ଭୁବନେଶ୍ବର: କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତା ମିଳିବାକୁ ଯାଉଛି। କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ। ଏହି ଔଷଧର ନାଁ ହେଉଛି ‘ମୋଲନୁପିରାଭିର’। ନାଟକୋ ଫାର୍ମା କମ୍ପାନି ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି। ୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ […]

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ବିଦେଶୀ କମ୍ପାନି କରୋନା ଟିକା ମିଳିବା ନେଇ ସନ୍ଦେହ ବଢିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା। ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍। ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି […]

ଭୁବନେଶ୍ବର : ରାଜଧାନୀ ରାସ୍ତାକଡ଼ରେ ସାନିଟାଇଜର୍‌ ନାଁରେ ବିକ୍ରି ହେଉଛି ବିଷ। ଶସ୍ତା ସାନିଟାଇଜର୍‌ କିଣି ଲୋକେ ଚର୍ମରୋଗର ଶିକାର ହେଉଛନ୍ତି। ରାସ୍ତାରେ କମ୍‌ ଦାମରେ ବିକ୍ରି ହେଉଥିବା ଏଭଳି ଏକ ସାନିଟାଇଜର୍ ବ୍ୟବହାର କରି ମଞ୍ଚେଶ୍ବର ଅଞ୍ଚଳର ଜଣେ ଯୁବକ ଚର୍ମରୋଗର ଶିକାର ହୋଇଛନ୍ତି। ତେବେ ଏହା କେବଳ ଗୋଟିଏ ମାତ୍ର ଉଦାହରଣ, ଏମିତି ଆଉ ଅନେକ ଲୋକ ଏମିତି ନକଲି ତଥା ଶସ୍ତା ସାନିଟାଇଜର୍‌ କିଣି ହୀନସ୍ତା […]

ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ନକ୍ସଲ ଗୁଳିବିନିମୟରେ ଜଣେ ମହିଳା ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଦନ୍ତେଵାଡା ଜିଲ୍ଲା ପୁଲିସ,ଡିଆରଜି ଯବାନ ଗୁମଲନାର ଜଙ୍ଗଲରେ ଚଡାଉ କରିଥିଲେ। ଏଠାରେ ପୂର୍ବରୁ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ପୁଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ପାଲଟା […]

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ଚୋରର ପେଟରୁ ୩୫ ଗ୍ରାମ ସୁନା ଉଦ୍ଧାର କରାଯାଇଛି। ଚୋରଟି ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଥିବା ଡାକ୍ତରଖାନାରେ ତାଙ୍କର ଏକ୍ସ-ରେ କରାଯାଇଥିଲା। ଆଉ ପେଟରେ ସୁନା ମୁଦି ଥିବାର ଜଣାପଡିଥିଲା। ଆଉ ରବିବାର ଦିନ ଡାକ୍ତରମାନେ ଅପରେସନ୍ କରି ତାଙ୍କ […]

ଜାଇକା ଯନ୍ତ୍ରଣା-ରାସ୍ତାରେ ଶିଉଳି, ଦୁର୍ଗନ୍ଧ ପରିବେଶ କଟକ: ବର୍ଷର ସବୁ ସମୟରେ ଘ‌ର ଆଗରେ ଜମୁଛି ଦେଢ଼ଫୁଟ ଉଚ୍ଚର ଡ୍ରେନ ପାଣି। କଂକ୍ରିଟ ରାସ୍ତା ଉପରେ ମାଡ଼ିଛି ଶିଉଳି। ଏଥିରେ ଲୋ‌କଙ୍କ ଗୋଡ଼ ଓ ଗାଡ଼ି ଚକା ସ୍ଲିପ୍‌ କରି ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଘର ଆଗରେ ସବୁ ସମୟରେ ନାଳ ପାଣି ଜମିରହିବାରୁ ପରିବେଶ ଦୁର୍ଗନ୍ଧମୟ ହେବା ସହ ମଶା ଓ ଜୋକ ବଂଶ ବୃଦ୍ଧି ପାଇଛି। […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମାନିନଥିବାରୁ ଏବେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଜି ସକାଳ ୧୦ଟାରେ ଦିଲ୍ଲୀର କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ କୁହାଯାଇଥିଲେ ବି ସେ ଆସିନଥିଲେ। ଆଉ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ ପ୍ରଶ୍ନ ହେଉଛି […]

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଲୁଟେରା ଗତ କିଛି ମାସ ହେବ ଆତଙ୍କ ସୃଷ୍ଟି କରିଛନ୍ତି। ଆଜି ଏହି ଥାନା ଆଇତଳଙ୍ଗ ତିଆଡ଼ି ସାହି ନିକଟରୁ ଢେଙ୍କାନାଳ ଜିଲ୍ଲାର ସୁଶାନ୍ତ କୁମାର ସାହୁ ଲୁଟେରାଙ୍କ ଶିକାର ହୋଇଛନ୍ତି। ୩ ବାଇକରେ ୬ ଜଣ ଲୁଟେରା ବିଭିନ୍ନ ମାରାଣାସ୍ତ୍ୱ ସହ ତାଙ୍କୁ ମଝି ରାସ୍ତାରେ ଆକ୍ରମଣ କରିଥିଲେ ଓ କାର କାଚ ଭାଙ୍ଗି ଟଙ୍କା, […]

ବାଲେଶ୍ୱର/ଚାନ୍ଦିପୁର: ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ଓଡ଼ିଶା ପାଇଁ ନୂଆ କଥା ନୁହେଁ, କିନ୍ତୁ ଏହାର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ସଦର ବ୍ଲକ ଅନ୍ତର୍ଗତ ଶ୍ରୀକୋଣା ପଞ୍ଚାୟତ ଚାରଗୋଛିଆ ଗାଁର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ […]

ତାମିଲନାଡୁର ୟୁଆର୍‌ସି କନ୍‌ଷ୍ଟ୍ରକ୍‌ସନ୍‌ କରିବ କାମ, ଚୂଡ଼ାନ୍ତ ଡିଜାଇନ୍‌କୁ ଅପେକ୍ଷା କଟକ: ଖାନନଗରଠାରେ ହେବାକୁ ଥିବା ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାରିଛି। ‌ତାମିଲନାଡୁର ୟୁଆରସି କନ୍‌ଷ୍ଟ୍ରସନ୍‌ ପ୍ରାଇଭେଟ୍‌ ଲିମିଟେଡ୍ ନାମକ ସଂସ୍ଥା ୬୫ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନିର୍ମାଣ କରିବ। ଏଥିପାଇଁ ପ୍ରାଥମିକଭାବେ ଡିଜାଇନ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏହି ଡିଜାଇନ୍‌ରେ କିଛିଟା […]

Social media & sharing icons powered by UltimatelySocial