜାୟ ରଖି ଚନ୍ଦନଯାତ୍ରା କରିବାକୁ ୪ପ୍ରମୁଖ ନିଯୋଗର ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ବୈଠକ କରିଛି। ଟ୍ରଷ୍ଟବୋର୍ଡ ବୈଠକରେ ନିଷ୍ପତ୍ତି ହେଲେ ଚନ୍ଦନଯାତ୍ରା ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା […]

ସ୍ୱପ୍ନ ଆଙ୍କିଛେ କେତେ, ସାକାର କରିଛେ କେତେ? ଭୁବନେଶ୍ୱର: ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୮୪ ବର୍ଷରେ ପାଦ ଥାପିଛି । ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡିଛି। ନା ସହର ଆଲୋକମାଳାରେ ଝଲସୁଛି ନା କୋଉଠି ସଭା ସମିତିରେ ଉତ୍କଳ ମାତାର ଗୁଣଗାନ ହୋଇପାରୁଛି। ଉତ୍କଳ ଦିବସ ଆସିଲେ ଅନେକ ବୁଦ୍ଧିଜୀବୀ, ଓଡ଼ିଆ ଓ ଓଡ଼ିଶା ପ୍ରେମୀ, ସରକାର […]

ଭୁବନେଶ୍ୱର: ଆସନ୍ତାକାଲି ଉତ୍କଳ ଦିବସ ପାଳନ ହେବ । କିନ୍ତୁ ଏଥର ଆଡମ୍ବର ସହିତ ଏହି ଦିବସ ପାଳନ ହେବ ନାହିଁ । କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ସମେତ ଓଡ଼ିଶାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ […]

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଆଜି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଛନ୍ତି। ଆଜି […]

ବାଲିଅନ୍ତା: ରାଜ୍ୟର ସମସ୍ତ ଐତିହ୍ୟ ସଂପନ୍ନ ପର୍ଯ୍ୟଟନ‌ସ୍ଥଳୀରେ କରୋନା କଟକଣା ବଳବତ୍ତର ରହିଛି। ରାଜଧାନୀରେ ଥିବା ସମସ୍ତ କଳା ଓ ସଂସ୍କୃତି ସଂପନ୍ନ ପୀଠକୁ ପ୍ରଶାସନ ପକ୍ଷରୁ ଏକ ପ୍ରକାର ସିଲ୍‌ କରି ଦିଆଯାଇଛି। ଦେଶୀ ହେଉ ଅବା ବିଦେଶୀ ପର୍ଯ୍ୟଟକ ମଠ, ମନ୍ଦିର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏଭଳି ସ୍ଥିତିରେ ରାଜଧାନୀରେ ଘୂରି ବୁଲୁଥିବା ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏବେ ଉପକଣ୍ଠରେ ଥିବା […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର କଇଥଳା ଗାଁରେ ମହାଭାରତ ନାଟକ ପରିବେଷଣ ବେଳେ ଏକ ବଡ଼ ଅଘଟଣ ଘଟିଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କେ.ରାମଚନ୍ଦ୍ରପୁର ଗ୍ରାମରେ ମହାଭାରତ ନାଟକ ପରିବେଷଣ ବେଳେ ବାଣ ଫୁଟି ୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଆସିକା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ସୂଚନା ମିଳିଛି । […]

ପୁରୁଣା ଭୁବନେଶ୍ୱର : ଆସନ୍ତା ଏପ୍ରିଲ ପହିଲାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁଙ୍କ ରଥଟଣା ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ ହେବ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ଭୋର ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ଘଣ୍ଟେ ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ […]

ଭୁବନେଶ୍ୱର : ‌ହାତ ମିଳାଇବା ମନା। ଆଲିଙ୍ଗନ କରିବା ବି ମନା। ‘କରୋନା’ ପାଇଁ ଏଭଳି ସତର୍କତା ରଙ୍ଗ ବେପାରରେ ଯେମିତି ଗ୍ରହଣ ଲଗେଇ ଦେଇଛି। ପ୍ରଥମତଃ ହୋଲିରେ ରଙ୍ଗ ଦୋକାନ ପାଇଁ ରାସ୍ତାକଡ଼ରେ ଏଥର ଅନୁମତି ମିଳିନାହିଁ, ସେଥିରେ ପୁଣି ଏହି କରୋନା ଭୂତାଣୁର ସଂକ୍ରମଣ ରଙ୍ଗ ବେପାରକୁ ପାଣିଚିଆ କରିଦେଇଛି। କେବଳ ଦୋଳ ଉତ୍ସବ ପାଇଁ ଅବିର ବିକ୍ରି ହେଉଥିଲେ ହେଁ ଅନ୍ୟ ରଙ୍ଗର ବିକ୍ରିବଟା ବିଲକୁଲ […]

ଭୁବନେଶ୍ୱର: ଦେହ ଓ ମନରେ ପୁଲକ ଭରିଛି ଫଗୁଣ। ଦୋଳ ବିମାନରେ ଗାଁ ବୁଲିବାକୁ ଗୋଡ଼ କାଢ଼ି ବସିଲେଣି ରାଧା ମାଧବ। ଦିନେ କେଇଟା ପରେ ବାଜା, ବାଣ, ‌ରୋଶଣିରେ ଭକ୍ତ କାନ୍ଧରେ ସୁସଜ୍ଜିତ ବିମାନରେ ସବାର ହୋଇ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ। ଖୋଳ, ଗିନି ଓ କରତାଳରେ ଉଚ୍ଛୁଳି ଉଠିବ ଗାଁ। ଋତୁରାଜ ବସନ୍ତକୁ ସ୍ୱାଗତ କରିବ ଫଗୁମୟ ପରିବେଶ। ଜମିବ ପଞ୍ଚୁଦୋଳ ମେଳଣ। କେବଳ […]

ପୁରୁଣା ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ପରି ଏକାମ୍ରକ୍ଷେତ୍ରକୁ ଆସୁଛନ୍ତି ଶହ ଶହ ପର୍ଯ୍ୟଟକ। ଶ୍ରୀଲିଙ୍ଗରାଜ ମନ୍ଦିର ବୁଲିବା ସହ ସହସ୍ରଲିଙ୍ଗ, ଦେବୀ ପାଦହରା, ବିନ୍ଦୁସାଗର, ମୁକ୍ତେଶ୍ୱର ସମେତ ବହୁ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ବୁଲିଥାନ୍ତି। ତେବେ ପୁରୀ ପରି ଏକାମ୍ରକ୍ଷେତ୍ର ଭିକାରିମୁକ୍ତ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ପୁରୀ ସହ ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ରାଜଧାନୀ […]

Social media & sharing icons powered by UltimatelySocial