ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଜୀବନ ନେଇଛି ଜଣେ ଗାଡ଼ି ଚାଳକ। ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ରାସ୍ତାରେ ଗାଈମାନେ ଶୋଇଥିବା ଵେଳେ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ମଡ଼ାଇଥିଲା ଚାଳକ। ଗୋଟେ ପରେ ଗୋଟେ ଗାଇଙ୍କ ଉପରେ ଚଢ଼ାଇ ଦେଇଥିଲା।

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ଆଜି ବେଆଇନ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଛି। ଏଥି ସହିତ ଅଭିଯୁକ୍ତ ପାଖରୁ ୧୩ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ହେଲା କେଶବ ସିଂହ (୨୧)। ପୁଲିସ କହିବା ଅନୁସାରେ ପୁଲିସ ଟିମ୍‌ ଆଜି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଖଣ୍ଡଗିରି ପାହାଡ଼ ନିକଟରେ ଥିବା ସୁଲଭ ଶୌଚଳୟ ପଛପଟେ ବେଆଇନ ବ୍ରାଉନସୁଗାର ବିକ୍ରୟ ସୂଚନା ଖଣ୍ଡଗିରି ଥାନା ପୁଲିସକୁ […]

ଭୁବନେଶ୍ବର : ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ଉକ୍ତ ନାବାଳକଙ୍କୁ ଆସନ୍ତାକାଲି ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବାକୁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ବର୍ଷଣ ପରେ ସଂପୃକ୍ତ ଅଧିକାରୀ ନାବାଳକକୁ ଧରି ଥାନାକୁ ଫେରିଛନ୍ତି। ତେବେ […]

ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ଜବତ ନୂଆଦିଲ୍ଲୀ : ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଚଢଉ ଶେଷ ହୋଇଛି। ଏହି ଚଢଉ ବେଳେ ପିଏଫଆଇର ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିବାବେଳେ ଅନେକ ପ୍ରକାରର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏସବୁ ସାମଗ୍ରୀକୁ ପ୍ରମାଣଭାବେ ବିଭିନ୍ନ କୋର୍ଟରେ ଦାଖଲ କରାଯିବ। ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଚଢଉ ବେଶ […]

ଭୁବନେଶ୍ବର: ଚାନ୍ଦା ଓ ଦାଦାବଟିକୁ ନାଁ। ଭୁବନେଶ୍ଵରରେ କମିସନରେଟ ପୁଲିସ ପକ୍ଷରୁ ପୂର୍ବରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଥିଲା ବେଳେ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ବିଭିନ୍ନ ବସ୍ ମାଲିକ ସଂଘ ସହ କମିସନରେଟ ପୁଲିସର ଏକ ବୈଠକ ହୋଇଛି। ଆଗକୁ ଆସୁଛି ପାର୍ବଣ ରୁତୁ। ଏହି ସମୟରେ ମା’ଙ୍କ ପୂଜା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ରାଜଧାନୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଯାତ୍ରୀ ବଢ଼ିବା ସହ ଜୋର […]

ବାଲେଶ୍ବର: ସୀମା ଟପିଛି ଅମାନୁଷିକତା। ସ୍ୱାମୀଙ୍କୁ ମାଡ଼ମାରି ସ୍ତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରାଯାଇଛି। ଏଥି ସହିତ ଅଭିଯୁକ୍ତମାନେ ଯିବା ବେଳେ ୧୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ୨ ଜଣ ନାବାଳକଙ୍କ ସହିତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ ଟାଉନଥାନା ଅନ୍ତର୍ଗତ ଚୁନଭାଟି […]

ଭୁବନେଶ୍ବର: କାଳ ସାଜୁଛି ପରକୀୟା ପ୍ରୀତି। ଆଉ ଜୀବନ ହରାଉଛନ୍ତି ଜଣକ ପରେ ଜଣେ। ରାଜଧାନୀ ଭୁବନେଶ୍ବରରେ ଏବେ ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳୁଛି। କେତେବେଳେ କିଏ ପ୍ରେମ ପ୍ରତାରଣା ଅସହ୍ୟ ହେବାରୁ ଜୀବନ ହାରୁଛି ତ ’ ଆଉ କିଏ ପ୍ରେମରେ ବିଫଳ ହୋଇ କରୁଛି ଆତ୍ମହତ୍ୟା। ଚଳିତ ବର୍ଷ ୮ମାସ ମଧ୍ୟରେ ରାଜଧାନୀରେ ବିଫଳ ପ୍ରେମ, ପରକୀୟା ପ୍ରୀତି, ପ୍ରତାରଣା ଭଳି ମାଳମାଳ ଘଟଣା ସାମ୍ନାକୁ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି। ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ନୂଆସାହି ଅଞ୍ଚଳର ବିଶ୍ବମୋହନ ଓ ରାଜମୋହନ ହେଉଛନ୍ତି ଦୁଇ ଭାଇ। ବିଶ୍ବମୋହନ ହେଉଛନ୍ତି ବଡ଼ ଏବଂ ସେ ଏମ୍‌ବିଏ ପଢ଼ିଛନ୍ତି। କିନ୍ତୁ ସାନଭାଇ […]

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ଅପରାଧ ସଂପର୍କରେ ଚାଲିଥିବା ତଦନ୍ତରୁ ଆଉ କେତେକ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ସେ ଗତ ପ୍ରାୟ ଏକ ଦଶନ୍ଧି ଧରି ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ। ଚିତ୍ରଦୁର୍ଗା ମଠରେ ହିଁ ସେ ନାବାଳିକମାନଙ୍କୁ ନିୟମିତଭାବେ ଯୌନ ନିର୍ଯ୍ୟାତନା ଦେଉଥିବା ପୁଲିସ […]

ଭୁବନେଶ୍ବର: ସେଦିନ ନାବାଳିକାଙ୍କ ସରଳ ବିଶ୍ବାସରେ ବିଷ ଦେଇ ତାଙ୍କୁ ଗର୍ଭବତୀ କରାଇଥିଲା ଅଭିଯୁକ୍ତ। ବିବାହର ପ୍ରଲୋଭନରେ ନାବାଳିକା ଗର୍ଭବତୀ ହୋଇଯିବା ପରେ ବଢ଼ିଥିଲା ସମସ୍ୟା। ବାହାଘର ହୋଇପାରିଲା ନାହିଁ। ‌ଏଭଳି ‌ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲା ଅଭିଯୁକ୍ତ। ସେ ଜେଲ୍‌ରେ ରହିବା ଭିତରେ ନାବାଳିକା ମା’ ହୋଇଗଲେ। ଏକ କନ୍ୟା ସନ୍ତାନ ଭୂମିଷ୍ଠ ହେଲା। ଦୁଇ ବର୍ଷ ବିତିଗଲା ଏବଂ ନାବାଳିକା ସାବାଳିକା ହୋଇଗଲେ। ତେଣୁ କୋର୍ଟ […]

Social media & sharing icons powered by UltimatelySocial