ନିରାକାରପୁର(ଖୋର୍ଦ୍ଧା): ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନମ୍ବର ଗୋଳବାଇ ଛକରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଲୋମହର୍ଷଣକାରୀ ଦୁର୍ଘଟଣାରେ ୩ ବର୍ଷର ଶିଶୁ ପ୍ରଜ୍ଞାପରମିତା ସୁନ୍ଦରାୟଙ୍କ ମୃତ୍ୟୁ ହୋଇଥିବା ବେଳେ ତା’ର ମାମୁଁ ଓ ମା’ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ମଝିସାହୀ ନିବାସୀ କିଶୋର ସୁନ୍ଦରାୟଙ୍କ […]

ଦିଗପହଣ୍ଡି : ଯୌତୁକ ଯୁଇରେ ପୁଣି ଜଳି ଯାଇଛନ୍ତି ଜଣେ ନବବଧୂ। ଏ ଘଟଣାରେ ଧନ, ଜମି କି ଟଙ୍କା ପାଇଁ ନୁହେଁ, ଯୌତୁକରେ ଗାଈଟିଏ ଦେଇ ନଥିଲେ ବୋଲି ସ୍ୱାମୀ କିରାସିନି ଢ଼ାଳି ପତ୍ନୀଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ଗ୍ରାମରେ। ପ୍ରକାଶ ଯେ, ଗତ ବର୍ଷକ ତଳେ ବନ୍ଥପଲି ଗ୍ରାମର ବୁଡୁ ନାୟକଙ୍କ ଭଉଣୀ ରଂଜୁ ନାୟକ […]

  କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଗତ ୧୫ ତାରିଖରେ ଆଗତ ମାମଲାକୁ ଆଜି ବିଚାର ପାଇଁ ଗ୍ରହଣ କରାଯାଇଛି। ଏହି ମାମଲା(ମେଣ୍ଟେନେବୁଲ)ର ବିଚାର ଆରମ୍ଭ ହେବ ବୋଲି ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିହାର ରଞ୍ଜନ ସାହୁ ସ୍ପଷ୍ଟ କରିଛନ୍ତି। ଏହି ଅଭିଯୋଗ ନେଇ କୋର୍ଟରେ ଏକ ୧ ସିସି(କମ୍ପ୍ଲେନ୍‌ […]

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ‘ଭାଇଲୋଗ୍‌’ ନାଁରେ ଏକ ନୂଆ ଗ୍ୟାଙ୍ଗ୍‌ର ଆବିର୍ଭାବ ହୋଇଛି। ଏକ ଠିକାଦାର କ୍ୟାମ୍ପ୍‌ରେ ବୋମାମାଡ଼ ଘଟଣାରେ ୨ ଜଣ ଗିରଫ ହେବା ପରେ ଏହି ଗ୍ୟାଙ୍ଗ୍‌ର ସ୍ୱରୂପ ପଦାକୁ ଆସିଛି। ଗିରଫ ଅପରାଧୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଠିକାଦାରଙ୍କ ସହଯୋଗୀ। ବଟି ମୂଲ୍‌ଚାଲ୍‌କୁ ନେଇ ମନରେ ଅସନ୍ତୋଷ ଯୋଗୁ ସେ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ଅନ୍ୟପକ୍ଷରେ, ଏହି ନୂଆ ଗ୍ୟାଙ୍ଗ୍‌କୁ ନେଇ ପୁଲିସ୍‌ର […]

ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦିରେ ଖୋଲିଚାଲିଛି ଘରୋଇ ସ୍କୁଲ। ବିଶାଳ କୋଠା ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ କୋଠରିରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପ୍ରାଥମିକ ଶିକ୍ଷା। ଏଥିପାଇଁ ଅଭିଭାବକଙ୍କଠାରୁ ପ୍ରଚୁର ଟଙ୍କା ବି ନିଆଯାଉଛି। ଏଲ୍‌କେଜିଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ପ୍ରତିବର୍ଷ ମନଇଚ୍ଛା ଫି’ ବୃଦ୍ଧି କରି ଚାଲିଥିବା ବେଳେ ଲଗାମ ଲଗାଇବାକୁ କେହି ନାହିଁ। ଗଣଶିକ୍ଷା […]

ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ଦାବିକୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ରାଜ୍ୟ କଂଗ୍ରେସର ସ୍ଥିତି ଆକଳନ କରିବା ପାଇଁ ରାହୁଲ ଗାନ୍ଧୀ ତିନିଜଣିଆ ପର୍ଯ୍ୟବେକ୍ଷକ […]

  କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କେତେକ ରାଜନୈତିକ ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉଦ୍ୟମ କରିବା ଘଟଣାର ପ୍ରତିବାଦରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଜି ମଧ୍ୟାହ୍ନରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦର ଜରୁରି ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏପରି ଉଦ୍ୟମକୁ ଆଇନଜୀବୀମାନେ ନିନ୍ଦା କରିଥିଲେ। ଏଭଳି ଘଟଣାର ପ୍ରତିବାଦରେ ଆଜି ମଧ୍ୟାହ୍ନରୁ […]

ଭୁବନେଶ୍ୱର: ବିଜୁ ଯୁବ ବାହିନୀକୁ ଟକ୍କର ଦେବାକୁ ବିଜେପି ଆରମ୍ଭ କରିବ ନୂଆ ଓଡ଼ିଶା ନିର୍ମାଣ ଅଭିଯାନ। ଉତ୍କଳ ଦିବସର ପ୍ରଥମ ସୂର୍ଯ୍ୟୋଦୟରେ ନୂଆ ଓଡ଼ିଶା ଗଠନ ନେଇ ଯୁବକମାନେ ଚନ୍ଦ୍ରଭାଗାରେ ଶପଥ ନେବେ। ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨୫ ଜଣ ଯୁବକଙ୍କୁ ନେଇ ସରକାରଙ୍କ ବିଜୁ ଯୁବବାହିନୀର ପରିକଳ୍ପନା ପରେ ଭୋଟବ୍ୟାଙ୍କ ଦୋହଲି ଯିବା ଆଶଙ୍କାରେ ବିଜେପି ନିଜ ପକ୍ଷରେ ଯୁବକଙ୍କୁ ବାନ୍ଧି ରଖିବା ପାଇଁ ଏଭଳି […]

ପୁରୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ରେ GSAT-6A କମ୍ୟୁନିକେଶନ ସାଟେଲାଇଟକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏହା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାର ଓଜନ ୨,୧୪୦ କେଜି ଓ ଲମ୍ବ ୪୯.୧ ମିଟର। ଶ୍ରୀହରିକୋଟାର ସେକେଣ୍ଡ ଷ୍ଟେସନ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏଥିପାଇଁ ବାଲୁକା କଳା ମାଧ୍ୟମରେ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି […]

ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ଆଜି ସଂଧ୍ୟାରେ ଏଆଇସିସି ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦୀର୍ଘ ୪୦ ବର୍ଷ କଂଗ୍ରେସରେ ରହି ଆସିଥିବା […]

Social media & sharing icons powered by UltimatelySocial