ଚନ୍ଦ୍ରଶେଖରପୁର: ଭୋର୍ ପ୍ରାୟ ସାଢ଼େ ଚାରିଟା। ଇନ୍‌ଫୋସିଟି-ଚନ୍ଦକା ରାସ୍ତାରେ ଏକ ନାଲି ରଙ୍ଗର କାର୍‌ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପିସିଆର୍ ଭ୍ୟାନ୍‌ ଅଟକିଗଲା। ଦୋହଲୁଥିବା କାର୍‌ଟି ପୁଲିସ ଗାଡ଼ି ଦେଖି ନିଶ୍ଚଳ ହୋଇ ଯାଇଥିଲା। ପରେ କାର୍ ଭିତରୁ ବାହାରି ଆସିଥିଲେ ଜଣେ ଯୁବତୀ ଓ ଜଣେ ଯୁବକ। ସେମାନେ ଏକ ମନୋରଞ୍ଜନଧର୍ମୀ ଟିଭି ଚ୍ୟାନେଲ୍‌ରେ କାମ କରୁଛନ୍ତି ବୋଲି ପରିଚୟ ଦେଇଥିଲେ। ଯୁବତୀ ଜଣକ ବହୁ ଆଲବମ୍‌ର […]

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା। ଏନେଇ ଆଜି ଘୋଷଣା କରିଛି ଆଷ୍ଟ୍ରାଜେନେକା। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ) ର ନୂତନ ତଥ୍ୟ ଅନୁଯାୟୀ ଆଷ୍ଟ୍ରାଜେନେକା କରୋନା ଟିକା ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ଏବଂ ଏହା ୯୨% ପର୍ଯ୍ୟନ୍ତ ଫଳପ୍ରଦ ବୋଲି ପିଏଚଇ ନିଜ ତଥ୍ୟରେ କହିଛି। ଭାରତରେ କୋଭିସିଲ୍ଡ ନାମରେ ଆଷ୍ଟ୍ରାଜେନେକାର କରୋନା ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ପିଏଚଇ […]

ଆଗରପଡା: ଗତ ଦୁଇ ଦିନ ହେଲା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଆଗରପଡା ଓ ଗଣିଜାଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଙ୍ଗଲି ଦନ୍ତାହାତୀକୁ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ଗୋଡାଇ ଗୋଡାଇ ନେଇ ଆଗରପଡାର ବଣିଆପଙ୍କ ଜଙ୍ଗଲ ସୀମରେ ଛଡାଯାଇଥିଲା। ଗଣିଜାଙ୍ଗରୁ ସଂଧ୍ୟା ପରେ ହାତୀକୁ ଘୌଡାଇବା ଆରମ୍ଭ କରାଯାଇଥିଲା। ଗଣିଜାଙ୍ଗରୁ ଓଡଙ୍ଗ ପଞ୍ଚାୟତର ବୋଡକ ପାଟଣା ଗ୍ରାମ ରାସ୍ତା ଦେଇ […]

ବିନା ଭକ୍ତରେ ହେବ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ବ୍ରହ୍ମଗିରି: ଦିନକ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଶ୍ରୀଜିଉମାନେ ଶ୍ରୀମନ୍ଦିରର ସ୍ନାନବେଦୀରେ ମହାସ୍ନାନ କରିବେ। ପରେ ସ୍ନାନବେଦୀରୁ ଶ୍ରୀଜିଉମାନେ ଆଉ ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିକୁ ବିଜେ କରିବେ। ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଦୀର୍ଘ ୧୫ ଦିନ କାଳ ଅଣସର ପିଣ୍ଡିରେ ଅବସ୍ଥାନ କରିବେ। ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜିଉମାନଙ୍କର ଅଣସର ସେବା କରିବେ। […]

ନୂଆଦିଲ୍ଲୀ: କୋଭିଡ କାରଣରୁ ନିୟମିତ ପରୀକ୍ଷା ବାତିଲ ହୋଇଥିବାରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମୋଦନ କରିଛନ୍ତି। ନିୟମିତ ପରୀକ୍ଷା ବିକଳ୍ପ ଖୋଜୁଥିବା କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ୍ ଏଏମ୍ ଖାନୱିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଅବସରକାଳୀନ ଖଣ୍ଡପୀଠ ଶିକ୍ଷା ବୋର୍ଡର ପ୍ରସ୍ତାବକୁ “ଉଚିତ ଏବଂ ଯୁକ୍ତିଯୁକ୍ତ” ବୋଲି […]

ଭୁବନେଶ୍ବର: ନୂଆପଲ୍ଲୀ ୟୁରେକା ଛକ ନିକଟରେ ଥିବା ଶ୍ମଶାନ ଓ ଶବର ସାହି ଖେଳ ପଡ଼ିଆକୁ ଉଚ୍ଛେଦ କରି କଳିଙ୍ଗ ଷ୍ଟାଡିୟମ୍‌ରେ ମିଶାଇବା ଘଟଣା ନୂଆ ମୋଡ଼ ନେଇଛି। ପ୍ରଥମେ ସ୍ଥାନୀୟ ଲୋକଙ୍କ ବିରୋଧ ସାଙ୍ଗକୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ କର୍ମୀ ଏହାକୁ ବିରୋଧ କରିଥିଲେ। ଆଉ ଆଜି ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ନୂଆପଲ୍ଲୀର ବେହେରା ସାହି, ଭୋଇ ସାହି, ମୁଣ୍ଡା ସାହି […]

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ୱର ଆଡକୁ ଦେଶରେ କରୋନାର ତୃତୀୟ ଲହରୀ ଆସିବାକୁ ଯାଉଛି ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ତେବେ ମଙ୍ଗଳବାର ଦିନ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ କହିଛନ୍ତି ଯେ କରୋନା ମହାମାରୀର ତୃତୀୟ ଲହରୀକୁ ଆସିବା ଆମେ ବନ୍ଦ କରିପାରିବା। ତୃତୀୟ ଲହରୀ କିଭଳି ନ ଆସିବ ତାହା ଆମ ହାତରେ ଅଛି। ସେ କହିଛନ୍ତି ଯେ ଯଦି ଆମେ କୋଭିଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ […]

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ରହିଛି। ଏସବୁ ଜିଲ୍ଲାକୁ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, […]

ସମଗ୍ର ବ୍ୟାଙ୍କକକୁ ହେଉଛି ଦୃଶ୍ୟମାନ ବ୍ୟାଙ୍କକ: ଥାଇ ମନ୍ଦିର ୬୯ ମିଟର ଉଚ୍ଚତା (୨୩୦ ଫୁଟ) ବିଶିଷ୍ଟ ବୁଦ୍ଧ ମୂର୍ତ୍ତି ନିର୍ମାଣ କରିଛି। ଯାହାକି ସମଗ୍ର ବ୍ୟାଙ୍କକକୁ ଦୃଶ୍ୟମାନ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଙ୍କକ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏହା ଚାଓ […]

ଭୁବନେଶ୍ବର : ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରିବ। ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା। କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯ଼ଥା […]

Social media & sharing icons powered by UltimatelySocial