ଡାକ୍ତର ନିରୋଜ ମିଶ୍ରଙ୍କ ଦାବି-‘ମୋଲନୁପିରାଭିର’ ଔଷଧରେ ୫ ଦିନରେ କରୋନା ମୁକ୍ତ ହୋଇପାରିବେ ଆକ୍ରାନ୍ତ

ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ବର: କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତା ମିଳିବାକୁ ଯାଉଛି। କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ। ଏହି ଔଷଧର ନାଁ ହେଉଛି ‘ମୋଲନୁପିରାଭିର’। ନାଟକୋ ଫାର୍ମା କମ୍ପାନି ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି। ୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ ହୋଇଛି। ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଆଗାମୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଏହି ଔଷଧ ଭାରତକୁ ଆସିଯିବ। ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ଦିଆଗଲେ ମାତ୍ର ୫ ଦିନ ଭିତରେ ସେ କରୋନା ମୁକ୍ତ ହୋଇପାରିବେ ବୋଲି ଦାବି କରିଛନ୍ତି ଡାକ୍ତର ନିରୋଜ ମିଶ୍ର।

Share Now:

Kalinga News Beuro

Next Post

ପୁଲିସ ଗାଡ଼ିରୁ ଟାୟାର ଚୋରି କରି ସବଇନ୍ସପେକ୍ଟର ଗିରଫ

Tue Jun 1 , 2021
ପାନୀପତ: ବାଡ଼ ଯଦି ଫସଲ ଖାଏ, କଥା ଆପଣ ଶୁଣିଥିବେ। ଏବେ ଚୋରି ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ପାନୀପତରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା। ଥାନା ଆଗରେ ପେଟ୍ରୋଲିଙ୍ଗ ଗାଡି ଥିଲେ ବି କେମିତି ଚୋରି ହୋଇଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ […]
ଚୋରି କରି ସବଇନ୍ସପେକ୍ଟର ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial