କାଗଜପତ୍ରରେ ଜିଲ୍ଲା ପ୍ରଶାସନର କଡ଼ା କଟକଣା ବ୍ରହ୍ମପୁର : ଗଞ୍ଜାମକୁ ଆଜି ସୁରତରୁ ୫୦୦ ଜଣ ପ୍ରବାସୀ ଫେରିଛନ୍ତି। ଅପରାହ୍ନ ୨ଟା ସମୟରେ ପୁରୀ-ଓଖା ଏକ୍ସପ୍ରେସ୍‌ରୁ ଓହ୍ଲାଇବା ପରେ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲିଯାଇଛନ୍ତି। ଚିନ୍ତାର ବିଷୟ ହେଉଛି, ଟ୍ରେନ୍‌ରେ ଆସୁଥିବା ପ୍ରବାସୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ ଲାଗି କୌଣସି ପ୍ରାଶାସନିକ କଳ କିମ୍ବା ଡାକ୍ତରୀ ଟିମ୍‌ ନିୟୋଜିତ ନଥିଲେ। କେବଳ ଥର୍ମାଲ ସ୍କ୍ରିନିଂ କରି ଛାଡ଼ି ଦିଆଯାଇଥିଲା। ବହାର […]

ବର୍ଷକରେ ୧ ଲକ୍ଷ ୩୪ ହଜାର ଅପରାଧ ମାମଲା ଭୁବନେଶ୍ବର : ରାଜ୍ୟରେ ଦିନକୁ ୮ଟି ଦୁଷ୍କର୍ମ ‌ହେଉଛି। ୪ଟି ହତ୍ୟା ବି ହେଉଛି। ଦଙ୍ଗା, ଲୁଣ୍ଠନ, ଯୌତୁକ ଜନିତ ମାମଲା ବି କିଛି କମ୍ ନୁହେଁ। ନିଜେ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ବେତପତ୍ରରେ ଏହି ତଥ୍ୟ ଦିଆଯାଇଛି। ୨୦୨୦ ମସିହାରେ ମୋଟ୍‌ ୧,୩୪,୨୩୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ […]

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସୁରେଶ ଏବଂ ମହିଳା ମାଓବାଦୀ ସୁଦୁରୀ ମଡ଼ିୟାମି। ଓଡ଼ିଶାରେ ନକ୍ସଲ ସଂଗଠନ ଘଟାଇଥିବା ବହୁ ହିଂସାରେ ଦୁହେଁ ସଂପୃକ୍ତ ଥିବା ଜଣାପଡ଼ିଛି। ତେବେ ହିଂସା ଛାଡ଼ି ଅବଶିଷ୍ଟ ଜୀବନ ଶାନ୍ତିରେ ବିତାଇବାକୁ ଚାହୁଁଥିବା ସେମାନେ ପ୍ରକାଶ କରିଛନ୍ତି। ସୁରେଶ ସଂଗଠନରେ ଡେପୁଟି କମାଣ୍ଡର […]

ଭୁବନେଶ୍ବର: କରୋନା ପାଇଁ ଏଥର ‌ରଙ୍ଗର ପର୍ବ ହୋଲି ଫିକା ପଡ଼ିବ। ହୋଲି ଖେଳ ଉପରେ କଟକଣା ଲାଗୁ ପରେ ୟୁନିଟ୍‌-୧ ହାଟ ସହ ସହରର କିଛି କିଛି ପ୍ରମୁଖ ହାଟରେ ରଙ୍ଗ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। କିନ୍ତୁ ଗତ ବର୍ଷଗୁଡ଼ିକ ଭଳି ଭିନ୍ନ ଭିନ୍ନ ରକମର ଆଇଟମ୍‌ କିମ୍ବା କୌଣସି ନୂଆ ସାମଗ୍ରୀ ବଜାରକୁ ଆସି ନାହିଁ। କିଛି କିଛି ବେପାରୀ ଗତବର୍ଷର ବଳକା ମାଲ୍‌କୁ ବିକ୍ରି […]

ବୌଦ୍ଧ : ନାମକୁ ମାତ୍ର ଜାତୀୟ ରାଜପଥ। ଗ୍ରାମ୍ୟ ସଡ଼କ ଭଳି ସଂକୀର୍ଣ୍ଣ। ଦୁଇଟି ଭାରୀଯାନ ଅତିକ୍ରମ କରିବା ସମ୍ଭବ ହେଉ ନାହିଁ। ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ପାର୍ଶ୍ବରେ ଜମା ହୋଇଥିବା ବାଲି ଅଧିକ ସମସ୍ୟା ସୃଷ୍ଟି କରୁଛି। ବାଇକ୍‌ରେ ଅତିକ୍ରମ କରିବା ବେଳେ ବାଲିରେ ଫସି ଟ୍ରକ ଚକ ତଳେ ପଡ଼ିବା ଆଶଙ୍କା ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା ଚାରି ଲେନ ରାସ୍ତା କେବଳ ନାମରେ ରହିଯାଇଛି। […]

ମୌସୁମୀ ପୂର୍ବରୁ ସବୁ ଡ୍ରେନ୍ ସଫା ହେବ, ଡ୍ରେନ୍ ସଫା ପାଇଁ ଚିଠି ଲେଖିବ ବିଏମ୍‌ସି ଭୁବନେଶ୍ବର : ରାଜଧାନୀରେ ଏଥର ଯେମିତି ଜଳବନ୍ଦୀ ସମସ୍ୟା ହେବନି, ସେଥିପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ବହୁ ଅଞ୍ଚଳରେ ଡ୍ରେନ୍ ନିର୍ମାଣ କରାଯାଇଛି। ମାର୍ଚ୍ଚ ‌ଶେଷ ସୁଦ୍ଧା ଅର୍ଦ୍ଧନିର୍ମିତ ଡ୍ରେନ୍‌ଗୁଡ଼ିକର ବି ନିର୍ମାଣ ସରିବ। କିନ୍ତୁ ଡ୍ରେନ୍ ସଫା ନହେଲେ ଯେତେ ଡ୍ରେନ୍ ନିର୍ମାଣ କଲେ ବି ଜଳବନ୍ଦୀ ସମସ୍ୟାର […]

ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ତ୍ବରାନ୍ବିତ ହେବ-କେନ୍ଦ୍ରର ପ୍ରତିଶୃତି ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)କୁ ବନ୍ଦ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଗତକାଲି କେନ୍ଦ୍ର ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ଚିଠି ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ। ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗରେ ଶ୍ରୀ ସିଂହଙ୍କୁ ଚିଠି ଲେଖିଛନ୍ତି ଓ […]

ସିଓଲ୍‌: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଉତ୍ତର କୋରିଆ ଜାପାନ ଏବଂ ଆଖପାଖ ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦର କାରଣ ହୋଇଥିବା କଥା ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗା କହିଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବାକୁ ଓ୍ଵାସିଂଟନ୍‌ ଏବଂ ସିଓଲ୍‌କୁ ଟୋକିଓ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି […]

ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି (ଗୁରୁବାର) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ […]

ଭୁବନେଶ୍ବର: ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ିରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ମାମଲାକୁ ମାସେ ବିତିବାକୁ ବସିଛି। ହେଲେ ଏଯାଏ ପରିଚୟ ମିଳିପାରୁ ନାହିଁ। ଏଣୁ ଗତକାଲିଠାରୁ ମୃତ ମହିଳାଙ୍କର ସ୍କେଚ୍‌ ଓ ଫଟୋ ଥିବା ପୋଷ୍ଟର ଜାରି କରିଛି କମିସନରେଟ୍‌ ପୁଲିସ। ଭୁବନେଶ୍ବର ଓ ଯାଁଳା ଅଞ୍ଚଳରେ ଏହି ପୋଷ୍ଟର ସବୁ ଲଗା ଯାଇଛି। ବସ୍‌ ଓ ଅଟୋଷ୍ଟାଣ୍ଡ ସମେତ ବିଭିନ୍ନ ଗହଳି ଜାଗାରେ […]

Social media & sharing icons powered by UltimatelySocial