ବ୍ୟାଙ୍କକରେ ୨୩୦ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି

୨୩୦ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି

ସମଗ୍ର ବ୍ୟାଙ୍କକକୁ ହେଉଛି ଦୃଶ୍ୟମାନ

ବ୍ୟାଙ୍କକ: ଥାଇ ମନ୍ଦିର ୬୯ ମିଟର ଉଚ୍ଚତା (୨୩୦ ଫୁଟ) ବିଶିଷ୍ଟ ବୁଦ୍ଧ ମୂର୍ତ୍ତି ନିର୍ମାଣ କରିଛି। ଯାହାକି ସମଗ୍ର ବ୍ୟାଙ୍କକକୁ ଦୃଶ୍ୟମାନ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଙ୍କକ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏହା ଚାଓ ଫ୍ରାୟା ନଦୀରୁ ପ୍ରବାହିତ କେନାଲ ଦ୍ୱାରା ସୃଷ୍ଟି ଏକ ଦ୍ୱୀପରେ ଅବସ୍ଥିତ। ତେବେ ୨୦ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ କାମ ୨୦୧୭ରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଏହା ଶେଷ ହୋଇଛି। କିନ୍ତୁ କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି ବୋଲି ମନ୍ଦିର ମୁଖପାତ୍ର ପିସାନ୍ ସାଙ୍ଗକାପିନିଜ୍ କହିଛନ୍ତି। ବୁଦ୍ଧ ଧାମକାୟା ଥିମ୍ପୋଙ୍ଗଖୋନ୍ ପ୍ରତିମୂର୍ତ୍ତି ବସିଥିବା ମୁଦ୍ରାରେ ତମ୍ବାରେ ତିଆରି ‌ହୋଇଥିବା ବେଳେ ସୁନେଲି ରଙ୍ଗ ଦିଆଯାଇଛି।
ରାଜଧାନୀ ବ୍ୟାଙ୍କକକୁ ବ୍ୟାପିଥିବା ଟ୍ରେନ୍ ଲାଇନର ସମସ୍ତ ଦିଗରୁ ଏହା ଦୃଶ୍ୟମାନ ହେବା ବୋଲି ପିସାନ୍ କହିଛନ୍ତି। ଦାନ ହୋଇଥିବା ୧୬ ମିଲିୟନ୍ ଡଲାର ବ୍ୟବହାର କରି ମନ୍ଦିର ବୌଦ୍ଧ ଧର୍ମକୁ ସମ୍ମାନ ଦେବା ପାଇଁ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ଧ୍ୟାନର ଏକ ପ୍ରସିଦ୍ଧ କେନ୍ଦ୍ର ଭାବରେ ଏହି ମନ୍ଦିରର ବିକାଶରେ ସାହାଯ୍ୟ କରିଥିବା ପୂର୍ବତନ ଆବୋଟ୍ ଲୁଆଙ୍ଗ୍ ପୁ ସୋଧ କାଣ୍ଡାସାରୋଙ୍କୁ ଏହା ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟାରେ ୫ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Tue Jun 22 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ରହିଛି। ଏସବୁ ଜିଲ୍ଲାକୁ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, […]
୫ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial