ମସ୍କୋ: ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲ ମ୍ୟାଚ୍‌ ପରେ ଚାମ୍ପିଅନ ଟିମ୍‌ର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ। ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ। ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି […]

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଉଛି, କିନ୍ତୁ ସେହି ଅସ୍ତ୍ର ଆମେରିକା କିମ୍ବା ଆମେରିକୀୟମାନଙ୍କ ଆଡକୁ ଫେରୁଛି । ପାକିସ୍ତାନକୁ ଆତଙ୍କବାଦମୁକ୍ତ କରିବାକୁ ହେଲେ ଆମେରିକାକୁ ପ୍ରଥମେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ପଡିବ ବୋଲି ଖୋଦ ଆମେରିକାର ଜଣେ କଂଗ୍ରେସସଦସ୍ୟ ଡାନା ରୋରାବାଚର କହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ଯେପରି ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହୁଏ ତାହା ଆମକୁ ନିଶ୍ଚିତ କରିବାକୁ ପଡିବ । […]

ଗୁମ୍ଫାରୁ ଉଦ୍ଧାର ହୋଇଥିବା ଖେଳାଳିଙ୍କ ଲୋମଟାଙ୍କୁରା ଅନୁଭୂତି ନୂଆଦିଲ୍ଲୀ: ପାଖେ ପାଖେ ଘେରି ରହିଥିଲା ମୃତ୍ୟୁ। ଘଡ଼ିକି ଘଡ଼ି ଡରାଉ ଥିଲା। ଯେମିତି କେଉଁ ମୁହୂର୍ତ୍ତରେ ଜୀବନର ସୁତା ଖିଅଟିକୁ ଛଡ଼େଇ ନେବ । କିନ୍ତୁ ତଥାପି ସେମାନେ ଭାଙ୍ଗି ପଡ଼ି ନଥିଲେ କି ଭୟଭୀତ ହୋଇ ନଥିଲେ। ଅଖିଆ ଅପିଆ ଥାଇ ସୁଦ୍ଧା ଧର୍ଯ୍ୟହରାଇ ନ ଥିଲେ କି ଅସହାୟ ବୋଧ କରି ନଥିଲେ। ବରଂ ଏମିତି ଏକ […]

ସେଣ୍ଟ୍‌ ପିଟର୍ସବର୍ଗ: ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପ୍ରଥମେ ପାଦ ଥାପିଛି ୧୯୯୮ ବିଜେତା ଫ୍ରାନ୍‌ସ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଫରାସୀ ଦଳ ୧-୦ ଗୋଲ୍‌ରେ ନିଜ ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ବେଲ୍‌ଜିୟମ୍‌କୁ ପରାସ୍ତ କରି ଦ୍ୱିତୀୟ ଥର ବିଶ୍ୱ ମୁକୁଟ ଜିତିବାର ସୁଯୋଗ ସୃଷ୍ଟି କରିଛି। ପ୍ରଥମାର୍ଧ ଗୋଲଶୂନ୍ୟ ବିତିବା ପରେ ୫୧ତମ ମିନିଟ୍‌ରେ ତାରକା ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରି […]

ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢ଼ିଲା ୫୦% , ୨୦୧୭ରେ ଜମା ପରିମାଣ ୭୦୦୦ କୋଟି ଟଙ୍କା ଜୁରିକ୍‌/ନୂଆଦିଲ୍ଲୀ : ବିଦେଶରେ ଜମା ହେଉଥିବା କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଉ କାମ ଦେଉନି। ସନ୍ଦିଗ୍‌ଧ କଳାଧନ ଉପରେ ତନାଘନା ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ୨୦୧୬ରେ ଏଥିରେ ବ୍ରେକ୍‌ ଲାଗିଥିଲେ ମଧ୍ୟ ଗତ ବର୍ଷ ଏହା ୫୦ ଭାଗ […]

କାଜାନ : ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ୨୦୧୪ ବିଶ୍ୱକପ୍‌ର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନିର ମସ୍କୋ ବିଶ୍ୱକପ୍‌ ଅଭିଯାନ ଅକାଳରେ ଶେଷ ହୋଇଯାଇଛି। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା […]

ଇସଲାମାବାଦ: ଭିକାରି ବସ୍‌ ଓ ଟ୍ରେନ୍‌ରେ ଭିକ ମାଗିବା ପରେ ବିମାନରେ ଭିକ ମାଗିବାର ସ୍ୱପ୍ନ ଦେଖୁଥିବାର ଦୃଶ୍ୟ ଆମେ ସିନେମାରେ ହିଁ ଦେଖିଛେ। କିନ୍ତୁ ନିକଟରେ କରାଚିର ଏକ ବିମାନରେ ଜଣେ ଭିକାରି ପଶି ଆସି ଭିକ ମାଗୁ ଥିବାର ବାସ୍ତବ ଦୃଶ୍ୟ ଦେଖୁବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାନରେ ବସିଥିବା ଯାତ୍ରୀ ଭିକାରିକୁ ବିମାନ ଭିତରେ ଦେଖି ଆଶ୍ଚର୍ଯ୍ୟ […]

ନୂଆଦିଲ୍ଲୀ: ମାଡ଼ି ଆସୁଛି ପ୍ରାକୃତିକ ବିପତ୍ତି। ଦ୍ରୁତ ଗତିରେ ତରଳୁଛି ଆଣ୍ଟାର୍କଟିକା ବରଫାବୃତ୍ତ ପାହାଡ଼। ପୂର୍ବ ଅପେକ୍ଷା ୩ ଗୁଣା ତରଳୁଛି ଏହି ବରଫାବୃତ୍ତ ପାହାଡ଼। ୧୯୯୨ ମସିହାରୁ ଏଯାଏଁ ୩ ଟ୍ରିଲିୟନ୍‌ ଟନ୍‌ ପାହାଡ଼ ତରଳି ସାରିଲାଣି। ଆନ୍ତର୍ଜାତୀୟ ବରଫ ବିଶେଷଜ୍ଞମାନେ ଗବେଷଣା କରି ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗତ ଶତାବ୍ଦୀର ମଧ୍ୟଭାଗରୁ ଦକ୍ଷିଣମହାଦେଶୀୟ ଅଞ୍ଚଳରେ ଏହି ପାହାଡ଼ ତରଳି ଚାଲୁଛି। ଏହି […]

ଓ୍ଵାସିଂଟନ୍‌: ୯୩୦ ମିଲିୟନ୍‌ ଡଲାରରେ ଭାରତୀୟ ସେନାବାହିନୀକୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଛଅଟି ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବା ନିମନ୍ତେ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ମଙ୍ଗଳବାର ଦିନ ଗୃହ ବିଭାଗ କହିଛି। ଆମେରିକୀୟ କଂଗ୍ରେସ୍‌ର ଅନୁମୋଦନ ଲାଭ କରିବାକୁ ଉକ୍ତ ରାଜିନାମାକୁ ପଠାଯାଇଛି। ଯଦି କୌଣସି ଆମେରିକୀୟ ସାଂସଦ ଆପତ୍ତି ନ କରନ୍ତି କଥା ଆଗେଇବ। ବୋଇଙ୍ଗ୍‌ ଏବଂ ଭାରତୀୟ ଅଂଶୀଦାର ଟାଟା ଭାରତର ଏକ କାରଖାନାରୁ ଆପାଚି […]

ଗୁଆଙ୍ଗଝୁ(ଚୀନ୍‌): ଚୀନ୍‌ର ଗୁଆଙ୍ଗ୍‌ଝୁସ୍ଥିତ ଦୂତାବାସରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ପୁଣି କୌଣସି ଏକ ଅଜଣା ଏବଂ ରହସ୍ୟଜନକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭୟଭୀତ ହୋଇ ଆମେରିକା ଏହାର କେତେକ କର୍ମଚାରୀଙ୍କୁ ନିଜ ଦେଶକୁ ଫେରାଇ ନେଉଥିବା ଜଣାଯାଇଛି। ଆମେରିକାର କର୍ମଚାରୀମାନେ ରୋଗରେ ଆକ୍ରାନ୍ତ ହୋଇଥିବା ବିଷୟ ଡାକ୍ତରୀ ଯାଞ୍ଚରୁ ଜଣାପଡ଼ିବା ପରେ ଆମେରିକା ଏଭଳି ପଦକ୍ଷେପ ନେଇଛି। ଆମେରିକାର ଏକ ଡାକ୍ତରୀଦଳ ଗୁଆଙ୍ଗଝୁରେ କାର୍ଯ୍ୟ […]

Social media & sharing icons powered by UltimatelySocial