ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଦୁଇଟି ପତ୍ର ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ […]

କଟକ: ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଉତ୍ସବମୁଖର ହୋଇଉଠିଛି କଟକ ମହାନଗର। ଆଜି ପବିତ୍ର ଦୋଳପୂର୍ଣ୍ଣିମା ପାଇଁ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ ଦେଖିବାକୁ ମିଳିଛି। ଝୁଲଣ ମଣ୍ଡପରେ ଦୋଳିରେ ଝୁଲିବା ପରେ ସୁସଜ୍ଜିତ ବିମାନରେ ବିଜେ କରିଥାନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଦୋଳପୂର୍ଣ୍ଣିମାରେ କଟକ ୭୨ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ୬୦ରୁ ଅଧିକ ଦୋଳ ବିମାନ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡ଼ିଆରୁ ବାହାରି ସହର ପରିକ୍ରମା […]

ବାରାଣାସୀ : ମହାଦେବଙ୍କ ନଗରୀ ବାରାଣାସୀ ବା କାଶୀକୁ ସମଗ୍ର ସନାତନ ଧର୍ମର ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଏ। କାଶୀରେ ରଙ୍ଗର ପର୍ବ ହୋଲି ଏକ ସ୍ୱତନ୍ତ୍ର ପ୍ରକାରେ ଖେଳାଯାଏ। ହୋଲି ପୂର୍ବରୁ ଆସୁଥିବା ଏକାଦଶୀରେ କାଶୀରେ ଖେଳାଯାଏ ଶ୍ମଶାନ ହୋଲି। ସମଗ୍ର ଭାରତରେ ଏପରି ହୋଲି କେଉଁଠାରେ ଦେଖାଯାଏ ନାହିଁ। କାରଣ ମହାଦେବଙ୍କ ଏହି ସହରରେ ଭକ୍ତମାନେ କେବଳ ରଙ୍ଗ ଓ ଫଗୁ ନୁହେଁ ବରଂ ଚିତାଭସ୍ମ ସହିତ […]

ଚଣ୍ଡିଖୋଲ : ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ ଅଧୀନରେ ଏହି ବିଧିବଦ୍ଧ ଖନନ ଫେବୃଆରୀ ୧୪ ତାରିଖରୁ ଆରମ୍ଭ ହୋଇଛି। ଖନନ ସମୟରେ ଖଣ୍ଡୋଲାଇଟ ପଥରରେ ଗଢ଼ା ହୋଇଥିବା ସାଢ଼େ ୪ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ […]

ଭୁବନେଶ୍ୱର: ପିଣ୍ଡିମାନଙ୍କରେ ଶୋଭା ପାଉଛି ସୋରିଷ, ହଳଦୀ, ଅଦା, କାନ୍ଦୁଲ, ମହୁ, ଝୁଣା, ରାଶି, ପେଶି, ପାଳୁଅ ଆଦି ବନଜାତ ଦ୍ରବ୍ୟର ବିଶାଳ ପସରା। ବଣ୍ଡା, ଜୁଆଙ୍ଗ, ଭୁଞ୍ଜିଆ, ପରଜା, ସାନ୍ତାଳ ଓ କନ୍ଧଙ୍କ ପାରମ୍ପରିକ କୁଡ଼ିଆ, ଠାକୁର ଘର, ଅସ୍ତ୍ରଶସ୍ତ୍ର ଓ କୃଷି ଉପକରଣ ପ୍ରଦର୍ଶିତ ହେଉଛି। ଫୁଲ ବଡ଼ି ହେଉ ବା କଖାରୁ ବଡ଼ି ପୁଣି ଫୁଲଝାଡ଼ୁଠାରୁ ସବାଇ ଘାସ ପ୍ରସ୍ତୁତ ସପ, ଆସନ ଓ ଘରସଜ୍ଜା […]

ପୁରୁଣା ଭୁବନେଶ୍ୱର : ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ ରାତିସାରା ବସି ଦୀପ ଜାଳିବେ। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି। ରାତି […]

ପୁରୁଣା ଭୁବନେଶ୍ୱର: ଲୋକ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ଏକାମ୍ରର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗର ଜଳ ନିଷ୍କାସନ ପଥକୁ ଆଜି ଖୋଲାଯିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲେ ହେଁ କାମ ଅଧାରେ ଅଟକି ଯାଇଛି। ନିଷ୍କାସନ ପଥ ଖନନ କରାଯାଉଥିବା ବେଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ଉପସ୍ଥିତ ନ ରହିବାରୁ କାମ ଅଧାରେ ରହିଗଲା। ତେଣୁ ଅଧୁରା କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା ହେଲେ, ଲୋକ ଅଦାଲତରେ ମାମଲା କରିଥିବା ଆଇନଜୀବୀ ସଞ୍ଜୀବ […]

ରାଜସ୍ବ ସଂଗ୍ରହର ମାଧ୍ୟମ କରାଯାଉଥିବା ଅଭିଯୋଗ ଖଣ୍ଡଗିରି: ଖଣ୍ଡଗିରି କୁମ୍ଭମେଳାର ପାର୍କିଂ, ଯାତ୍ରା ପେଣ୍ଡାଲ, ଦୋଳି ଖେଳ, ହାଟବଜାର ପିଣ୍ଡି ବାବଦରେ ବିଏମ୍‌ସି ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆକାରରେ ପାଉଛି। କିନ୍ତୁ ଯେଉଁ ଅନନ୍ତକେଶରୀଙ୍କ ପାଇଁ ସମୁଦାୟ ଆୟୋଜନ ତାଙ୍କ ନାଁରେ ମାତ୍ର ୧ଲକ୍ଷ ଟଙ୍କା ଅନୁଦାନ ଦେଉଛି। ଏହା କେମିତି ନ୍ୟାୟ ବୋଲି ବିଏମସିକୁ ପ୍ରଶ୍ନ କରିଛି ଜାଗମରା ଗାଁ କମିଟି। ଅନୁଦାନକୁ ନିହାତି ୫ଲକ୍ଷ ଟଙ୍କାକୁ […]

ମେଳା ଜଗିବେ ୬ ପ୍ଲାଟୁନ୍‌ ପୁଲିସ, ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଶେଷ ଖଣ୍ଡଗିରି: ପରମ୍ପରା, ବିଧି ଓ ବିଶ୍ବାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ […]

ଖଣ୍ଡଗିରି: ଆସୁଛି ଖଣ୍ଡଗିରି ମେଳା। ସାଧୁସନ୍ଥ ଓ ପର୍ଯ୍ୟଟକଙ୍କ ଆଗମନ, ଐତିହ୍ୟ ସ୍ଥଳର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଇତିମଧ୍ୟରେ ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ବ୍ୟାରିକେଡ୍ ଲଗାଯାଇ ବନ୍ଦ କରାଯାଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ଵରେ ପର୍ଯ୍ୟଟକଙ୍କ ବସିବା ପାଇଁ ସୁବିଧା ହେଉଛି। ବିଏମସି ପକ୍ଷରୁ ୪୦ଟି ସିମେଣ୍ଟ ଚେୟାର ପକାଯିବା ସହିତ ଫୁଲକୁଣ୍ଡ ରଖାଯାଇ ସୌନ୍ଦର୍ଯ୍ୟୀକରଣ […]

Social media & sharing icons powered by UltimatelySocial