ନୂଆଦିଲ୍ଳୀ : କେନ୍ଦ୍ର ସରକାର ଆଜି ନୂଆ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରିଛନ୍ତି। ଏଥିରେ ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଶିକ୍ଷା ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୧୯୬୮ ଏବଂ ୧୯୮୬ ପରେ ତୃତୀୟ ଥର ପ୍ରଣୟନ କରାଯାଇଥିବା ଏହି ନୀତିରେ ତିନି ବର୍ଷ ବୟସରୁ ସ୍କୁଲ ଶିକ୍ଷ‌ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷା ପାଇଁ ଅଧିକାର ସୀମା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଭୟ ଘ‌େରାଇ […]

ମସ୍କୋ: ବିଶ୍ବରେ ଅଦ୍ୟାବଧି କୋଟିଏ ୭୦ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୬୫ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ରୁଷିଆ ଆଗାମୀ ଦୁଇ ସପ୍ତାହ ଭିତରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଏକ ଟିକାର ସାର୍ବଜନୀନ ବ୍ୟବହାର କରାଇବ ବୋଲି ଜଣାଯାଇଛି। ଦେଶର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ ଉକ୍ତ […]

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ତୁରନ୍ତ ଯାତ୍ରୀବା‌ହୀ ରେଳ ଚଳାଚଳ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିବାକୁ ମତ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି […]

ଦିନକରେ ୧୩୭ ପଜିଟିଭ୍ ଚିହ୍ନଟ, ଅସମ୍ଭାଳ କଲାଣି ବସ୍ତି ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ସ୍ଥିତିରେ ବଢ଼ି ଚାଲିଛି କରୋନା। ଜୁଲାଇ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୨୧୭୦ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏଥିରେ ୬୬୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଯାହାର ହାର ରହିଛି ୩୦ ପ୍ରତିଶତ। ସେମାନଙ୍କ ମଧ୍ୟରୁ କେତେଜଣ ହଟ୍‌ସ୍ପଟ୍‌ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଅଧିକାଂଶ କେଉଁ ପରିସ୍ଥିତିରେ ସଂକ୍ରମିତ […]

ଟିଭିରେ ସିଧାପ୍ରସାରଣ ଦେଖିବେ ରାଜ୍ୟବାସୀ ଭୁବନେଶ୍ୱର : ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ପରି ପରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ। ପୁଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ। ବ୍ୟାଣ୍ଡ ପାର୍ଟି ସହ ୩ଟି ପୁଲିସ ବାହିନୀ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। କୋଭିଡ୍-୧୯ କଟକଣା […]

ସ୍କୁଲ୍‌, ମେଟ୍ରୋ, ସିନେମାହଲ୍‌ ବନ୍ଦ ରହିବ, ଅବରୋଧ ଅଞ୍ଚଳରେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଲକ୍‌ଡାଉନ୍ ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନ୍‌ଲକ୍‌-୩ ପାଇଁ ଆଜି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପୂର୍ବରୁ ଜାରି ରହିଥିବା ରାତ୍ରୀକାଳୀନ କର୍ଫ୍ୟୁ ଏବେ ହଟାଇ ଦିଆଯାଇଛି। ୫ ଅଗଷ୍ଟରୁ ଦେଶରେ ଯୋଗ କେନ୍ଦ୍ର ଏବଂ ଜିମ୍‌ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। […]

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଶିତଲାପଲ୍ଲୀ ଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ୪ ଦିନ ପରେ ଖବର ଦିଆଯାଇଛି, ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ମାମଲା ଥାନା ପର୍ଯ୍ୟନ୍ତ ଯାଇଛି।ସୂଚନା ପ୍ରକାରେ, ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ଗତ ୧୯ ତାରିଖରେ […]

ବରଗଡ଼ରୁ ସର୍ବାଧିକ ୮୯.୩୭% ଓ ନୂଆପଡ଼ାରୁ ସର୍ବନିମ୍ନ ୬୦.୧୮% ପାସ ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିପ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୮୯.୩୭ ପ୍ରତିଶତ ପିଲା ପାସ କରିଛନ୍ତି। ସେହିଭଳି ନୂଆପଡ଼ା ଜିଲ୍ଲାରୁ ୬୦.୧୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୮୪.୪୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । କଟକ ପରେ ଦ୍ୱତୀୟ ସ୍ଥାନ ଅଧିକାର କରିଛି […]

ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି। ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ମେଡିକାଲ ହଲ୍‌ର ୧୩ ଜଣ କର୍ମଚାରୀ ଏବଂ ମାଲିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। କ୍ୱାରେଣ୍ଟାଇନ ସମୟରେ […]

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସ୍ଵେଚ୍ଛାସେବୀ ସଂଗଠନ ଯୁବଶକ୍ତି ପକ୍ଷରୁ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ କରାଯିବାସହ ମହାମାରୀ କରୋନାର ମୁକାବିଲା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ବ୍ଲକର କାଁପଡା ପଞ୍ଚାୟତ ଓ ଦପାନାୟକଣି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା। ଏଥିସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇ ମହାମାରୀ କରୋନାର ମୁକାବିଲା କରିବାକୁ ସଂଗଠନ ତରଫରୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ଆବାହକ ଯୁବ ଆଇନଜୀବୀ ସତ୍ୟସୁନ୍ଦର […]

Social media & sharing icons powered by UltimatelySocial