ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, କାଁ ଭାଁ ଗଣ୍ଡଗୋଳ, ମନ ଜିଣିବାକୁ ଗୋଲାପ, ଚକୋଲେଟ୍‌ ଭୁବନେଶ୍ୱର : ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୁବପିଢି, ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତ, ଗୃହିଣୀଙ୍କୁ କେତେ ବାଧିଛି, ଲୋକେ କେତେ ଅସନ୍ତୁଷ୍ଟ, ତାହା ଆଜି ପ୍ରକଟିତ ହୋଇଛି। କାଁ ଭାଁ କେମିତି ଛୋଟ ମୋଟ ଗଣ୍ଡଗୋଳକୁ ବାଦ୍‌ ଦେଲେ କଂଗ୍ରେସ ସମେତ ଦେଶର ୨୨ଟି ରାଜନୈତିକ ଦଳ ଯେଉଁ ଭାରତ ବନ୍ଦ […]

ଭୁବନେଶ୍ୱର : ମନ୍ତ୍ରୀ ଥିବା ବେଳେ ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖିପାରିଲେନି ବୋଲି ପଦ ଚାଲିଗଲା। ଏବେ ଦଳ ଭିତରେ ରହି ସରକାର ଓ ଦଳ ବିରୋଧରେ ଗଣମାଧ୍ୟମରେ ବିଷୋଦ୍‌ଗାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ବିପଦ ଟାଣି ଆଣିଲାଣି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଯେକୌଣସି ମୁହୂର୍ତରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିପାରନ୍ତି। ଏଭଳି ଏକ […]

ଖଣ୍ଡଗିରି: ରବିବାର ଯାଁଳା ଫାଣ୍ଡି ପୁଲିସ ସ୍ଥାନୀୟ ଓଗାଳପଡ଼ା ମା’ ବାଟ ଭୁଆସୁଣୀ ମନ୍ଦିର ନିକଟ ବଜାରରୁ ଏକ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଡିପୋ ଠାବ କରିଛି। ସେଠାରୁ ପୁଲିସ ୮୦ଟି ଗ୍ୟାସ୍‌ ଭର୍ତି ସିଲିଣ୍ଡର ଜବତ କରିଛି। ବେଆଇନ ଭାବେ ଗ୍ୟାସ ମହଜୁଦ୍‌ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ ସ୍ଥାନୀୟ ବାବା ଅଜୟ ପଟ୍ଟନାୟକଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା ଚଳାଇଛି। ଲାଇସେନ୍‌ସ ନଥିବା ବାବାଙ୍କ […]

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନଜରରେ ରଖି ଏହାର ପ୍ରସ୍ତୁତି ନିମନ୍ତେ ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଜେପିର ଦୁଇଦନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶେଷ ଦିନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେପି ବହୁମତ ହାସଲ କରି ପୁଣି ଥରେ କ୍ଷମତାକୁ ଆସିବ। କେବଳ ସେତିକି ନୁହଁ ଆଗାମୀ ୫୦ […]

ଭୁବନେଶ୍ୱର: ଆଜି ଭାରତ ବନ୍ଦ। ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ସେହିଭଳି ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କଳାହାଣ୍ଡି, ଅନୁଗୋଳ, ନାଲୋକ ନଗର ଓ ସୋରରେ ମଧ୍ୟ […]

ସଚ୍ଚି ଦାସ, ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ଭୁବନେଶ୍ୱର: ‘ସୃଜନ’ ପକ୍ଷରୁ ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା। ଚଳିତ ବର୍ଷ ନାଟ୍ୟ ନିର୍ଦେଶକ ସଚ୍ଚି ଦାସ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟରେ ସୋନାଲି ମହାପାତ୍ର, ସୁବିକାଶ ମୁଖାର୍ଜୀ, କଥକ ନୃତ୍ୟରେ ସ୍ୱାତୀ […]

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା : ରିପୋର୍ଟ ଦେଲା ରାଜ୍ୟ ସରକାରଙ୍କ ତିନି ଜଣିଆ କମିଟି ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଭିତରେ ଓ ବାହାରେ ଧାଡ଼ି ବ୍ୟବସ୍ଥା କରିହେବ। ଲୋକମାନେ ବର୍ତ୍ତମାନ ପରି ମାଗଣା ଦର୍ଶନ କରିପାରିବେ। କିନ୍ତୁ ଟିକେଟ୍‌ ବ୍ୟବସ୍ଥା ବି ରହିବ। ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ଦର୍ଶନ ପାଇଁ ଟିକେଟ୍‌ ନିର୍ଦ୍ଧାରଣ କରାଯିବ। ଟିକେଟ୍‌ କରିଥିବା ଲୋକଙ୍କୁ ଅଲଗା ଧାଡ଼ିରେ […]

ବାରଙ୍ଗ: ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ମୁଣ୍ଡଳି ଗାଁରେ ପଥର କାନ୍ଥ ପଡ଼ି ଉଷାରାଣୀ ବେହେରାଙ୍କର ୨୪ଟି ଛେଳି ମରିଯାଇଛନ୍ତି। ୧୦ ଛେଳି ଚିକିତ୍ସାଧୀନ ଅଛନ୍ତି। ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଉକ୍ତ ଘରେ ଉଷାରାଣୀ ୫୦ଟି ଛେଳି ବାନ୍ଧିଥିଲେ। ମୁଣ୍ଡଳି ସରପଞ୍ଚ ଶ୍ରୀକାନ୍ତ ଜେନା ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣଙ୍କ ବିଧବା ଓ […]

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସ୍ଥାନରେ ଖାଲି ପଡ଼ିଥିବା ସରକାରୀ ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ରୂପ ନେବାକୁ ଯାଉଛି। ଯଦିଓ ବିଡିଏ ପକ୍ଷରୁ ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ଜମିର ଇ-ନିଲାମ ଡକାଯାଇଥିଲା। ଏଥିରୁ ୫ଟି ଜମିରେ ହୋଟେଲ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସର୍ବାଧିକ ମୂଲ୍ୟ ଡାକିଥିବା ସଂସ୍ଥାଗୁଡ଼ିକୁ ଖୁବ୍‌ ଶୀଘ୍ର ଜମି ହସ୍ତାନ୍ତର କରିବାକୁ […]

ଭୁବନେଶ୍ୱର: କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସେପ୍ଟେମ୍ବର ୧୦ (ସୋମବାର) ଓଡ଼ିଶାର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। […]

Social media & sharing icons powered by UltimatelySocial