ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ। କ୍ବାରାଣ୍ଟାଇନରୁ ୩୨୮ ଜଣ ଚିହ୍ନଟ ହୋଇଥିବାବେଳେ ୨୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୫୬୫ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୮ ଜଣ, […]

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଘରୋଇ […]

ପୁରୀ : ପିପିଲି ଉପନିର୍ବାଚନ ପାଇଁ ୮ଦିନ ଧରି ଚାଲିଥିବା ପ୍ରଚାର ଗତକାଲି ଶେଷ ହୋଇଛି। ବିଭିନ୍ନ ଦଳର ନେତାମାନେ ଶେଷଦିନରେ ମାରଥନ୍‌ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ସୋମବାର ସଂଧ୍ୟା ୬ଟାରୁ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଥିବାବେଳେ ସେପ୍ଟେମ୍ବର ୩୦ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ ବୁଥ୍‌ରେ ୨ଟି ବ୍ଲକ୍‌ର ୨ଲକ୍ଷ […]

ମୁମ୍ବାଇ : ଏବେଠାରୁ ତାରିଖ ନିର୍ଦ୍ଧାରିତ ହେଇସାରିଲାଣି। ଅବଶ୍ୟ ବଲିଉଡ୍‌ରେ ଏହା କିଛି ନୂଆ ଟ୍ରେଣ୍ଡ ନୁହେଁ। କୌଣସି ନୂଆ ସିନେମା ରିଲିଜ୍‌ କରିବାର ବହୁ ପୂର୍ବରୁ ଏଥିପାଇଁ ଶୃଙ୍ଖଳାଗତ ଭାବେ ଆବେଦନ କରିବାକୁ ହୁଏ। ସେହିକ୍ରମରେ ଆଗାମୀ ୨୦୨୨ ମସିହା ସ୍ବାଧୀନତା ଦିବସ ଅବସରରେ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’ ଦୁଇ ଚଳଚ୍ଚିତ୍ରକୁ ମୁକ୍ତିଲାଭ ପାଇଁ ସ୍ବୀକୃତି ମିଳିଯାଇଛି। ‘ଆଦିପୁରୁଷ’ରେ ବାହୁବଳୀ ଫେମ୍ ଆକ୍ଟର ପ୍ରଭାସ ମୁଖ୍ୟ ଚରିତ୍ରରେ ଥିବାବେଳେ […]

ମାନ୍ୟତା ପ୍ରତ୍ୟାହାର କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ରାଇରଙ୍ଗପୁର : ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ। ହେଲେ ବିଡ଼ମ୍ବନା, ଚଳିତ ୨୦୨୧-୨୨ ଶିକ୍ଷାବର୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବିତୀୟ ରାଜ୍ୟଭାଷା ଓଡ଼ିଆକୁ ଉଚ୍ଛେଦ କରିବା ଲାଗି ନି‌ଷ୍ପତ୍ତି ନେଇଛି। ଅର୍ଥାତ୍ ଝାଡ଼ଖଣ୍ଡର କୌଣସି […]

କୋରାପୁଟ : ମାସକ ତଳେ ଓଡ଼ିଶାର ଗାଁରେ ତେଲୁଗୁ ଭାଷାରେ ଫଳକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଓଡ଼ିଶାର କଡ଼ା ଆଭିମୁଖ୍ୟ ଯୋଗୁ ଶେଷ ମୁହୂର୍ତ୍ତରେ ଫଳକ ବିବାଦରୁ ଦୂରେଇ ଯାଇଥିଲେ ଆନ୍ଧ୍ରର ସାଲୁର ବିଧାୟକ। କିଛିଦିନର ନିରବତା ପରେ ପୁଣି ଫଳକ ଲଗାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଯାହାର ଉଦାହରଣ ସୋମବାର ଦିନ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ […]

ପିପିଲି: ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଛି। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଛି। କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ […]

ଭୁବନେଶ୍ବର : ଓଡ଼ିଶା ‌ପର୍ଯ୍ୟଟନର ନୌବିହାର ନେବ ନୂଆ ରୂପ। ପୁରୁଣା କାଠ ଡଙ୍ଗାର ସ୍ଥାନ ନେବ ଆଧୁନିକ ଡଙ୍ଗା। ସମସ୍ତ ଡଙ୍ଗାର ରଙ୍ଗ ଏକା ଭଳି ରହିବ। ଫଳରେ ଏହା ଓଡ଼ିଶା ପର୍ଯ୍ୟଟକକୁ ଆହୁରି ଆକର୍ଷିତ କରିବ। ପର୍ଯ୍ୟଟକମାନେ ‘ଫାଇବର୍‌ ଗ୍ଲାସ୍‌ ରେନ୍‌ଫୋର୍ସଡ୍‌ ପ୍ଲାଷ୍ଟିକ୍’(ଏଫ୍‌ଆର୍‌ପି) ଡଙ୍ଗାରେ ବସି ନୌବିହାରର ମଜା ନେବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା ଓ ଭିତରକନିକାରେ ଡଙ୍ଗା ବଦଳାଇବାକୁ ସରକାରୀସ୍ତରରେ […]

ଭୁବନେଶ୍ବର : ଗାଡ଼ି ଛଡ଼ାଇବାକୁ ଯାଇ ରବିବାର ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି। ଆହତ ଦୁଇ ଭାଇ ହେଲେ, ସୁପ୍ରଭାସ ମାନ୍ଧତା ଓ ତାଙ୍କ ଭାଇ ସୌମ୍ୟରଞ୍ଜନ। ଏନେଇ ଭରତପୁର ଥାନା‌ରେ ଅଭିଯୋଗ ହୋଇଛି ଓ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ମାତ୍ର ଅଭିଯୁକ୍ତମାନେ ଫେରାର ଥିବାରୁ କାହାକୁ ଗିରଫ କରାଯାଇନାହିଁ।ମିଳିଥିବା ସୂଚନାନୁସାରେ, ସୁପ୍ରଭାସ ସ୍ବିଗି ଡେଲିଭରି-ବୟ ଭାବେ କାମ […]

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୨୬ ହଜାର ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍‌ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୦୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୭୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ […]

Social media & sharing icons powered by UltimatelySocial