ଭୁବନେଶ୍ବର : କରୋନା କଟକଣା ଯୋଗୁଁ ରାଜଧାନୀରେ ଲୋକେ ଘରୁ ପଦାକୁ କମ୍ ବାହାରୁଛନ୍ତି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ଏବେ ବି ଜାରି ଅଛି। କିନ୍ତୁ ଅପରାଧ କମିବା ନାଁ ନେଉନାହିଁ। ପତିଆରା ପାଇଁ କଥାକଥାକେ ଘଟୁଛି ହଣାକଟା, ରକ୍ତପାତ। ଗଳିକନ୍ଦିଠୁ ନେଇ ରାଜରାସ୍ତା ଯାଏ ବୁଲୁଛି ଖଣ୍ଡା, ଭୁଜାଲି। ସୃଷ୍ଟି ହେଉଛି ଆତଙ୍କରାଜ। ବସ୍ତି-ବସ୍ତି, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି କେତେବେଳେ ମୁଣ୍ଡ ଗଡ଼ୁଛି ତ କେତେବେଳେ […]

ବାଲିପାଟଣା : ଏବେବି ସରିନି କରୋନା କାରୁଣ୍ୟ। ପ୍ରତିଦିନ କେତେ ଜୀବନ ନେଉଛି କରୋନା। କେତେବେଳେ କରୋନା ଆକ୍ରାନ୍ତଙ୍କ ଶବ ଅଛୁଆଁ ପାଲଟିଯାଉଛି ତ ଆଉ କେତେବେଳେ ପରିବାର ଲୋକ ଶବକୁ ଟି‌କେ ଦେଖି ମଧ୍ୟ ପାରୁନାହାନ୍ତି। ଏବେ ସେମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ। କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କର ଏଯାଏ ଶବଦାହ ହୋଇନି; କିନ୍ତୁ ତାଙ୍କ ଶୁଦ୍ଧିକ୍ରିୟା ଶେଷ କରି […]

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି। ଏହି କ୍ରମରେ ଅନ୍ୟ ଦେଶ ଭଳି ଭାରତରେ ବି ଟିକାର ମିଶ୍ରିତ ଡୋଜକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହି ପରୀକ୍ଷାକୁ ନେଇ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) […]

କୋରାପୁଟ: ଭାରତ କାହିଁକି ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ। କୋରାପୁଟ କଫି ବିନ୍‌କୁ ପକ୍ରିୟାକରଣ କରି ବିଶ୍ୱ ବଜାରରେ ଛାଡିବ ବହୁଦେଶୀୟ କମ୍ପାନି ଟାଟା। ଶନିବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭୮ହଜାର ୭୯୦ କେଜି କଫି ବିନ୍‌ ଟାଟାକୁ ବିକ୍ରି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକକୁ ବିଦାୟ ଦେଇଛନ୍ତି। କୋରାପୁଟ ଜିଲ୍ଲାର ୧୯୩ ଜଣ କଫି […]

ଟୋକିଓ: ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଟୋକିଓରେ ଇତିହାସ ରଚିଲା ଭାରତ। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା। ଭାରତକୁ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ। ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନିରଜ। ପ୍ରଥମ ରାଉଣ୍ଡରେ ନିଜର ୮୭.୦୩ ମିଟର ଥ୍ରୋ କରି ନିରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ […]

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ (ଡିସିଏଚ୍‌-୧)ରୁ ଜଣେ ଚିକିତ୍ସାଧୀନ କଏଦୀ ଚମ୍ପଟ ମାରିଛି। ସମ୍ପୃକ୍ତ କଏଦୀର ନାମ ମିର୍ତା ସିଂ(୩୭)। ତାର ଘର ନୟାଗଡ଼ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ କଏଦୀଙ୍କୁ ଜଗିଥିବା ଜେଲ୍‌ ୱାର୍ଡ଼ର୍‌ଙ୍କ ତରଫରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରିଛି। ଡିସିଏଚ୍‌-୧ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରି […]

ନୂଆଦିଲ୍ଲୀ: ମୋହାଲି ସେକ୍ଟର-୭୧ ମାର୍କେଟ ନିକଟରେ ଅକାଳୀ ଦଳର ଯୁବ ଅକାଳି ଦଳର ନେତା ବିକ୍ରମଜିତ୍ ମିଡୁଖେରା ଓରଫ ବିକିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆଇ-୨୦ କାରରେ ଆସିଥିବା ୪ ଜଣ ଯୁବକ ବିକିଙ୍କୁ ପିଛାକରି ତାଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଏହା ପରେ ଘଟଣାସ୍ଥଳରେ ହିଁ ବିକିଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି। ପୁଲିସ କହିଛି ଯେ, ଶନିବାର ସକାଳେ […]

ନୂଆଦିଲ୍ଲୀ: ଭାରତ ପାଇଁ ଟୋକିଓ ଅଲିମ୍ପିକରୁ ଆଜି ଖୁସି ଖବର ଆଣିଦେଇଛନ୍ତି ବଜରଙ୍ଗ ପୁନିଆ। ବଜରଙ୍ଗ ଆଜି କାଜାଖୀସ୍ତାନର ରେସଲର ଦାଉଲେତ ନିୟଜବେକଭଙ୍କୁ ପରାସ୍ତ କରିଛନ୍ତି। ସେ ଦାଉଲେତ ନିୟଜବେକଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ଆଉ ବଜରଙ୍ଗ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୬ରେ ପହଂଚିଛି। ଭାରତ ଲଣ୍ଡନ ଅଲିମ୍ପିକରେ ମଧ୍ୟ ୬ଟି ପଦକ ଜିତିଥିଲା। ବଜରଙ୍ଗ ଜିତିବା ପରେ ଗୋଟିଏ ସଂସ୍କରଣରୁ ଭାରତ ସର୍ବାଧିକ କୁସ୍ତି […]

ଭୁବନେଶ୍ବର : ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା। ସୁବିଧା ପାଇବା ପାଇଁ ଦୁଇ ଦିନ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏଥିଯୋଗୁଁ ଅନେକ ଆବେଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଯୋଜନାରେ ପ୍ରତିଦିନ ଆବେଦକଙ୍କ ସଂଖ୍ୟା ଶହେରୁ ଅଧିକ। କିନ୍ତୁ ଦୈନିକ ମାତ୍ର ୧୦ରୁ ୧୨ ରୋଗୀଙ୍କୁ ଟୋକନ୍‌ ମିଳୁଥିବାରୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇ ପଡ଼ୁଛନ୍ତି। ମାର୍ଚ୍ଚ ମାସରୁ ରାଜ୍ୟ ସରକାରଙ୍କ ପକ୍ଷରୁ […]

ଭୁବନେଶ୍ବର : ବିଜେଡିର ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗତ ତିନିଟି ବିଧାନସଭା ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିଛି। ଆଜି ଏନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି। ବିଜେପି ଅଭିଯୋଗ କରିଛି ଯେ, ଗତ ତିନିଟି ନିର୍ବାଚନରେ ସୋରଡ଼ା ବିଧାୟକ ଶ୍ରୀ ସ୍ବାଇଁ ତାଙ୍କର ଶିକ୍ଷାଗତ […]

Social media & sharing icons powered by UltimatelySocial