ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି। ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି। ମେ ୨୨ […]

ରାୟଗଡ଼ା: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ନବବଧୂର ମୃତ୍ୟୁକୁ ନେଇ ରାୟଗଡାରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା ଅଭିଯୋଗରେ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ୩ ଘଣ୍ଟାର ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି। ନାଇଡୁପେଟାର ଜି. ତ୍ରିବେଣୀ (୨୧) ମେ ୨୧ ତାରିଖରେ ବିବାହ କରିଥିଲେ। ୨୬ […]

ନୂଆଦିଲ୍ଲୀ: ଆଲୋପାଥି ବନାମ ଆୟୁର୍ବେଦର ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଏହି ବିତର୍କ ରାମଦେବ ବନାମ ଫାର୍ମା କମ୍ପାନୀରେ ପହଞ୍ଚିଛି। ଏଲୋପାଥି ଉପରେ ଦେଇଥିବା ବୟାନକୁ ପ୍ରତ୍ୟାହାର ପରେ ମଧ୍ୟ ଯୋଗ ଗୁରୁ ପଛକୁ ଫେରିବାକୁ ପ୍ରସ୍ତୁତ ନାହାନ୍ତି। ବାବା ରାମଦେବ ଆଜି ଫିଲ୍ମ ଅଭିନେତା ଆମୀର ଖାନଙ୍କ କାର୍ଯ୍ୟକ୍ରମ ‘ସତ୍ୟମେବ ଜୟତେ’ର ଏକ ପୁରୁଣା ଭିଡିଓ ସେୟାର କରି ବିତର୍କକୁ ଆହୁରି ଆଗକୁ ବଢ଼ାଇଛନ୍ତି। ଏହି […]

ଭୁବନେଶ୍ବର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା। ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ ହୋଇଛି। କିଛିଦିନ ହେଲା ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ। ୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତ୍ତି। କଟକରେ ରିପୋର୍ଟର ଭାବେ ଆରମ୍ଭ […]

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ଅପରାହ୍ନ ସାଢ ଗୋଟାଏ ବେଳେ ଜଣେ ମା’ ନିଜର ୩ ବର୍ଷର ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ସଂପୃକ୍ତ ମହିଳା ଜଣକ ନିକଟରେ ଥିବା ଦୁଧହଂସା ଗାଁର ବୋଲି ଜଣାପଡ଼ିଛି। ଜିଆରପି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର […]

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ମୟୁରଭଞ୍ଜ ରହିଛି। ସେହିପରି ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,କନ୍ଧମାଳ,ବୌଦ୍ଧ,କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା […]

ନୂଆଦିଲ୍ଲୀ: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଇରେ ଆଇପିଏଲ ହୋଇପାରେ। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ […]

ଆଠଗଡ଼: ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ ହୋଇଛି। ପୁଲିସ ଉପସ୍ଥିତିରେ ପେଟ୍ରୋଲ ବୋମା ମାଡ଼ ହୋଇଥିବା ଅଭିଯୋଗ ଆସିଛି। ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁ ପାଖ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ବିପୁଳ ପରିମାଣର ଦେଶୀ ମଦ ପୋଚ ମଧ୍ୟ ଜବତ ହୋଇଛି। ମଦ ମାଫିଆଙ୍କ ଦ୍ୱାରା ଅବକାରୀ ବିଭାଗ ଉପରକୁ […]

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ପିକ୍ କ୍ରସ କରିସାରିଲାଣି। ସଂକ୍ରମଣ ନିମ୍ନଗାମୀ ହେଲାଣି। ଟେଷ୍ଟ ପଜିଟିଭ ରେଟ କମିଛି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ସଂକ୍ରମଣ ଧୀରେ ଧୀରେ କମିବ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ ଆହୁରି ବି କହିଛନ୍ତି ଯେ ଯେତିକି କଟକଣା ଅଛି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ। ଡ଼ବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ୫ […]

କଟକ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା। ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ […]

Social media & sharing icons powered by UltimatelySocial