ରାମ ବିଳାସ ପାଶୱାନଙ୍କ ପତ୍ନୀଙ୍କୁ ରାଜ୍ୟସଭା ପଠାଇପାରେ ଆରଜେଡି!

ବିଳାସ ପାଶୱାନଙ୍କ ପତ୍ନୀ

ପାଟନା: ସଦ୍ୟ ସରିଥିବା ବିହାର ବିଧାନସଭା ନିର୍ବାଚନ ପରେ ବିହାରର ଗୋଟିଏ ଆସନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ରହିଛି। ଏଲଜେପି ସୁପ୍ରିମୋ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେପି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ, ମହାଗଠବନ୍ଧନରୁ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାଗଠବନ୍ଧନ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ମା ତଥା ରାମ ବିଳାସ ପାଶୱାନଙ୍କ ପତ୍ନୀ ରୀନା ପାଶୱାନଙ୍କୁ ପ୍ରାର୍ଥୀ କରିପାରେ। ସୂଚନା ମୁତାବକ ବିହାରରୁ ଖାଲିପଡିଥିବା ଆସନଟି ରାମ ବିଳାସ ପାଶୱାନଙ୍କ ପରିବାର ହାତରେ ଥିଲା। ଆଉ ଆଶା କରାଯାଉଥିଲା ଯେ ତାଙ୍କ ମୃତ୍ୟୁ ପରେ ରାମବିଳାସଙ୍କ ପତ୍ନୀ ତାଙ୍କ ସ୍ଥାନରେ ଯିବେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏନଡିଏ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ଆଉ ଚିରାଗଙ୍କ ସମର୍ଥନ ପାଇବା ସହ ବିଜେପିକୁ ଟକ୍କର ଦେବା ପାଇଁ ରୀନା ପାଶୱାନଙ୍କୁ ପ୍ରାର୍ଥୀ କରିବାକୁ ଏବେ ଆରଜେଡି ଚାଁହୁଛି। କିନ୍ତୁ ଏଲଜେପି ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତ୍ତି ଆସିନାହିଁ। ସୂଚନା ଅନୁଯାୟୀ ଡିସେମ୍ବର ୧୪ରେ ରାଜ୍ୟସଭା ଉପନିର୍ବାଚନ ହେବ।

Share Now:

Kalinga News Beuro

Next Post

ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କର ବାହାଘର ପାଇଁ ୩୨ କୋଟିର ବିବାହ ବଜେଟ

Sun Nov 29 , 2020
ଭୁବନେଶ୍ୱର : କଳାଧନର କୁବେର ଆଇଏଫ୍ଏସ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କର ବିଳାସପୂର୍ଣ୍ଣ ଜୀବନ ଶୈଳୀର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ଆଲିସାନ୍ ଫ୍ଲାଟ୍, ଡାଇନିଂ ହଲ୍, କୋଟି କୋଟି ଟଙ୍କାର ଆସବାବପତ୍ର, ଦାମୀ କାର୍‌, ବାଇକ୍, ବିମାନ ଯାତ୍ରା ଭଳି ଅଏସ କରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ରାଜକୀୟ ଢଙ୍ଗରେ ବିବାହ ପାଇଁ ଥିଲା ଯୋଜନା। ରାଜସ୍ଥାନର ତାଜ୍ ଲେକ […]
ଆକାଶଙ୍କର ବାହାଘର ପାଇଁ ୩୨ କୋଟିର ବିବାହ ବଜେଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial