ୱାର୍ଡ଼ ମେମ୍ବର ହେବାକୁ ଅଯୋଗ୍ୟ ସମ୍ବିତ ପାତ୍ର-ସୁର ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଶାସକ ଦଳ ଦ୍ବାରା ମ୍ୟାନେଜ୍‌ ହୋଇଗଲେ। ଦଳର ୯ ଜଣ ବିଧାୟକ ଏଥିପାଇଁ ଟଙ୍କା ନେଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖାପାତ୍ର ଯଦି ଏପରି କହିଥାନ୍ତି, ତାହେଲେ ଏହା […]

ସଫେଇ ଦେଲେ “ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି “ ଭୁବନେଶ୍ବର: ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଥିବାର ଖବର ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ […]

ପାଟନା: ସଦ୍ୟ ସରିଥିବା ବିହାର ବିଧାନସଭା ନିର୍ବାଚନ ପରେ ବିହାରର ଗୋଟିଏ ଆସନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ରହିଛି। ଏଲଜେପି ସୁପ୍ରିମୋ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେପି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ, ମହାଗଠବନ୍ଧନରୁ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ […]

ଓବାମାଙ୍କ ଆତ୍ମଜୀବନୀରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ବିରୋଧରେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲା କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜ୍ଞାନ ପ୍ରକାଶ ଶୁକ୍ଲା ଲାଲଗଞ୍ଜ ସିଭିଲ କୋର୍ଟରେ ଅଭିଯୋଗ କରିଛନ୍ତି। ଓବାମାଙ୍କ ପୁସ୍ତକରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଓବାମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜ୍ଞାନ […]

ତାରକିଶୋର ପ୍ରସାଦ, ରେଣୁଦେବୀ ଉପମୁଖ୍ୟମନ୍ତ୍ରୀ ପାଟନା: ଲଗାତାର ଚତୁର୍ଥ ଥର ପାଇଁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଗତକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଅନୁଷ୍ଠିତ ସମାରୋହରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଏହା ଏହା ଥିଲା ନୀତୀଶଙ୍କ ସପ୍ତମ ଶପଥ ଗ୍ରହଣ। ଗତକାଲି ନୀତୀଶଙ୍କ ସହିତ ବିଜେପି ନେତା ତାରକିଶୋର ପ୍ରସାଦ ଏବଂ […]

୫୩ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ଏହି ପ୍ରାର୍ଥୀ ନୂଆଦିଲ୍ଲୀ: ଯଦି କେହି କେବେ ବିଧାୟକ କି ସାଂସଦ ହୋଇଯାନ୍ତି, ତେବେ ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ରହି ନଥାଏ, ଏମିତି ଧାରଣା ଜନମାନସରେ ରହିଛି। ଏହି ଭାବନା ପ୍ରାୟ ସମସ୍ତଙ୍କ ମନରେ ଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ କଥା କହିବୁ ଯିଏ ୪ ଥର ବିଧାୟକ ହୋଇଥିଲେ ବି ପକ୍କା ଘର […]

ସର୍ତ୍ତ ରଖିଲେ : ପାଶ୍ୱାନଙ୍କୁ ଏନ୍‌ଡିଏରୁ ବିଦା କରାଯାଉ, ମୋ କ୍ଷମତା ସଙ୍କୁଚିତ ହେବନାହିଁ ପାଟନା/ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ନୀତୀଶ କୁମାରଙ୍କ ଜେଡିୟୁ ଏବେ ଜୁନିୟର ଅଂଶୀଦାର ହୋଇଯାଇଛି। ଏହାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ୨୮ଟି ହ୍ରାସ ପାଇଥିବା ବେଳେ ବିଜେପି ୨୦ ଆସନ ଅଧିକ ପାଇ ମେଣ୍ଟରେ ଏକ ନମ୍ବର ସ୍ଥାନକୁ ଆସିଛି। ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଥିବାରୁ ନୀତୀଶ […]

ବ୍ରହ୍ମପୁର : ନିକଟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଆଗକୁ ପିପିଲି ଉପନିର୍ବାଚନ। ୨ ବର୍ଷ ତଳୁ କାର୍ଯ୍ୟକାଳ ସରିଥିଲେ ହେଁ ପୌର ନିର୍ବାଚନ କେବେ ହେବ ଅନିଶ୍ଚିତ। ଏବେ ସବୁ ରାଜନୈତିକ ଦଳର ଫୋକସ୍‌ ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନ। ଏଥିଲାଗି ବିଗତ କିଛି ମାସ ତଳୁ ଯଦିଓ ଗାଁ ରାଜନୀତି ପାଣିପାଗ ବଦଳିବା ଲକ୍ଷ୍ୟ କରାାଇଛି, ଏବେ ଧୀରେ ଧୀରେ ତାତି ବଢ଼ିବା ଆରମ୍ଭ ହୋଇଛି। […]

ନୂଆଦିଲ୍ଲୀ/ପାଟନା: କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୧୨୫ଟି ଆସନରେ ଏନଡିଏ ବିଜୟ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। […]

ଭୁବନେଶ୍ୱର : ଉପନିର୍ବାଚନରେ ବିଜେଡିର ବିଜୟ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ସେ କହିଛନ୍ତି ଯେ କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ […]

Social media & sharing icons powered by UltimatelySocial