ଭୁବନେଶ୍ୱର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା। ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି। […]

ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଯେ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ପୁନର୍ବିଚାର କରି ଲକ୍‌ଡାଉନ୍ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ହେଉଥିବା ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଇବା କଥା ଚିନ୍ତା କରିବା ଆବଶ୍ୟକ। ଆଜି ମଧ୍ୟାହ୍ନରେ ରାହୁଳ ଇଲେକ୍ଟ୍ରୋନିକ୍ ରିଜିଓନାଲ୍ ନିଉଜ୍ ମି‌ଡିଆମାନଙ୍କର ପ୍ରଶ୍ନର ଉତ୍ତର ଦେବା ବେଳେ ଏ କଥା କହିଛନ୍ତି। ରାହୁଳ ଗାନ୍ଧୀ କହିଲେ, ଉପବାସରେ ଚାଲି […]

କଟକ: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, କରୋନାର ମୁକାବିଲା ବେଳେ ସରପଞ୍ଚ କ୍ଷମତାର ଅପବ୍ୟବହାର କରିବା ତଥା ମହିଳା ଆୟୁଷ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଗିରଫ ହୋଇ ଜେଲ ଯାଇଥିଲେ।

ଉହାନ: ତାହା ଅନ୍ତଃନଳୀରେ ମଧ୍ୟ ଦେଖିବାକୁ ମିଳୁଛି। ଅଧିକାଂଶ ଶିଶୁଙ୍କଠାରେ କୋଭିଡ୍‌-୧୯ର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ ଅଳ୍ପ କେତେକ ଶିଶୁଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଏପରିକି ଶିଶୁମାନଙ୍କଠାରେ ଶ୍ଵାସକ୍ରିୟା ଜନିତ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ କଷ୍ଟକର ବୋଲି ଚୀନ୍‌ର ଉହାନର ଟଙ୍ଗଜୀ ହସ୍ପିଟାଲ ଗବେଷଣାରୁ ଜଣାପଡ଼ିଛି। ସଂପୃକ୍ତ ହସ୍ପିଟାଲରେ ଶ୍ଵାସକ୍ରିୟାଜନିତ ଲକ୍ଷଣ ନ ଥିବା ଶିଶୁମାନଙ୍କ ଉପରେ ଏକ […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳୁ ସର୍ବାଧିକ ୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଛି। ମାତ୍ର ୧୨ ଦିନରେ କରୋନା ପଜିଟିଭ୍‌ ୨୦୦ ପାର୍‌ […]

ନୂଆଦିଲ୍ଲୀ : ଦେଶର ବିଭିନ୍ନ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜକୁ କଂଗ୍ରେସ ସମାଲୋଚନା କରିଛି। ଏହା ମୋଦୀ ସରକାରଙ୍କ ଏକ ଜୁମଲା (ଫମ୍ପା) ପ୍ୟାକେଜ ବୋଲି କହିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶର ଡିଜିପିର ୧୦ ପ୍ରତିଶତ ପ୍ୟାକେଜ ଆକାରରେ ପ୍ରଦାନ ପାଇଁ ଘୋଷଣା କଲେ ସେତେବେଳେ ଲାଗୁଥିଲା ଯେ ଏହାକୁ ନେଇ […]

ଆରମ୍ଭ ହେଲା ଜିଆଇଏସ ମ୍ୟାପିଂ ସିଷ୍ଟମ ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି। କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର। ତେବେ ରାଜ୍ୟ ସରକାର ଏବେ […]

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ପରମ୍ପରା ଭାଙ୍ଗିବ ନାହିଁ। କିନ୍ତୁ କରୋନା ଭାଇରସ ଯୋଗୁଁ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଯଦିଓ ଆଡମ୍ବର ସହ ପାଳନ ହେବ ନାହିଁ, ତଥାପି ନିରାଡମ୍ବର ସହ ପାଳନ ହେବ। ଆସନ୍ତା ୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଆଉ ଏକ ପର୍ଯ୍ୟାୟର ଲକଡାଉନ୍ ଜାରି ହେବା ନେଇ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍-୪ ଜାରି ହେବା ନେଇ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଆଗାମୀ ଲକଡାଉନ୍ ଅନ୍ୟ ୩ଟି ପର୍ଯ୍ୟାୟର ଲକଡାଉନ୍ ଠାରୁ ଭିନ୍ନ ହେବ। ଏହା ସଂପୂର୍ଣ୍ଣ ନୂତନ ରୂପରେଖ ନେଇ […]

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରେଳ ଚଳାଚଳ। ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଯାତ୍ରୀଙ୍କ ମନରେ ଉତ୍ସାହ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ଟିକଟ ଘଣ୍ଟାଏରୁ କମ୍ ସମୟ ଭିତରେ ବିକ୍ରି ହୋଇ ଯାଇଛି। ୧୩ ତାରିଖ ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଟ୍ରେନ ଚାଲିବ। ଏହା ପୂର୍ବରୁ ଭୁବନେଶ୍ୱର ରେଳ […]

Social media & sharing icons powered by UltimatelySocial