ଆଜି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ଆରମ୍ଭ

ବନ୍ଦେ-ଭାରତ-1

ଭୁବନେଶ୍ୱର: ଆଜି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଛି। ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ହାୱଡ଼ା- ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି। ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା। ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ଏହି ଅତ୍ୟାଧୁନିକ ଟ୍ରେନ୍ ରହିଥିଲା। ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ଗୋଟାଏ ୫୦ ମିନିଟରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଛାଡିଥିଲା। ତେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେବେ କେନ୍ଦ୍ରମନ୍ତ୍ରୀ କେବଳ ଏହି ଭିଡିଓ ପୋଷ୍ଟ କରିନାହାନ୍ତି ବରଂ ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ପଚାରିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏକ ବେଳାଭୂମି ଦେଇ ଯାଉଛି। କହିଲେ ଏହା କେଉଁ ରାଜ୍ୟ ? କିଛି ୟୁଜର୍ସ ଏହାକୁ ଅନ୍ୟ ରାଜ୍ୟର କହିଥିବାବେଳେ ଓଡ଼ିଆ ୟୁଜର୍ସମାନେ କହିଛନ୍ତି ଯେ ଏହା ହେଉଛି ଚିଲିକା। ଅର୍ଥାତ ଚିଲିକା ଦେଇ ଯାଇଥିବା ରେଳପଥ ଦେଇ ବନ୍ଦେ ଭାରତ ଟ୍ରେନ ଯାଉଛି। ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସିବ ଯେ ଟ୍ରାଏଲ ରନ୍ ତ ହାୱଡ଼ା-ପୁରୀ ରୁଟରେ ହୋଇଛି, ତେବେ ବାଟରେ କେମିତି ଚିଲିକା ଆସିଲା ? ବାସ୍ତବରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ଆସି କୋଲକାତା ଯାଇଥିଲା। ଆଉ ଚେନ୍ନାଇରୁ ଆସିବାବେଳେ ଚିଲିକାକୁ ଅତିକ୍ରମ କରିବାବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଥିଲା। ବାସ୍ତବରେ କୋଲକାତାରେ ପ୍ରାଇମେରି ମେଣ୍ଟେନାନ୍ସ ୟୁନିଟ୍‌ରେ ଉକ୍ତ ଏକ୍ସପ୍ରେସର ଯାଞ୍ଚ ହୋଇଥିଲା। ଆଉ ନିୟମିତ ଭାବେ ଟ୍ରେନ୍‌ ଚାଲିବା ପୂର୍ବରୁ ୩ଟି ଟ୍ରାଏଲ୍‌ ରନ୍‌ କରାଯିବ, ପ୍ରଥମ ଟ୍ରାଏଲ ରନ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ଭରତପୁର ପୁଲିସ ଜାଲରେ ବାଇକ ଲୁଟେରା

Fri Apr 28 , 2023
ଭୁବନେଶ୍ବର: ଭରତପୁର ପୁଲିସ ଜାଲରେ ଏଭଳି ଏକ ବାଇକ ଲୁଟେରା ପଡ଼ିଛି। ତାର ନାଁ ଶଙ୍କର ବେହେରା। ଘର ଗଞ୍ଜାମ ଜିଲ୍ଲାର ବଡଗଡ଼। ଶଙ୍କରର ସୈତାନ ବୁଦ୍ଧି। ଦିନରେ ପାଗଳ ଭଳି ରେକି କରୁଥିଲା, ଆଉ ରାତିରେ ଗେଟ ବାହାରୁ ତାଲା ଭାଙ୍ଗି ଚୋରି କରି ନେଉଥିଲା ଗାଡ଼ି। ବରମୁଣ୍ଡା ରୁଚିକା ମାର୍କେଟରେ ସେ ପାଗଳ ଭଳି ଏଣେ ତେଣେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।ଅଭିଯୁକ୍ତଠାରୁ ୭ ଟି […]
ଭରତପୁର ପୁଲିସ ଜାଲରେ ବାଇକ ଲୁଟେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial