୧୮ ବର୍ଷ ହେଲେ ଭୋଟର କାର୍ଡ ପାଇଁ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ସୁଶୀଲ ଲୋହାନି

ସୁଶୀଲ ଲୋହାନି

ଭୁବନେଶ୍ବର: ୧୮ ବର୍ଷ ହେଲେ ଭୋଟର କାର୍ଡରେ ସାମିଲ ପାଇଁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ବର୍ଷକୁ ୪ ଥର ଆବେଦନ କରିପାରିବେ ନୂଆ ଭୋଟର। ଜାନୁଆରୀ ୧,ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରୁଥିଲେ ନା ସାମିଲ ପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି। ସେ ଆହୁରି ବି କହିଛନ୍ତି ଯେ ପୂର୍ବରୁ ଜାନୁଆରୀ ୨ କୁ ୧୮ ବର୍ଷ ପୂରିଲା ଭୋଟର ତାଲିକାରେ ନାଁ ସାମିଲ ପାଇଁ ଆଗାମୀ ଜାନୁଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ୯ ନଭେମ୍ବର ଡ୍ରାଫ୍ଟ ପବ୍ଲିସ ହେବ। ଯଦି କୌଣସି ବ୍ୟକ୍ତିଙ୍କର ଏହି ୪ଟି ତାରିଖ ସୁଦ୍ଧା ୧୮ ବର୍ଷ ପୂରୁଥିବ ସେମାନେ ଆଗୁଆ ଆବେଦନ କରିପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବନି। ଏହା ସହ ଭୋଟର ତାଲିକାରେ ନା ସାମିଲ, କିମ୍ବା ବାଦ ଦେବା ଓ ଭୋଟର ତାଲିକାରେ ସଂଶୋଧନ ପାଇ କିଛି ପରିବର୍ତ୍ତନ କରାଯାଇଛି। ଭୋଟର ତାଲିକାରେ ଫଟୋ କିମ୍ବା ଅନ୍ୟ କିଛି ପରିବର୍ତ୍ତନ କରିବାକୁ ହେଲେ ଫର୍ମ ୮ରେ କରାଯାଇପାରିବ।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ : ୧୧ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

Sat Aug 6 , 2022
ଭୁବନେଶ୍ବର : ଶୁକ୍ରବାରଦିନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସୁଦ୍ଧା ଆହୁରି ଘନୀଭୂତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ […]
୧୩ରେ ଆଉ ଏକ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial