ତିହିଡି ବ୍ଲକ ରେ ପ୍ରଥମ ବନ୍ୟା : ୫୦ଗ୍ରାମର ୪୦ ହଜାର ଲୋକ ପ୍ରଭାବିତ

ତିହିଡି ବ୍ଲକ ରେ ପ୍ରଥମ ବନ୍ୟା (1)

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟାଜଳ ଆସି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ପଶିଛି। ଏଥିରେ ଏହି ବ୍ଲକର ୧୦ ପଞ୍ଚାୟତର ୫୦ ଗ୍ରାମରେ ୪୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଣିଷ ସହ ଅନେକ ଗୃହପାଳିତ ପଶୁ ପକ୍ଷୀ ମଧ୍ୟ ପାଣି ଘେରରେ ରହି ଯାଇଛନ୍ତି। ବନ୍ୟା ଖବର ପାଇବାପରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ବସନ୍ତ କୁମାର ସାହାଣୀ ,ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟାକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ, ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାସହ ବନ୍ୟା ବିପନ୍ନ ମାନଙ୍କ ନିକଟରେ ପହଞ୍ଚି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ବୋଟ ଯୋଗେ ତଳିଆ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅନ୍ୟ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ବନ୍ୟା ଅଞ୍ଚଳକୁ ଯାଇ ବନ୍ୟା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ବୋଡ଼କ ପଞ୍ଚାୟତରେ ଉଚ୍ଚ ସ୍ଥାନରେ ଥିବା ବନ୍ୟା ବିପନ୍ନଙ୍କୁ ଅଧ୍ୟକ୍ଷା ସୁଶ୍ରୀ ନାୟକ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବାବେଳେ ଶ୍ୟାମସୁନ୍ଦରପୁର ସରପଞ୍ଚ ଝରଣା ବାରିକ ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୂଲରେ ଥିବା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ଉଚ୍ଚ ସ୍ଥାନରେ ଥିବା ଲୋକମାନଙ୍କୁ ଚୁଡା ଓ ଚିନି ଦିଆଯିବାସହ ଆଜିଠାରୁ ରନ୍ଧା ଖାଦ୍ୟ ଦିଆଯାଇଛି ବୋଲି ଅଧ୍ୟକ୍ଷା ଓ ବିଡ଼ିଓ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ମୁଣ୍ଡଳୀରେ ବିପଦ ସଂକେତ ଉପରେ ବନ୍ୟାଜଳ

Sun Aug 30 , 2020
ବାରଙ୍ଗ : ମହାନଦୀରେ ବଡ଼ଧରଣର ବନ୍ୟା ଆସୁଛି। ମୁଣ୍ଡଳୀ ଆନିକଟ ସୂଚାଙ୍କ ଅନୁସାରେ ଏବେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସା‌ରେ, ସକାଳୁ ହୀରାକୁଦ ଜଳଭଣ୍ଡାରର ପାଣି ପହଞ୍ଚିବା ପରେ ମୁଣ୍ଡଳୀ ଉପରମୁଣ୍ଡର ଜଳସ୍ତର ବଢ଼ିବାରେ ଲାଗିଥିଲା। ବଡ଼ ବଡ଼ ଗଛ ସବୁ ନଦୀରେ ଭାସି ଆସୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପହଞ୍ଚିଥିଲା। ରାତି […]
ବିପଦ ସଂକେତ ଉପରେ ବନ୍ୟାଜଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial