୧୦ ବର୍ଷ ହେଲା ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ ଲିଙ୍ଗାୟତ ଗୁରୁ

ଲିଙ୍ଗାୟତ ଗୁରୁ

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ଅପରାଧ ସଂପର୍କରେ ଚାଲିଥିବା ତଦନ୍ତରୁ ଆଉ କେତେକ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ସେ ଗତ ପ୍ରାୟ ଏକ ଦଶନ୍ଧି ଧରି ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ। ଚିତ୍ରଦୁର୍ଗା ମଠରେ ହିଁ ସେ ନାବାଳିକମାନଙ୍କୁ ନିୟମିତଭାବେ ଯୌନ ନିର୍ଯ୍ୟାତନା ଦେଉଥିବା ପୁଲିସ ଜାଣିବାକୁ ପାଇଛି। ଏ ନେଇ ଆଉ କିଛି ବ୍ୟକ୍ତି ପୁଲିସକୁ ତଥ୍ୟ ପ୍ରଦାନ କରିଛନ୍ତି। ଚଳିତ ମାସ ୧ ତାରିଖରେ କତେକ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ୟ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି। ପୁଲିସ ପକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି। ପୂର୍ବରୁ ମୁରୁଗା ମଠରେ ଥିବା ସାରାନନ୍ଦ ସ୍ବାମୀ କହିଛନ୍ତି ଯେ ଶିବମୂର୍ତ୍ତୀଙ୍କର ଆହୁରି ଅନେକ ଦୁଷ୍କର୍ମ ପୀଡିତା ଅଛନ୍ତି। ଏପରିକି କେତେକ ପୀଡ଼ିତା ଗର୍ଭପାତ କରାଇଛନ୍ତି। ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲିଙ୍ଗାୟତ ଦୀକ୍ଷା ଦେଇ ଡ. ଶିବମୂର୍ତ୍ତୀ ଚର୍ଚ୍ଚାକୁ ଆସିଥିଲେ। ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶା​ଳୀ ସଂପ୍ରଦାୟ ଭାବେ ଜଣାଶୁଣା। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟରୁ ଆସିଛନ୍ତି।

Share Now:

Kalinga News Beuro

Next Post

ଚାଲିବା ଦ୍ବାରା ଭୋଟ ମିଳୁଥିଲେ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ହୋଇଯାଇଥାନ୍ତେ : କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂ

Mon Sep 19 , 2022
ନୂଆଦିଲ୍ଲୀ: କିଛି ଦିନ ତଳେ ପୁଣି ଥରେ କ୍ଷମତାକୁ ଫେରିବା ଆଶାରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି କଂଗ୍ରେସ। ଦଳର ଏହି ଯାତ୍ରାକୁ ବିରୋଧୀ ସମାଲୋଚନା କରିଥିବା ‌ବେଳେ ଏବେ କଂଗ୍ରେସର ବିଧାୟକ, ଦଳର ଏହି ଯାତ୍ରାକୁ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂ କହିଛନ୍ତି ଯେ, କେବଳ ଚାଲିବା ଦ୍ୱାରା ଭୋଟ୍ ବୃଦ୍ଧି ହେବ ନାହିଁ। କଂଗ୍ରେସ ବିଧାୟକ ଏହା […]
ଲକ୍ଷ୍ମଣ ସିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial