ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ତିହିଡି ବିଡ଼ିଓଙ୍କ ଜରିଆରେ ୧୦ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଅନୁପସ୍ଥିତ ଥିବାରୁ ଏହି ଦାବୀପତ୍ର ଅତିରିକ୍ତ ବିଡ଼ିଓ ବୁଲ ଫିରଦୋଷଙ୍କୁ ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭାର କର୍ମକର୍ତ୍ତା ବିମ୍ବାଧର ବାରିକ ,ସନ୍ଥ ଚରଣ ବିଶ୍ୱାଳ, ରବୀନ୍ଦ୍ର ବାରିକ, […]

ଦ୍ବନ୍ଦରେ ନିର୍ବାଚନମଣ୍ଡଳୀର କର୍ମୀ ଓ ନେତା ବ୍ରହ୍ମପୁର/ଗୋଳନ୍ଥରା: ଗୋପାଳପୁର ନିର୍ବାଚନମଣ୍ତଳୀ ବିଜେଡିର କର୍ମୀ ଓ ଛାମୁଆ ନେତା ଗତ କିଛି ଦିନ ହେଲା ସସ‌ପେନ୍ସ ମଧ୍ୟରେ ରହିଛନ୍ତି। ମୂଳ କାରଣ ହେଲା, ବିଧାୟକଙ୍କୁ ନେଇ। ନିର୍ବାଚନମଣ୍ଡଳୀ ଇଲାକାରେ ଅନୁଷ୍ଠିତ ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅନୁପସ୍ଥିତିକୁ ନେଇ ଏହି ସସ୍ପପେନ୍ସ ବଢ଼ୁଛି। ବିଧାୟକ ଏହି ସବୁ କାର୍ଯ୍ୟକ୍ରମକୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସିପାରୁ ନାହାନ୍ତି ନା, […]

ଡେରାବିଶର ବେଣୀପୁର ଘାଇ ସ୍ଥିତି ଅନୁଧ୍ୟାନ କଲେ ଟିମ କେନ୍ଦ୍ରାପଡା/ଭଦ୍ରକ : ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା ଓ ଭଦ୍ରକ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିଛନ୍ତି। ଏଥିସହିତ, ଉଭୟ ଜିଲ୍ଲାର ପ୍ରଶାସନ ସହ ଆଲୋଚନା କରିଛନ୍ତି। କୃଷିନିଗମ ଓ କୃଷକ ମଙ୍ଗଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡ. ବିରେନ୍ଦ୍ର ସିଂହଙ୍କ ନେତୃତ୍ବରେ ସଡକ ଏବଂ ପରିବହନ ଓ ଜାତୀୟ ରାଜପଥ ନିର୍ବାହୀ […]

ଅପରାଧ ତାଲିକା ତିନିଟି ପର୍ଯ୍ୟାୟରେ ପ୍ରଚାର ପ୍ରସାର ହେବ-ନିର୍ବାଚନ କମିସନ ଭୁବନେଶ୍ୱର : ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧ ପୃଷ୍ଠଭୂମି ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲାଗି ଭାରତର ନିର୍ବାଚନ କମିସନ ନିର୍ଦେଶନାମା ଜାରି କରିଛନ୍ତି। ସଂପ୍ରତି ଓଡ଼ିଶାର ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ, ସଂପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ତିନିଟି ପର୍ଯ୍ୟାୟରେ ଏହି […]

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତ ଖୋଲା ଜିପ୍‌ରେ ବସି ଶୋଭାଯାତ୍ରା କରିବା ମାମଲାକୁ ନେଇ ତନାଘନା ଚାଲିଛି। ଏହି ମାମଲାରେ ଦୁଇଟି ଥାନା ୧୧ ଜଣଙ୍କୁ ଗିରଫ କରିସାରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ପ୍ରଥମେ ଛାଡ଼ି ଦେବା ପରେ ଏବେ ଥାନାର ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନେ ଏଭଳି ଶୋଭାଯାତ୍ରା […]

ବନ୍ତଳା : ଜଣେ ମେଧାବୀ ଛାତ୍ର ଭାବେ ଏକଦା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଏବେ ଗାଈଆଳ ଓ ଶ୍ରମିକ। ସେ ପୁଣି ଜଣେ ସଫ୍ଟ‌ୱେର‌ ଇଂଜିନିୟର। ମାସିକ ୪୦ ହଜାର ଟଙ୍କା ଦରମା ପାଉଥିଲେ। ସବୁକିଛି ଓଲଟପାଲଟ କରିଦେଇଛି କରୋନା। ନିଯୁକ୍ତି ମିଳୁ ନଥିବାରୁ ଗାଈ ଚରାଇ ଓ ମୂଲ ଲାଗି ସେ ଏବେ ପେଟ ପୋଷୁଛନ୍ତି। ଏହି ଯନ୍ତ୍ରୀ ଜଣକ ହେଉଛନ୍ତି ଅନୁଗୁଳ […]

ମନାଲି: ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍‌’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ୧୦ ହଜାର ଫୁଟରୁ ଅଧିକ ଉଚ୍ଚରେ ନିର୍ମିତ ଏହି ଦୀର୍ଘତମ ହାଇୱେ ଟନେଲ୍‌ ଲେହ ସହ ମନାଲିକୁ ସଂଯୋଗ କରୁଛି। ଏହି ଟନେଲ୍‌ କାର୍ଯ୍ୟ ୬ ବର୍ଷରେ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲେ ହେଁ ଏଥିପାଇଁ ୧୦ ବର୍ଷ ସମୟ ଲାଗିଛି ବୋଲି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ କେ ପି ପୁରୁଷୋତ୍ତମ ସୂଚନା […]

ନୂଆଦିଲ୍ଲୀ: ଭିଡ଼ ରହୁଥିବା ରୁଟ୍‌ରେ ୪୦ଟି କ୍ଳୋନ୍ ଟ୍ରେନ୍ ଚଲାଇବାକୁ ଭାରତୀୟ ରେଳ ନିଷ୍ପତ୍ତି ନେଇଛି। ଚଳିତ ମାସ ୨୧ରୁ ଏହି ଟ୍ରେନ୍‌ଗୁଡ଼ିକର ଚଳାଚଳ ଆରମ୍ଭ ହେବ। ସେଥିପାଇଁ ବୁକିଙ୍ଗ୍‌ ୧୯ରୁ ଆରମ୍ଭ ହେବ। ଏହି ଟ୍ରେନ୍‌ଗୁଡ଼ିକରେ ଯାତ୍ରା କରିବାକୁ ହେଲେ ଆଗୁଆ ସଂରକ୍ଷିତ ଟିକଟ ନେବାକୁ ପଡ଼ିବ। ଅଗ୍ରୀମ ସଂରକ୍ଷଣ ଅବଧି ୧୦ ଦିନର ରହିବ। ସର୍ବାଧିକ କ୍ଲୋନ୍ ଟ୍ରେନ୍ ବିହାରକୁ ଯାତ୍ରା କରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ […]

ଏଲ୍‌ଏସି ନେଇ ବିରୋଧୀଙ୍କ ସହ ସରକାର କରିପାରନ୍ତି ରୁଦ୍ଧଦ୍ୱାର ବୈଠକ ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଯଦି ଚୀନ୍‌ ଯୁଦ୍ଧ ସ୍ଥିତି ସୃଷ୍ଟି କରେ ତେବେ ଭାରତ ଏହାର ଉଚିତ୍‌ ଜବାବ ଦେବ। ଭାରତ ଯୁଦ୍ଧ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଶୀତ ଋତୁରେ ମଧ୍ୟ ଭାରତ ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇସାରିଛି। ଚୀନ୍ ଯୁଦ୍ଧ ଭଳି ସ୍ଥିତି ଉପୁଜାଇଲେ ଏହାକୁ ଉତ୍ତମ ତାଲିମପ୍ରାପ୍ତ ଏବଂ ସ୍ବତନ୍ତ୍ର […]

ଜବରଦଖଲରେ ଶହେ ଏକର, ନାଗା ଦଳରେ ଭର୍ତ୍ତି କଟକ: ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ। କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ଜଳ ହ୍ରଦ ଭାବେ ଏହାର ମାନ୍ୟତା ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ଶହେ […]

Social media & sharing icons powered by UltimatelySocial