ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇଛନ୍ତି। କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା ମଧ୍ୟ କରୋନାର କଡ଼ା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆନ୍ୟମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ […]

ବିଦ୍ୟାଳୟ ଓ କ୍ଲବ ଘରେ ୨ ଶହ ପରିବାର ବାଲିଅନ୍ତା : ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଲିଅନ୍ତାସ୍ଥିତ ମହାତ୍ମା ସେତୁ ନିକଟରେ କୁଶଭଦ୍ରା ବନ୍ୟାପାଣି ବିପଦ ସଙ୍କେତ ଡେଇଁସାରିଛି। କିନ୍ତୁ କୌଣସି ସ୍ଥାନରେ ବନ୍ୟାଜଳ ବନ୍ଧବାଡ଼ ଭାଙ୍ଗିନାହିଁ। ସେହିପରି ଭାର୍ଗବୀ ଓ କୁଆଖାଇ ନଦୀରେ ବନ୍ୟାଜଳ କୂଳ ଲଙ୍ଘିବା ସ୍ଥିତିରେ […]

ଗାଡ଼କଣ ଓ ନହରକଣ୍ଟାରୁ ସର୍ବାଧିକ ଆକ୍ରାନ୍ତ, ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ ଭୁବନେଶ୍ୱର : ସ୍ମାର୍ଟ ନଗରୀରେ ଆଜି କରୋନାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ଏସବୁ ସଂଖ୍ୟା ଏବେ ପଛରେ ରହି ଯାଇଛି। ୫୦୫ ସଂକ୍ରମିତଙ୍କ ମଧ୍ୟରୁ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ସଂକ୍ରମିତ ରହିଥିବା […]

ଅଢ଼େଇ ହଜାର ଲୋକ ଜଳବନ୍ଦୀ,ସରୀସୃପଙ୍କୁ ଦାୟୀ କଲେ ନିର୍ବାହୀ ଯନ୍ତ୍ରୀ କେନ୍ଦ୍ରାପଡ଼ା : ୮ ମାସ ତଳେ ଯେଉଁ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହୋଇଥିଲା ସାଢ଼େ ଚାରିକୋଟି ଟଙ୍କା , ଏବେ ସେଠି ୧୦୦ଫୁଟର ଘାଇ ହେବା ସହ ଭାଙ୍ଗିଯାଇଛି। ବନ୍ୟାର କରାଳତା ଗ୍ରାସ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈ କୂଳରେ ଥିବା ବେଣୀପୁର ଗ୍ରାମକୁ। ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା […]

କଟକ: ମୁଣ୍ଡଳିରେ ହୀରାକୁଦ ଡ୍ୟାମ ୪୬ଟି ଗେଟ ଦେଇ ଛାଡ଼ୁଥିବା ପାଣି ପହଞ୍ଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର। ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଞ୍ଚିଛି। ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା […]

ବାରଙ୍ଗ : ମହାନଦୀରେ ବଡ଼ଧରଣର ବନ୍ୟା ଆସୁଛି। ମୁଣ୍ଡଳୀ ଆନିକଟ ସୂଚାଙ୍କ ଅନୁସାରେ ଏବେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସା‌ରେ, ସକାଳୁ ହୀରାକୁଦ ଜଳଭଣ୍ଡାରର ପାଣି ପହଞ୍ଚିବା ପରେ ମୁଣ୍ଡଳୀ ଉପରମୁଣ୍ଡର ଜଳସ୍ତର ବଢ଼ିବାରେ ଲାଗିଥିଲା। ବଡ଼ ବଡ଼ ଗଛ ସବୁ ନଦୀରେ ଭାସି ଆସୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପହଞ୍ଚିଥିଲା। ରାତି […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟାଜଳ ଆସି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ପଶିଛି। ଏଥିରେ ଏହି ବ୍ଲକର ୧୦ ପଞ୍ଚାୟତର ୫୦ ଗ୍ରାମରେ ୪୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଣିଷ ସହ ଅନେକ ଗୃହପାଳିତ ପଶୁ ପକ୍ଷୀ ମଧ୍ୟ ପାଣି ଘେରରେ ରହି ଯାଇଛନ୍ତି। ବନ୍ୟା […]

ଭୁବନେଶ୍ୱର : କରୋନା ସମୟରେ ଯୋଦ୍ଧା ଭାବେ ଆଗରେ ରହିଥିବା ଆୟୁଷ ଡାକ୍ତର ମଧ୍ୟ କ‌ରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ଜଣ ଡାକ୍ତର କରୋନା ପଜିଟିଭ୍ ଥିବା ବେଳେ ତହିଁରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୧ ସଂକ୍ରମିତ ଆୟୁଷ ଡାକ୍ତରଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏହା ପରେ ବାଲେଶ୍ବର ଜିଲ୍ଲା ରହିଛି। ତେବେ ‌୨ଜଣ ଡାକ୍ତରଙ୍କ ଅବସ୍ଥା […]

ପୁଲୱାମା: ଶନିବାର ଦିନ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ଜଦୁରା ଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି […]

କାନ୍ଥ ପଡ଼ି ଶିଶୁ ମୃତ, ଜଣେ ନିଖୋଜ, ୬ବ୍ଲକ୍‌ରେ ମୋଟ ୨୨ଟି ଘାଇ,ନଦୀ ଗର୍ଭକୁ ଚାଲିଗଲା ୨ ମହଲା ଘର ଯାଜପୁର/ବରୀ : ଯାଜପୁର ଜିଲ୍ଲାରେ ଆଜି ଜଳପ୍ରଳୟ ଦେଖିବାକୁ ମିଳିଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ୍ ଦଶରଥପୁର, ଯାଜପୁର ଓ କେ‌ରୋଇ ପ୍ରଭାବିତ ହୋଇଥିଲା। ଆଜି ବ୍ରାହ୍ମଣୀ ଓ ‌ଖରସ୍ରୋତା ନଦୀରେ ୧୯ଟି ଘାଇ ସୃଷ୍ଟି ହୋଇ ୫ଟି […]

Social media & sharing icons powered by UltimatelySocial