ସ୍ୱାଧୀନତା ଦିବସ ପାଇଁ ସଟ୍‌ଡାଉନ୍‌ କୋହଳ

ସ୍ୱାଧୀନତା ଦିବସ

ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର : କରୋନା ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉ‌ରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ତେବେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସର୍ବାଧିକ ୧୦ଜଣ ସାମିଲ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସାମାଜିକ ଦୂରତ୍ୱ ମାନିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Share Now:

Kalinga News Beuro

Next Post

କପି ରୋକିବା ଯୋଗୁଁ କମିଲା ପାସ୍‌ହାର: ଗଣଶିକ୍ଷା ମନ୍ତ୍ରୀ

Thu Aug 13 , 2020
ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଏଥର ବି ପାସ୍‌ହାର ହ୍ରାସ ପାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯିବା ଦ୍ୱାରା ପାସ୍‌ହାର କମିଛି। ତେବେ ମେଧାବୀଙ୍କ ସଂଖ୍ୟା ବଢ଼ିଛି। କୋଭିଡ୍‌-୧୯ ମହାମାରୀ ସମୟରେ ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ ଆମ ପାଇଁ ବଡ଼ ଆହ୍ୱାନ ଥିଲା। ତା’ ସତ୍ତ୍ୱେ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ତ ପ୍ରକାର ସହଯୋଗ, ଜୀବନକୁ […]
ସିସିଟିଭି ‌ଯୋଗୁଁ କମିଲା ପାସ୍‌ହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial