ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି। ଆଜି ସକାଳେ ୟୁନାଇଟେଡ୍ ଆରବ ‌ଏମିରେଟ୍‌ସ୍‌ରୁ ଉଡାଣ କରିଥିବା ୫ଟି ରାଫେଲ୍ କିଛି ସମୟ ପୂର୍ବରୁ ଭାରତୀୟ ଆକାଶ […]

ଜେନେଭା: ବିଶ୍ବରେ ଅଦ୍ୟାବଧି କୋଟିଏ ୬୭ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୫୮ ହଜାର ମୃତ୍ୟୁର କାରଣ ସାଜିଥିବା କରୋନାଭୂତାଣୁ ମହାମାରୀ ବିଶ୍ବର ସବୁଠୁ ଖରାପ ସ୍ବାସ୍ଥ୍ୟ ସଂକଟ ଭାବେ ଉଭା ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଆଗରୁ କେବେ ବି ଏଭଳି ସ୍ଥିତିର ମୁକାବିଲା କରିନଥିଲା ବୋଲି ଏହାର ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ସୋମବାର କହିଛନ୍ତି। ତେବେ ନିୟମିତ ମାସ୍କ ପିନ୍ଧିବା ସହ […]

ଯାଜପୁର: ଯାଜପୁରର ଦାନଗଦିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୬୦ ବର୍ଷର ବ୍ୟକ୍ତିଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ହେଉଛନ୍ତି ଯାଜପୁର ରୋଡ୍‌ ଦାନଗଦି ଫାଣ୍ଡି ଅନ୍ତର୍ଗତ ଖପୁରିଆପଦା ଗାଁର ଶରତ ଚନ୍ଦ୍ର ଭୋଳ। ଶରତ ଗତକାଲି ସଂଧ୍ୟାରେ କେଉଁ କାମରେ ଘରୁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କୁ ସନ୍ଦେହ […]

ନୂଆଦିଲ୍ଲୀ: ଦେଶରେ ଥିବା ମୋଟ୍ ୨, ୯୬୭ଟି ବାଘ ମଧ୍ୟରୁ ସର୍ବାଧିକ ସଂଖ୍ୟକ ବାଘ ୨୩୧ଟି ଅଛନ୍ତି କେବଳ ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ। ମଙ୍ଗଳବାର ଦିନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍ ରିଲିଜ୍ କରିଥିବା ‘ଷ୍ଟାଟସ୍ ଅଫ୍ ଟାଇଗର୍ସ, କୋପ୍ରିଡାଟର୍ସ ଆଣ୍ଡ୍ ପ୍ରେ ଇନ୍ ଇଣ୍ଡିଆ’ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ୨୦୦୬ରେ କର୍ବେଟ୍‌ରେ ବାଘସଂଖ୍ୟା ଥିଲେ ୧୩୭। ୨୦୧୦ରେ ତାହା ବୃଦ୍ଧି […]

ବିଏମ୍‌ସି ହସ୍ପିଟାଲ୍‌ରେ ଲାଗିଲା ସାନିଟାଇଜ୍‌ର ମେସିନ୍ ପୁରୁଣା ଭୁବନେଶ୍ବର: ବିଏମ୍‌ସି ହସ୍ପିଟାଲ୍‌ରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ରୋଗୀମାନଙ୍କୁ ଆଡ୍‌ମିସନ୍‌ କରାଇବା ପୂର୍ବରୁ କରୋନା ରିପୋର୍ଟ ପ୍ରଦର୍ଶନ କରିବାକୁ କୁହାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ରୋଗୀମାନଙ୍କୁ କେବଳ ଆଡମିସନ୍‌ କରାଯାଉଛି। ଅର୍ଥାତ୍ ଏଣିକି ବିନା କରୋନା ରିପୋର୍ଟରେ ବିଏମ୍‌ସି ହସ୍ପିଟାଲରେ ଆଡ୍‌ମିସନ୍ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଯେଉଁ ରୋଗୀ ବହିର୍ବିଭାଗରେ ଡାକ୍ତରଙ୍କ ସହ ସାକ୍ଷାତ ପାଇଁ […]

କଟକ: ରାଜ୍ୟରେ ୭୦୦ ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହେଲେଣି। ବିଭାଗରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ପ୍ରତ୍ୟେକ ଦିନ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ଥାନା ଭିତରକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଅଭିଯୋଗକାରୀ ଏବଂ ଥାନା ବାବୁଙ୍କ ମଧ୍ୟରେ ଦୂରତା ବୃଦ୍ଧି କରିବା ପାଇଁ ଥାନା ବାହାରେ ରିସେପ୍ସନ ସେଣ୍ଟର ବା ଅଭ୍ୟର୍ଥନ‌ା କେନ୍ଦ୍ର ଖୋଲାଯାଇଛି। ଥାନା ବାହାରେ ଯଦି ରିସେପ୍ସନ […]

ବାହାରିଲେଣି ୩୦୦ ଆକ୍ରାନ୍ତ, ଘରୋଇ ହସ୍ପିଟାଲ‌ରୁ ୨୦୦ରୁ ଅଧିକ ଭୁବନେଶ୍ବର: ରାଜଧାନୀରେ ଆଜି ସୁଦ୍ଧା ୨୩୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ପ୍ରାୟ ୩୦୦ରୁ ଅଧିକ ହେଉଛନ୍ତି ହସ୍ପିଟାଲ କର୍ମଚାରୀ। ଏଥିରୁ ୨୦୦ରୁ ଅଧିକ କେବଳ ୧୦ରୁ ଅଧିକ ଘରୋଇ ହସ୍ପିଟାଲର କର୍ମଚାରୀ ହୋଇଥିବା ବେଳେ ୧୦୦ରୁ ଅଧିକ ହେଉଛନ୍ତି ତିନିଟି ସରକାରୀ ମେଡିକାଲର କର୍ମଚାରୀ। ଘ‌ରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ରାଜ୍ୟର […]

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୫ ଛୁଇଁବା ପରେ ବିଜେପି ସରକାରୀ ଦଳକୁ ଘେରିଛି। ଭୁବନେଶ୍ବରର ସ୍ଥିତି ଅଣାୟତ୍ତ ହୋଇଯାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

୧୭ ବର୍ଷ ପରିଶ୍ରମରେ ସବୁଜିମା ଲେଉଟିଲା, ରାତାରାତି ଲଣ୍ଡା କରିଦେଇଥିଲେ କାଠମାଫିଆ ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ପୁନାସିଆ ଗାଁକୁ ଲାଗିରହିଛି ପାଖାପାଖି ୮୦ ହେକ୍ଟର ପରିସୀମା ପରିବ୍ୟାପ୍ତ ଗ୍ରାମ୍ୟ ଜଙ୍ଗଲ। ହେଲେ, ୧୭ ବର୍ଷ ପୂର୍ବରୁ ଏହି ଜଙ୍ଗଲ ଉପରେ ନଜର ପକାଇଥିଲେ କାଠ ମାଫିଆ। ରାତାରାତି ଗଛ କାଟି ଜଙ୍ଗଲ ଲଣ୍ତା କରି ଦେଉଥିଲେ। ସେତେବେଳେ ବନବିଭାଗର ଏତେ କଡ଼ା ନଜର ବି ନଥିଲା। ଆଉ […]

ଚାନ୍ଦବାଲି : ଚାନ୍ଦବାଲି ଓସ୍ତିଆ ପଂଚାୟତ ପଣସପଡା ଗାଁର କିଶୋରେ ପଣ୍ଡାଙ୍କ ଠାରୁ ଚାନ୍ଦବାଲି ଆର ଆଇ ସୁବ୍ରତ ମଲିକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଶ୍ରୀ ମଲିକ ଅଭିଯୋଗକାରୀ ଶ୍ରୀ ପଣ୍ଡାଙ୍କ ଜମିବାଡ଼ିର ଲିଗାଲ ହେୟାର କରାଇଦେବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ପଣ୍ଡା ଏତେ ଟଙ୍କା ଦେଇନପାରି ଭଦ୍ରକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ […]

Social media & sharing icons powered by UltimatelySocial