ଭୁବନେଶ୍ବର : ଶ୍ବଶୁର ଘରୁ ସୁନା ଗହଣା ଓ ଦାମୀ ବାଇକ୍ ଲୁଟ୍ କରିଥିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ୍ ଜ୍ବାଇଁକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଯାଜପୁର ମଙ୍ଗଳପୁର ଅହିୟାସ୍ ଗାଁର ସେକ୍ ସାଜିଦ୍(୩୩)। ପୁଲିସ୍ ସାଜିଦ୍ ପାଖରୁ ୬ ଲକ୍ଷ ଟଙ୍କାର ଦାମୀ ବାଇକ୍, ସୁନା ଚେନ୍ ଓ ୧୦ଟି ସୁନା ମୁଦି ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ୨୬ରେ ଭରତପୁର […]

ଭୁବନେଶ୍ୱର: ରାଜଧାନୀରୁ ପ୍ରାୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସାପ ବିଷ ଜବତ ହେବା ପରେ ଏହି କାରବାର ପଛରେ ବିଦେଶୀ ଲିଙ୍କ୍‌ ଥିବା ସନ୍ଦେହ ଘନୀଭୂତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଧରି ଜେରା କଲା ବେଳେ ଏଭଳି ଲିଙ୍କ୍‌ର ସୂଚନା ପାଇଛି ବନବିଭାଗ। ଦେଶୀ ଦଲାଲଙ୍କ୍‌ ଜରିଆରେ ଏହି ବିଷ ବିଦେଶ ଚାଲାଣ ହେଉଛି। ଏହି ବିଦେଶୀ ଲିଙ୍କ୍‌କୁ ଧରି ଦେଶୀ ଦଲାଲ ସହ ବିଦେଶୀ ବେପାରୀ ପାଖରେ […]

ଭୁବନେଶ୍ୱର/କଟକ: ଆସନ୍ତା ଏପ୍ରିଲ ୨ ଓ ୩ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଉପରାଷ୍ଟ୍ରପତି କଟକସ୍ଥିତ ସାରଳା ଭବନ ଓ ବାଣୀବିହାରଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ସେ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଭିଡିଓ […]

ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଲେ ସରକାର: ବିରୋଧୀ ଦଳ ନେତା ଭୁବନେଶ୍ବର: କଟକ-ଭୁବନେଶ୍ବର ଟ୍ବିନ୍ ସିଟିରେ ଗଡ଼ବନି ମେଟ୍ରୋ ଟ୍ରେନ୍‌। ୨୦୪୧ ମସିହା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ। ଆଜି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ଟ୍ବିନ୍ ସିଟିରେ ମେଟ୍ରୋ ଟ୍ରେନ୍‌ ଚାଲିବା ପାଇଁ […]

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହେଲେ ରାଜନାଥ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ […]

ଭୁବନେଶ୍ବର : ଦେଶର ପୂର୍ବ ପଟେ ଥିବା ବଙ୍ଗୋପସାଗର ଓ ପଶ୍ଚିମପଟେ ଥିବା ଆରବ ସାଗରରେ ଏକା ସମୟରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି। ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହରେ ସିଝୁଥିବା ଦେଶବାସୀଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତିତ […]

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି। ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ। କିନ୍ତୁ ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି। ଭୁତାଣୁକୁ ନିୟନ୍ତ୍ରଣ କରିବାକୁ […]

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଉପରେ ରହୁଥିବା ବେଳେ କେତେକ ଜିଲ୍ଲାରେ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ରାଜଧାନୀର କରୋନା ଗ୍ରାଫ୍ ଏବେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସପ୍ତାହକ ମଧ୍ୟରେ ରାଜଧାନୀରୁ ୨୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଗରେ ରହିଛି। ୫ରୁ ଅଧିକ ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ବାହାରି ଥିବାରୁ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥା […]

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବ୍ଲକ୍‌ର ୫ଟି ପଞ୍ଚାୟତର ଲୋକେ ବାୟୁ ପ୍ରଦୂଷଣରେ ଅତିଷ୍ଠ ହେଲେଣି। ବାୟୁ ପ୍ରଦୂଷଣରେ ବର୍ତ୍ତମାନ ଲାଇଙ୍ଗ, କେଶ୍ରାମାଲ, ଢ଼େଲୁଆ, ପାନପୋଷ, ଚୁଙ୍ଗିମାଟି, ଝଗରପୁରର ଲୋକେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାହାଫଳରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ରାଜଗାଙ୍ଗପୁର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ ପାର୍ଶ୍ବରେ ୪ଟି ସ୍ପଞ୍ଜ୍‌ ଆଇରନ କାରଖାନା ରହିଛି। ୪ଟି ଯାକ କେଶ୍ରାମାଲ ଝଗରପୁର ଏବଂ ଲାଇଙ୍ଗ ପଞ୍ଚାୟତରରେ […]

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ର ମହାରଥୀ ଓ ଅଜିତ ମଙ୍ଗରାଜ ଭୁବନେଶ୍ବର : ପୁରୀ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ କଂଗ୍ରେସରୁ ଲଢ଼ିବେ ବୋଲି ହାଇକମାଣ୍ଡ ଘୋଷଣା କରିବା ପରେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପ୍ରାର୍ଥିତ୍ବକୁ ନେଇ ସୃଷ୍ଟି ହୋଇଥିବା ଉତ୍କଣ୍ଠାର ଆପାତତଃ ଅବସାନ ଘଟିଛି। ମଇଦାନରେ ବିଜେଡିର ରୁଦ୍ର ମହାରଥୀଙ୍କୁ ବାଦ୍‌ଦେଲେ ଅନ୍ୟ ଦୁଇ ପ୍ରାର୍ଥୀ ଅର୍ଥାତ୍ ଶ୍ରୀ ମଙ୍ଗରାଜ […]

Social media & sharing icons powered by UltimatelySocial