ଛାଡିଲେ ହାତ ,ଧରିବେ ଶଙ୍ଖ :ଚନ୍ଦ୍ରଶେଖର, ବିକ୍ରମ, ଭଗବାନ

ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ଆଜି ସଂଧ୍ୟାରେ ଏଆଇସିସି ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦୀର୍ଘ ୪୦ ବର୍ଷ କଂଗ୍ରେସରେ ରହି ଆସିଥିବା ଶ୍ରୀ ସାହୁ ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ। ଏଆଇସିସି ସଦସ୍ୟ ସହିତ ପିସିସି କାର୍ଯ୍ୟକାରୀ ସଭାପତି ପଦରେ ମଧ୍ୟ ରହିଥିଲେ। ସେ ଇସ୍ତଫାପତ୍ରରେ ଉଲ୍ଳେଖ କରିଛନ୍ତି, ବିଗତ ୯ ବର୍ଷ ଧରି ଦଳର ଆଭ୍ୟନ୍ତରୀଣ ସ୍ଥିତି ଓ ସାଂଗଠନିକ ନିଷ୍କ୍ରିୟତା ନେଇ ବହୁବାର ଆଲୋଚନା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲା ନାହିଁ। ରାଜ୍ୟରେ ଦଳର ସ୍ଥିତି ଦେଖି ବାଧ୍ୟ ହୋଇ ଇସ୍ତଫା ପ୍ରଦାନ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସାହୁଙ୍କ ସହିତ ପିସିସି ସାଧାରଣ ସଂପାଦକ ତଥା ନୂତନ ଭାବେ ଏଆଇସିସି ସଦସ୍ୟ ହୋଇଥିବା ବିକ୍ରମ କୁମାର ପଣ୍ଡା ଏବଂ ଦୀର୍ଘ ୧୦ ବର୍ଷ ଧରି ଜିଲ୍ଲା ସଭାପତି ରହି ଆସିଥିବା ଶ୍ରୀ ଗନ୍ତାୟତ ମଧ୍ୟ ନିଜର ଇସ୍ତଫାପତ୍ର ପିସିସି ସଭାପତି ଓ ଏଆଇସିସି ଅଧ୍ୟକ୍ଷଙ୍କୁ ପଠାଇ ଦେଇଛନ୍ତି। ଇସ୍ତଫା ଦେଇଥିବା ଅନ୍ୟ ନେତାଙ୍କ ମଧରେ ଅଛନ୍ତି ବ୍ରହ୍ମପୁର ଟାଉନ୍‌ କଂଗ୍ରେସ ସଭାପତି ସଂଜୀତ ପାଣିଗ୍ରାହୀ, ଏଲ୍‌ଓ୍ଵାଇସି ସଭାପତି ଅଜିତ ପଣ୍ଡା, ଏନ୍‌ଏସ୍‌ୟୁଆଇ ସଭାପତି ତାପସ ସାହୁ, ମହିଳା କଂଗ୍ରେସ ସଭାପତି ବି. ପୁଷ୍ପାବତୀ, ପିସିସି ସଦସ୍ୟ ଦୁର୍ଗାପ୍ରସାଦ ପଣ୍ଡା ଓ ମଳୟ ବିଷୋୟୀ, ପିସିସି ସମ୍ପାଦକ ତୁମ୍ବନାଥ ପଣ୍ଡା, ପ୍ରମୋଦ କୁମାର ବେବର୍ତ୍ତା ପଟ୍ଟନାୟକ, ଶୂନ୍ୟ ଚନ୍ଦ୍ର ଦାଶ, ପ୍ରକାଶ ବିଷୋୟୀ ପ୍ରମୁଖ।

Share Now:

Kalinga News Beuro

Leave a Reply

Next Post

ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

Fri Mar 30 , 2018
ପୁରୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ରେ GSAT-6A କମ୍ୟୁନିକେଶନ ସାଟେଲାଇଟକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏହା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାର ଓଜନ ୨,୧୪୦ କେଜି ଓ ଲମ୍ବ ୪୯.୧ ମିଟର। ଶ୍ରୀହରିକୋଟାର ସେକେଣ୍ଡ ଷ୍ଟେସନ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏଥିପାଇଁ ବାଲୁକା କଳା ମାଧ୍ୟମରେ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial