ନୂଆଦିଲ୍ଲୀ: କୋଭିଡ୍-୧୯ ଅନ୍‌ଲକିଙ୍ଗ୍‌ର ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ ୫ ତାରିଖ ଠାରୁ ପୁଣି ଯୋଗ ଓ ଜିମ୍ନାସିୟମ୍ କେନ୍ଦ୍ର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ, ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି ମାର୍ଗଦର୍ଶିକା ଅନୁସାରେ କୋଭିଡ୍-୧୯ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଥିବା ଯୋଗ ପ୍ରତିଷ୍ଠାନ ଓ ଜିମ୍ନାସିୟମ୍ କେନ୍ଦ୍ରଗୁଡ଼ିକ ଖୋଲିବାକୁ ଅନୁମତି ମିଳିବ ନାହିଁ। ନିବୁଜ ସ୍ଥାନମାନଙ୍କରେ ଥିବା ଜିମ୍ନାସିୟମ୍ ଓ ଯୋଗ ପ୍ରତିଷ୍ଠାନଗୁଡ଼ିକୁ ୬୫ ବର୍ଷରୁ ଅଧିକ ବୟସ୍କ […]

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ […]

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ କେତେକ ଅଦଳ ବଦଳ ହୋ୍ଇଥିବା ଜଣାଯାଇଛି। ଓଡ଼ିଶା ସରକାର ଆଜି ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି। ତାଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ନିଯୁକ୍ତି […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି […]

ରାମ ମନ୍ଦିର ଭୂମିପୂଜନ ଉତ୍ସବରେ ଯୋଗ ଦେଇପାରିବେନି ଶାହା ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି। ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ। ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ […]

‘ନାସା’ର ନୂତନ ଫଟୋଚିତ୍ରକୁ ଅନୁଧ୍ୟାନ କରୁଛି ‘ଇସ୍ରୋ’ ବେଙ୍ଗାଲୁରୁ: ଗତବର୍ଷ ‘ନାସା’ ଉତ୍ତୋଳନ କରିଥିବା ଫଟୋଚିତ୍ରରୁ ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ଲ୍ୟାଣ୍ଡର୍ ବିକ୍ରମର ଭଗ୍ନାଂଶ ଚିହ୍ନଟ କରିଥିବା ଚେନ୍ନାଇ ଇଞ୍ଜିନିୟର୍ ଶାନମୁଗା ସୁବ୍ରମଣିୟାନ୍ ଏଇ ମେ ମାସରେ ‘ନାସା’ ରିଲିଜ୍ କରିଥିବା ନୂଆ ଫଟୋରୁ ରୋଭର୍‌ ପ୍ରଜ୍ଞାନ ସମ୍ବନ୍ଧରେ କିଛି ତଥ୍ୟ ପାଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନକୁ ଇ-ମେଲ୍ କରି ସେ କହିଛନ୍ତି ଯେ ‘ନାସା’ର ନୂଆ ‌ଫଟୋଚିତ୍ରରେ ‘ପ୍ରଜ୍ଞାନ’ […]

ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍‌ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍‌‌ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା। ଉପରକୁ ହସୁଥିଲେ ବି ପୁଅର ଭବିଷ୍ୟତ ଚିନ୍ତାରେ ସେ ଭିତ‌ରେ ଭିତରେ କୁହୁଳୁଛନ୍ତି। ଭଲ କ‌ଲେଜରେ ଦାମୀ ପାଠ […]

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗୁରୁବାର ଦିନ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ସୂଚନ‌ା ଅନୁଯାୟୀ, ଜୁଲାଇ ୩୦ରେ ସନ୍ଧ୍ୟା ୭ଟା ସମୟରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି।ସୂଚନା ମୁତାବକ, ଗତ କିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷା ସୋନିଆ […]

ନୂଆଦିଲ୍ଲୀ: ‘ଭୂମି ପୂଜନ’ କିମ୍ବା ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଅତିଥିଙ୍କ ତାଲିକାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୨୦୦ରୁ ଉର୍ଦ୍ଧ୍ବ ଲୋକ ଏହି ଭୂମି ପୂଜାରେ ଯୋଗ ଦେବେ ବୋଲି ଖବର ମିଳିଥିବା ବେଳେ ଏବେ ଏହି ସଂଖ୍ୟାକୁ କମ କରି ଦିଆଯାଇଥିବା ଜଣା ପଡ଼ିଛି। ଅତିଥିଙ୍କ ସଂଖ୍ୟା ୨୦୮ ଥିବା ବେଳେ ଏବେ ଏହି ସଂଖ୍ୟାକୁ କମ କରାଯାଇ ୧୭୦ରୁ ୧୮୦କୁ ହ୍ରାସ କରାଯାଇଛି। […]

ଲକ୍ଷୗ: କରୋନା ନେଲା ମନ୍ତ୍ରୀଙ୍କ ଜୀବନ। ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଲ ରାଣୀ ବରୁଣ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସେ ଲକ୍ଷୗର ପିଜିଆଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଗତ ଜୁଲାଇ ୧୮ ତାରିଖରୁ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶ କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ। କମଲା ବରୁଣଙ୍କ ଏପରି ଅକାଳ […]

Social media & sharing icons powered by UltimatelySocial