ହାଇଦ୍ରାବାଦ: ଅଯୋଧ୍ୟାରେ ରାମ ମନ୍ଦିର ତୋଳାଯିବାକୁ ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜଫର୍‌ଙ୍କ ବଂଶଜ ବୋଲି ଦାବି କରୁଥିବା ରାଜକୁମାର ହବୀବୁଦ୍ଦିନ ତୁସୀ ସୁନାଇଟା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ୧୫୨୯ ମସିହାରେ ବାବ୍ରି ମସ୍‌ଜିଦ୍‌ ନିର୍ମାଣ କରାଇଥିବା ପ୍ରଥମ ମୋଗଲ ସମ୍ରାଟ ବାବରଙ୍କର ଉତ୍ତରାଧିକାରୀ ହୋଇଥିବାରୁ ସେ ବାବ୍ରି ମସ୍‌ଜିଦ୍‌-ରାମ ଜନ୍ମଭୂମି ଜମିର ଅଧିକାରୀ, ତେଣୁ ତାଙ୍କୁ ସେ ଜମି ହସ୍ତାନ୍ତର କରାଯାଉ। […]

ମୁମ୍ବାଇ : ହିନ୍ଦୀ ସିନେମାର ଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍‌ମିଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ସେ ଆଇସିୟୁରେ ରହିଥିଲେ। ତେବେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍‌, ବାଜାର୍, ଖାନ୍‌ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ […]

ବଲାଙ୍ଗିର: ଆଜି ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ସହ ନାଚଗୀତର ତାଳେ ତାଳେ ଉଠିବ ପଡ଼ିବ ପଶ୍ଚିମ ଓଡ଼ିଶା। ଏଥିପାଇଁ ଦୂରଦୂରାନ୍ତରୁ ଆସି ଘରେ ପହଞ୍ଚିଲେଣି ପରିବାର ଲୋକେ। ଆଜି ଭୋର ସାଢ଼େ ୪ଟାରେ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର। ନୂଆଶାଢ଼ୀ ସହ ଅଳଙ୍କାର ଧାରଣ ପରେ ଆରମ୍ଭ ହେବ ରୀତିନୀତିର ପୂଜାର୍ଚ୍ଚନା। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। […]

  ଭୁବନେଶ୍ୱର : ଗଜାନନଙ୍କ ଆରଧାନା ପାଇଁ ଉତ୍ସବମୁଖର ଗାଁଠୁ ସହର। ଏଥିରୁ ବାଦ୍‌ ପଡ଼ିନି ଶିକ୍ଷକ୍ଷାନୁଷ୍ଠାନ। ଗଣେଶଙ୍କ ଆବାହନ ଲାଗି ରାଜଧାନୀରେ ଥିବା ଶତାଧିକ ଶିକ୍ଷାନୁଷ୍ଠାନ ଏବେ ଝଲସିବାରେ ଲାଗିଛି। ରଙ୍ଗିନ୍‌ ଆଲୋକମାଳା ସାଙ୍ଗକୁ ଏଲ୍‌ଇଡି ଗେଟ୍‌ ପୂଜା ମଣ୍ଡପର ଶୋଭା ବଢ଼ାଉଛି। ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି ସମେତ ଇନ୍‌ଫୋସିଟି ଓ ମଞ୍ଚେଶ୍ୱର ଅଞ୍ଚଳରେ ୧୨୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌ରେ ବହୁ ଆଡ଼ମ୍ବର ପ୍ରସ୍ତୁତି ହୋଇଛି। […]

ସଚ୍ଚି ଦାସ, ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ଭୁବନେଶ୍ୱର: ‘ସୃଜନ’ ପକ୍ଷରୁ ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା। ଚଳିତ ବର୍ଷ ନାଟ୍ୟ ନିର୍ଦେଶକ ସଚ୍ଚି ଦାସ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟରେ ସୋନାଲି ମହାପାତ୍ର, ସୁବିକାଶ ମୁଖାର୍ଜୀ, କଥକ ନୃତ୍ୟରେ ସ୍ୱାତୀ […]

ବିକେ ଆର୍ଟ କଲେଜ: ସବୁ ଥାଇ କାମରେ ଲାଗୁନି ଭୁବନେଶ୍ୱର: ଟ୍ରାନ୍ସଫର୍ମର ଲାଗିଛି, କରେଣ୍ଟ୍‌ ନାହିଁ। ପାଣି ପାଇପ୍‌ ସଂଯୋଗ ହୋଇଛି, ପାଣି ଆସୁନି। ଛାତ ଗ୍ରିଡିଂ ହୋଇଛି, କିନ୍ତୁ ଛାତରୁ ପାଣିର ଧାର ଛୁଟୁଛି। ଚିତ୍ରକଳାର ଏକମାତ୍ର କଲେଜ୍‌ ବୋଲି କୁହାଯାଉଛି। ଏଣେ କଲେଜର ସ୍ୱାସ୍ଥ୍ୟ ଯେ ବିଗିଡ଼ିଗଲାଣି, ସେଥିପ୍ରତି କାହାର ନଜର ନାହିଁ। ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ କଲେଜ୍‌ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ (ବିକେ ଆର୍ଟ […]

କାମଚଳା ଅଧ୍ୟକ୍ଷରେ ଚାଲିଛି ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱର: କଳା, ସଂସ୍କୃତିର ରାଜ୍ୟ ଓଡ଼ିଶାରେ ସଂସ୍କୃତି ଶିକ୍ଷା ବାଟବଣା। ୧୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ନିଜ ସ୍ଥିତି ସଜାଡ଼ିପାରୁନି। ପିଲା ହେଉ ନାହାନ୍ତି କି ସବୁ ବିଭାଗରେ ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ବିଭାଗ ବନ୍ଦ ହେଉଛି। ପିଲା ନ ହେବାରୁ ଗତବର୍ଷ ୪ଟି ବିଭାଗରେ ତାଲା ପଡ଼ିଥିଲା। […]

ପୁରୁଣା ଭୁବନେଶ୍ୱର : ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦି୍ଵତୀୟ କୋଣାର୍କ ପରିକଳ୍ପନାକୁ ନେଇ ସାରା ରାଜ୍ୟରେ ଚର୍ଚା ଲାଗି ରହିଥିବା ବେଳେ ସମସ୍ତେ କିନ୍ତୁ ପାସୋରି ଯାଇଛନ୍ତି ଏକାମ୍ର କ୍ଷେତ୍ରର ଯମେଶ୍ୱର ଓ ଚିତ୍ରକାରିଣୀ ମନ୍ଦିରକୁ। ଦୂରରୁ ପ୍ରାୟ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରି ଦେଖାଯାଉଥିବା ଏହି ଦୁଇ ମନ୍ଦିରର ନିର୍ମାଣ ଶୈଳୀଠାରୁ ଆରମ୍ଭ କରି ମନ୍ଦିରରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟକୁ ଦେଖିଲେ ଜଣେ ସେଠାରେ ଘଡ଼ିଏ ଅଟକି […]

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ ମା ଲକ୍ଷ୍ମୀ କ୍ରୋଧାନ୍ଵିତ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଅନ୍ୟପଟେ ଆସନ୍ତାକାଲି ତିନି ରଥ ବାହୁଡ଼ା ଯାତ୍ରା ପାଇଁ ଦକ୍ଷିଣମୋଡ଼ ନେବେ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ପାଇଁ ନୀତି ନିର୍ଘଣ୍ଟ ହୋଇଛି।ପରମ୍ପରା ଆଧାରରେ ଆଜି ହେରାପଞ୍ଚମୀ ଉପଲକ୍ଷେ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ […]

ପୁରୁଣା ଭୁବନେଶ୍ୱର: ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ମନ୍ଦିରମାଳିନୀ ଭୁବନେଶ୍ୱରର ୧୧ଟି ମନ୍ଦିର ରହିଥିବା ବେଳେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନ ଭୁବନେଶ୍ୱର ସବ୍‌-ସର୍କଲ ଅଧୀନରେ ୨୩ଟି ଓ ଆଖପାଖ ଅଞ୍ଚଳରେ ୬ଟି କୀର୍ତ୍ତିରାଜିସ୍ଥଳୀ ରହିଛି। ଏହାବ୍ୟତୀତ ଭୁବନେଶ୍ୱରରେ ୧୯୯ଟି ମନ୍ଦିର ରହିଥିବା ବେସରକାରୀ ସଂସ୍ଥା ଇନ୍‌ଟାକ୍‌ର ଗଣନା କହୁଛି। କିନ୍ତୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଛାଡ଼ିଦେଲେ ଭୁବନେଶ୍ୱରରେ ଅନ୍ୟ କୌଣସି ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନାହିଁ। ରାଜ୍ୟ ହେଉ କି […]

Social media & sharing icons powered by UltimatelySocial