ପୂର୍ବତନ ବିଧାୟକ ପ୍ରଶ୍ନ ଉଠା‌ଇବା ପରେ ବି ପ୍ରଶାସନ ଚୁପ୍‌ କଟକ: କରୋନା କାଳରେ କଷଣ ଦେଉଛନ୍ତି ଘରୋଇ ମେଡିକାଲ। କରୋନା ମହାମାରୀକୁ ସୁ‌ଯୋଗ ଭାବି ‌ରୋଗୀଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କରୋନା ବେଳେ ବି ଦଲାଲି କରି ଅର୍ଥ ‌ରୋଜଗାର କରିବାର ବାଟ ବାଛିଛନ୍ତି କିଛି ଘରୋଇ ମେଡିକାଲ। ଗତକାଲି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ପୁଅର ଚିକିତ୍ସା କରୁଥିବା କଟକ-ପାରାଦୀପ ରୋଡ୍‌ସ୍ଥିତ […]

ଗୋଟିଏ ସମୟରେ ୨ ବଡ଼ ବିପଦର ସାମ୍ନା କରୁଛୁ,ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ଭୁବନେଶ୍ବର : ‘‘ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ। ଗୋଟିଏ କୋଭିଡ ଓ ଅନ୍ୟଟି ବାତ୍ୟା ‘ୟାସ୍’। ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, […]

ଭୁବନେଶ୍ବର : ଗତବର୍ଷ ପରି କୋଭିଡ ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍‌ଡବ୍ଲୁଓଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ସ୍ବାସ୍ଥ୍ୟ […]

ତଥ୍ୟ ଲୁଚାଉଛନ୍ତି ସରକାର-ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ସୁସ୍ଥ ହେଲେ ୬ଲକ୍ଷରୁ ଅଧିକ ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ରାଜ୍ୟ‌ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ। ପୂର୍ବରୁ ଏହା ୨୨-୨୪ ଭିତରେ ସୀମିତ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁର ପ୍ରକୃତ ତଥ୍ୟକୁ ନେଇ […]

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଠାରେ ବ୍ଲାକ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଦେଖାଦେଲାଣି। ଉତ୍ତର ପ୍ରଦେଶରେ ଗାଜିଆବାଦ ଜିଲ୍ଲାରେ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କର୍ଣ୍ଣ, ନାସା ଓ ଗଳା ବି‌ଭାଗ ବିଶେଷଜ୍ଞ ଡାକ୍ତର ବି ପି ତ୍ୟାଗୀ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ଜଣକ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଂପୃକ୍ତ ରୋଗୀଜଣକ ବ୍ଲାକ୍ ଏବଂ ହ୍ବାଇଟ୍ […]

ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ଭୁବନେଶ୍ବର : ଗତକାଲି ବିଳମ୍ବିତ ରାତିରେ ହଠାତ୍ ସ୍ଥିର ହୋଇଗଲା ବାତ୍ୟା ‘ୟାସ୍’, ସୋମବାର ମଧ୍ୟାହ୍ନ ଯାଏ। ସମୁଦ୍ର ଭିତରେ ରହି ଯଥେଷ୍ଟ ବଳ ଗୋଟାଇଲା। ବାତ୍ୟା ରୂପ ଧାରଣ କରିବା ପରେ ଶକ୍ତିଶାଳୀ ହୋଇ ଅପରାହ୍ନ ୫ଟା ଯାଏ ଧୀର ଗତିରେ ଆଗକୁ ବଢ଼ିଲା। ଏବେ ଧୀରେ ଧୀରେ ଅଧିକ ଭୟଙ୍କର ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ […]

ଗୁଣପୁର/ଗୁଡ଼ାରୀ : ଗଞ୍ଜେଇ ଗାଡ଼ିକୁ ପାର୍ କରାଇବା ପା‌ଇଁ ହୋଇଥିଲା ୪ଲକ୍ଷ ୭୦ହଜାର ଟଙ୍କାରେ ଡିଲ୍। ଆଉ ଏହି ଡିଲ୍ କରିଥିଲେ ୩ଜଣ ହୋମାଗାର୍ଡ। ଅଭିଯୋଗ ମିଳିବା ପରେ ଆରମ୍ଭ ହୋଇଥିବା ଖୋଳତାଡ଼ରୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୁଲିସକୁ ଚକିତ କଲା ଭଳି ତଥ୍ୟ ମିଳିଥିଲା। ଲକ୍ଷେ ଟଙ୍କା ଜବତ କରିବା ସହ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। ସେହିପରି ସଂପୃକ୍ତ ୩ଜଣ ହୋମାଗାର୍ଡଙ୍କ ସହ ଅନ୍ୟ ଜଣେ […]

ରାୟପୁର: ଟୁଲ୍‌କିଟ୍‌ ମାମଲାରେ ଛତିଶଗଡ଼ ପୁଲିସ ବିଜେପି କେନ୍ଦ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ ପଠାଇଛି। ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରବିବାର ଅପରାହ୍ନ ୪ଟାରେ ହାଜର ହେବା ପାଇଁ ଏହି ନୋଟିସ୍‌ରେ ଉଲ୍ଲେଖ ଥିଲା। ଗତ ୧୯ ତାରିଖରେ ସିଭିଲ୍‌ ଲାଇନ୍‌ ଥାନାରେ ସମ୍ବିତ ପାତ୍ର, ତାଙ୍କ ସହଯୋଗୀ ରମଣ ସିଂହଙ୍କ ନାମରେ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସେମାନେ କଂଗ୍ରେସର ଲେଟରହେଡ୍‌ ବ୍ୟବହାର କରି […]

ଭୁବନେଶ୍ବର : ଗତବର୍ଷ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସ ପକ୍ଷରୁ ଘଣ୍ଟିକିଆ ଧାରଣା ଦିଆଯିବ। ଏଥିରେ ରାଜ୍ୟ ମହିଳା, ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ସାମିଲ ହେବେ। ଗତକାଲି ଏ ସମ୍ପର୍କରେ ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି କର୍ତ୍ତୃପକ୍ଷ ମୋ ସାଇକେଲ୍‌ ପ୍ରତି କେତେ ତତ୍ପର ଓ ଦାୟିତ୍ବବାନ, ତାହା ରାସ୍ତା‌କଡ଼ରେ ଗଡ଼ୁଥିବା ମୋ ସାଇକେଲ୍‌କୁ ଦେଖିଲେ ଜଣାପଡ଼ୁଛି। ହେଲେ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀମାନେ କେ‌ତେ ଦାୟିତ୍ବହୀନ, ତାହା ଆଜି ଜାଣିବାକୁ ମିଳିଛି। ଚିନ୍ତାମଣିଶ୍ବର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍ ୬ରୁ ଜାଲି ଗଳି ନିକଟରେ ରବିବାର ଦିନ ଗୋଟିଏ ମୋ ସାଇକେଲ୍‌ କଢ଼ାଯାଇଛି। […]

Social media & sharing icons powered by UltimatelySocial