କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ଚିଠି : ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ଟିକା ମିଳିବା ନେଇ ସନ୍ଦେହ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ଚିଠି

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ବିଦେଶୀ କମ୍ପାନି କରୋନା ଟିକା ମିଳିବା ନେଇ ସନ୍ଦେହ ବଢିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା। ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍। ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନି ଟିକା ଯୋଗାଇ ପାରୁନାହାଁନ୍ତି। ସେପଟେ ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନି ଠାରୁ ଟିକା କିଣିବାକୁ ଚାହୁଁଛନ୍ତି। ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡ଼ିଆ ରିପୋର୍ଟ ପ୍ରକାଶ ପାଇଛି। ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନି କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି। ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନି ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।

Share Now:

Kalinga News Beuro

Next Post

ଡାକ୍ତର ନିରୋଜ ମିଶ୍ରଙ୍କ ଦାବି-‘ମୋଲନୁପିରାଭିର’ ଔଷଧରେ ୫ ଦିନରେ କରୋନା ମୁକ୍ତ ହୋଇପାରିବେ ଆକ୍ରାନ୍ତ

Tue Jun 1 , 2021
ଭୁବନେଶ୍ବର: କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତା ମିଳିବାକୁ ଯାଉଛି। କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ। ଏହି ଔଷଧର ନାଁ ହେଉଛି ‘ମୋଲନୁପିରାଭିର’। ନାଟକୋ ଫାର୍ମା କମ୍ପାନି ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି। ୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ […]
ଡାକ୍ତର ନିରୋଜ ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial