ପୁଲିସ ବିଭାଗରେ ୭୦୦ କରୋନା ସଂକ୍ରମିତ: ଆଇପିଏସ୍‌ ଅଫିସର୍‌ଙ୍କ ପିଏ ସଂକ୍ରମିତ

ଅଗଷ୍ଟ ଲାଗି କରୋନା କଟକଣା

କଟକ: ରାଜ୍ୟରେ ୭୦୦ ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହେଲେଣି। ବିଭାଗରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ପ୍ରତ୍ୟେକ ଦିନ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ଥାନା ଭିତରକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଅଭିଯୋଗକାରୀ ଏବଂ ଥାନା ବାବୁଙ୍କ ମଧ୍ୟରେ ଦୂରତା ବୃଦ୍ଧି କରିବା ପାଇଁ ଥାନା ବାହାରେ ରିସେପ୍ସନ ସେଣ୍ଟର ବା ଅଭ୍ୟର୍ଥନ‌ା କେନ୍ଦ୍ର ଖୋଲାଯାଇଛି। ଥାନା ବାହାରେ ଯଦି ରିସେପ୍ସନ ସେଣ୍ଟର ପାଇଁ ପୃଥକ ଘରନଥାଏ ତେବେ ଅସ୍ଥାୟୀ ଟେଣ୍ଟ୍‌ରେ‌ ରିସେପ୍ସନ ସେଣ୍ଟର ଖୋଲିବାକୁ ପୁଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍ ଅଭିଯୋଗକାରୀ ଥାନାକୁ ନ ଆସି ଫୋନରେ ଅଭିଯୋଗ କରିବା ପାଇଁ ସ୍ବତନ୍ତ୍ର ନମ୍ବର ଜାରି କରିବାକୁ ପ୍ରତ୍ୟେକ ଜିଲ୍ଲା ଏସପିଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ଫୋନରେ ଘରେ ରହି ଅଭିଯୋଗ କରାଯିବ।

ସୂଚନା ଅନୁଯାୟୀ, ମୋବାଇଲ୍ ଫୋନରେ ଲୋକଙ୍କ ଅଭିଯୋଗ ଶୁଣି ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହି କଣ୍ଟ୍ରୋଲରୁମ୍ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବ। ଅଭିଯୋଗକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଟେଲିଫୋନ୍ ରିସିଭର୍ ଏବଂ ପୁଲିସ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଫୋନ ନମ୍ବର ଫେସବୁକ, ଟୁଇଟରରେ ସେୟାର କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ। ଏହାବାଦ୍ ପ୍ରତ୍ୟେକ ଥାନା ପୁଲିସ ସେମାନଙ୍କ ଲ୍ୟାଣ୍ଡଫୋନ୍ ନମ୍ବର, ସିୟୁଜି ନମ୍ବର ଏବଂ ଇ-ମେଲ୍ ଆଇଡି ସୋସିଆଲ୍ ମିଡିଆ ଏବଂ ପ୍ରେସ ରିଲିଜ୍ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ। ଏହି ନମ୍ବରଗୁଡ଼ିକ ଯେଭଳି କାର୍ଯ୍ୟକ୍ଷମ କରୁଥିବ ସେ ନେଇ ଥାନା ଅଧିକାରୀ ସୁନିଶ୍ଚିତ କରିବେ। ଜିଲ୍ଲା ପୁଲିସ ମୁଖ୍ୟାଳୟ କିମ୍ବା ଥାନା ସ୍ତରରେ ଫୋନରେ ଅଭିଯୋଗ ଗ୍ରହଣ କାର୍ଯ୍ୟକ୍ରମକୁ ଜିଲ୍ଲା ଏସ୍‌ପି/ଡିସିପି ସିଧାସଳଖ ଅନୁଧ୍ୟାନ କରିବେ।
ଅପରପକ୍ଷେ ଜରୁରୀ ପରିସ୍ଥିତିରେ ଜନସାଧାରଣ ରେଞ୍ଜ ଡିଆଇଜି, ଏସପି କିମ୍ବା ଏସଡିପିଓଙ୍କୁ ଫୋନ୍ କରିପାରିବେ। ଏହାବାଦ୍ ଗେଟ୍ ବାହାରେ ଏକ ଚିଠି ବାକ୍ସ ବି ରହିବ। ଏଥିରେ ଅଭିଯୋଗକାରୀ ନିଜ ଲିଖିତ ଅଭିଯୋଗ ଦେଇପାରିବେ। ତୁରନ୍ତ ଏଭଳି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ପୁଲିସ ଡିଜି ଅଭୟ ସତର୍କ କରାଇଥିବା ସୂଚନା ମିଳିଛି।
ଆଇପିଏସ୍‌ ଅଫିସର୍‌ଙ୍କ ପିଏ ସଂକ୍ରମିତ
ପୁଲିସ୍‌ ସେବା ଭବନରେ ପଶିଲା କରୋନା। ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହା ଜଣାପଡ଼ିବା ପରେ ତାଙ୍କ ସହ କାମ କରୁଥିବା ଅନ୍ୟ ସହଯୋଗୀମାନେ ଛାନିଆ ହୋଇଛନ୍ତି। କେଉଁ କେଉଁ ସହଯୋଗୀମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଚିହ୍ନଟ କରାଯାଉଛି। ଅପରପକ୍ଷେ ଅଧିକାରୀଜଣଙ୍କ ବସୁଥିବା ମହଲାକୁ ସଂପୂର୍ଣ୍ଣ ସାନିଟାଇଜ୍‌ କରାଯାଇଛି।

Share Now:

Kalinga News Beuro

Next Post

ନେଗେଟିଭ୍‌ ଥିଲେ ବିଏମ୍‌ସି ହସ୍ପିଟାଲ୍‌ରେ ଆଡ୍‌ମିସନ୍

Wed Jul 29 , 2020
ବିଏମ୍‌ସି ହସ୍ପିଟାଲ୍‌ରେ ଲାଗିଲା ସାନିଟାଇଜ୍‌ର ମେସିନ୍ ପୁରୁଣା ଭୁବନେଶ୍ବର: ବିଏମ୍‌ସି ହସ୍ପିଟାଲ୍‌ରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ରୋଗୀମାନଙ୍କୁ ଆଡ୍‌ମିସନ୍‌ କରାଇବା ପୂର୍ବରୁ କରୋନା ରିପୋର୍ଟ ପ୍ରଦର୍ଶନ କରିବାକୁ କୁହାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ରୋଗୀମାନଙ୍କୁ କେବଳ ଆଡମିସନ୍‌ କରାଯାଉଛି। ଅର୍ଥାତ୍ ଏଣିକି ବିନା କରୋନା ରିପୋର୍ଟରେ ବିଏମ୍‌ସି ହସ୍ପିଟାଲରେ ଆଡ୍‌ମିସନ୍ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଯେଉଁ ରୋଗୀ ବହିର୍ବିଭାଗରେ ଡାକ୍ତରଙ୍କ ସହ ସାକ୍ଷାତ ପାଇଁ […]
ନେଗେଟିଭ୍‌ ଥିଲେ ବିଏମ୍‌ସି ହସ୍ପିଟାଲ୍‌ରେ ଆଡ୍‌ମିସନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial