ବାଲେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟଗଣତି ଆରମ୍ଭ ହୋଇଥିବା ଜଣାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯାଇଥିଲା। ପ୍ରବେଶ ଦ୍ୱାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍‌ କରାଯାଇଥିଲା। ଏହାବାଦ କୋଭିଡ ଗାଇଡଲାଇନ୍‌ ମାନି ଭୋଟ ଗଣତି […]

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି। ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି। ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) […]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ କି ବାଇଡେନ୍‌ ଯିଏ ଜିତିଲେ ବି ଚୀନ୍‌ ପାଇଁ ଅମଙ୍ଗଳ ବାର୍ତ୍ତା ଆଣିବ ବୋଲି ଅଧିକାଂଶ ଚୀନ୍‌ବାସୀ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର ଭାରତ ପାଇଁ ଏ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଅଧିକାଂଶ ଭାରତୀୟ ବିଶ୍ବାସ କରନ୍ତି ଯେ ହ୍ବାଇଟ୍‌ ହାଉସ୍‌ ଯିଏ ଦଖଲ କରୁନା କାହିଁକି, ଭାରତ ସହ ଆମେରିକାର ଦ୍ବିପାକ୍ଷିକ ସମ୍ପର୍କ ସେମିତି ବଳବତ୍ତର ରହିବ। ଅବଶ୍ୟ ଢାଞ୍ଚାରେ କିଛି […]

ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଦିବଙ୍ଗତ ବିଧାୟକଙ୍କ ପତ୍ନୀ ପିପିଲି: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ବିଜେଡିର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କିଏ ଦଳ ସମ୍ଭାଳି‌ବେ ବୋଲି ସ୍ଥାନୀୟ ଛାମୁଆ ନେତା ଓ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପିପିଲିରେ ବିଜେଡିର ମଙ୍ଗ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ଧରିଲେ ବୋଲି କିଛି ଦଳୀୟ […]

ନୂଆଦିଲ୍ଲୀ: ବିଜେପି ଦଳକୁ ହାଲୁକା ଭାବେ ନିଆଗଲେ କଂଗ୍ରେସ ମୂଳପୋଛ ହୋଇଯିବାର ସମ୍ଭାବନା ରହିଛି ‌ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ କହିଛନ୍ତି। କଂଗ୍ରେସ ଦଳ କେବେ ‌ବି ବିଜେପିକୁ ହାଲୁକା ‌ଭାବେ ବିଚାର କରିବାର ବିପଦକୁ ଗ୍ରହଣ କରିବ ନାହିଁ। ପେପସିକୁ ହାଲୁକା ଭାବେ ଗ୍ରହଣ କରି କୋକ୍ ମୂଳପୋଛ ହୋଇଯାଇଥିଲା। ତେଣୁ ବିଜେପିକୁ ହାଲୁକାଭାବେ ନେଲେ କଂଗ୍ରେସକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି […]

ପାଟନା: ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ। ୨.୮୬ କୋଟିରୁ ଅଧିକ ଭୋଟର ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ। ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୧୬ ଜଣ ପୁରୁଷ, ୧୪୬ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ ସେଗୁଡ଼ିକ ହେଉଛି ରାଘୋପୁର, ହାସନପୁର, […]

ଭୁବନେଶ୍ୱର : ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଭୋଟ ଦେବା ପାଇଁ ଭୋଟଗ୍ରହଣ କେନ୍ଦ୍ରରେ ଲୋକଙ୍କ ଭିଡ ଲାଗିଛି। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ଭୋଟ ଦେଉଛନ୍ତି ଭୋଟର। ଏହା ସନ୍ଧ୍ୟା ୬ଟାରେ ଶେଷ‌ ହେବ। ସନ୍ଧ୍ୟା ୬ଟା ମଧ୍ୟରେ ୪ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ଜଣ ପ୍ରାର୍ଥୀଙ୍କ […]

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଆରମ୍ଭ ହୋଇଛି। ଆଜି ମୋଟ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟ ପାଇଁ ମୋଟ ୨ କୋଟି ୧୫ ଲକ୍ଷ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ପୁରୁଷ ଥିବାବେଳେ ୧ କୋଟି ମହିଳା ଭୋଟର ଅଛନ୍ତି। ଏହା ସହିତ ୫୯୯ ଜଣ […]

ଭୁବନେଶ୍ବର: ବାଲେଶ୍ବର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ଆସନ ଲାଗି ହେଉଥିବା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯିବେ ନାହିଁ। ବରଂ ଭର୍ଚୁଆଲ ପ୍ରଚାର କରିବେ। ଆସନ୍ତାକାଲି ଅର୍ଥାତ୍ ୨୮ ତାରିଖରେ ନବୀନ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବେ। ଏଥିପାଇଁ ଦଳୀୟ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି ଓ ନେତାମାନେ ନିର୍ବାଚନମଣ୍ଡଳୀରେ ବ୍ୟାପକ ଆୟୋଜନ […]

ବକ୍ସର : ତାଙ୍କ ଦଳ ଭୋଟ‌ ପାଇ କ୍ଷମତାକୁ ଆସିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲ୍‌ ଯିବେ‌ ବୋଲି ‘ଲୋକ ଜନଶକ୍ତି ପାର୍ଟି’ର (ଏଲ୍‌ଜେପି) ନେତା ଚିରାଗ ପାସୱାନ ରବିବାର ଦିନ ଏକ ନିର୍ବାଚନୀ ରାଲିରେ କହିଛନ୍ତି। ବକ୍ସର‌ ଅନ୍ତର୍ଗତ ଦୁମରାଓଁରେ ବିହାର ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେଇ ପାସୱାନ ରାଜ୍ୟବାସୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ, ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ, ଯୁବ ବିରୋଧୀ, […]

Social media & sharing icons powered by UltimatelySocial