ଭୁବନ : ଦୁଇ ବର୍ଷ ତଳେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ରାଜ୍ୟରେ ଟପର୍‌ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପୁଅ ସୁଦୀପ ରଣା ଏଥର ବି ବାଜି ମାରିଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୫୭୪ନମ୍ବର ରଖି ଦୁଇ ବର୍ଷ ତଳର ମାଟ୍ରିକ୍‌ ରେକର୍ଡକୁ ଦୋହରାଇଛନ୍ତି। ସାରା ରାଜ୍ୟରେ ଦୁଇ ବର୍ଷରେ ଡବଲ୍ […]

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ […]

ନୂଆଦିଲ୍ଲୀ: ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ଏବେ ସେ କୋମାକୁ ଚାଲିଯାଇଥିବା ସୂଚନା ମିଳିଛି । ଏ ନେଇ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍ ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇଛି।ତାଙ୍କୁ ଏବେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ବେଳେ ତାଙ୍କର ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। ବିଭୁପ୍ରସାଦ ତାଙ୍କ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ଭୁବନେଶ୍ବର ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଷଡ଼ଙ୍ଗୀଙ୍କୁ ଗତ ୯ ତାରିଖରେ ଗିରଫ କରାଯାଇ ୧୩ ତାରିଖ […]

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଜଣେ ଓଡ଼ିଆ ମହିଳାଙ୍କ ଶବକୁ ଆବର୍ଜନା ଉଠାଉଥିବା ଗାଡ଼ିରେ ବୋହିବା ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ତାମିଲନାଡୁର ମୁଖ୍ୟ ଶାସନ ସଚିବ , ରାମନାଥପୁରମ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପର୍କୀୟ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। […]

କଟକ : ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ। ୨୦୧୬, ସେପ୍ଟେମ୍ବର ୨୧ରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିଲା। ଏମ୍‌ସିଆଇ ବିଜ୍ଞପ୍ତିକୁ ଆଧାର କରି ଏଭଳି ନିୟମ […]

ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଏଥର ବି ପାସ୍‌ହାର ହ୍ରାସ ପାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯିବା ଦ୍ୱାରା ପାସ୍‌ହାର କମିଛି। ତେବେ ମେଧାବୀଙ୍କ ସଂଖ୍ୟା ବଢ଼ିଛି। କୋଭିଡ୍‌-୧୯ ମହାମାରୀ ସମୟରେ ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ ଆମ ପାଇଁ ବଡ଼ ଆହ୍ୱାନ ଥିଲା। ତା’ ସତ୍ତ୍ୱେ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ତ ପ୍ରକାର ସହଯୋଗ, ଜୀବନକୁ […]

ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ ସର୍ବାଧିକ ୧୦ ଜଣ ଭୁବନେଶ୍ୱର : କରୋନା ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉ‌ରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ତେବେ […]

୯୧୧ ଗାଁର ୬ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବା ପାଣି ଭୁବନେଶ୍ୱର : ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଥିବା ସଂକଳ୍ପ କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ପ୍ରତି ଘରକୁ ପିଇବା ପାଣି ଦେବା ଲାଗି ଗତ ତିନିବର୍ଷରେ ୨୪ ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଆସନ୍ତା ୩ବର୍ଷରେ ଆଉ ୨୬ହଜାର କୋଟି […]

Social media & sharing icons powered by UltimatelySocial