କାବୁଲ: ସୋମବାର ଦିନ କାବୁଲସ୍ଥିତ ଏକ ଗୁଇନ୍ଦା ତାଲିମ ପ୍ରତିଷ୍ଠାନ ଉପରେ ସଶସ୍ତ୍ର ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ଆଫଗାନ ରାଜଧାନୀରେ ପୁଲିସ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଲଢ଼େଇ ତୁମୁଳ ହୋଇଛି। ପ୍ରାୟ ୧୦ ଟା ୧୦ ମିନିଟ୍‌ ସମୟରେ ଦଳେ ସଶସ୍ତ୍ର ଆକ୍ରମଣକାରୀ କାବୁଲର ଅସଫର୍‌ ଅଞ୍ଚଳରେ ଥିବା ଏନ୍‌ଡିଏସ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌ର ନିର୍ମାଣାଧୀନ କୋଠାରେ ପ୍ରବେଶ କରିଥିଲେ ବୋଲି ଅଭ୍ୟନ୍ତର ମନ୍ତ୍ରାଳୟର ମୁଖପାତ୍ର ନାଜିବ ଦାନିଶ କହିଛନ୍ତି। […]

ନୂଆଦିଲ୍ଲୀ: ବାଂଲାଦେଶର ଜଣେ ରାଜନେତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲାଠି ଚାର୍ଜ କରିବାରୁ ଦଳାଚକଟାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶାସକ ଆଓ୍ଵାମି ଲିଗ୍‌ ପାର୍ଟିର ବରିଷ୍ଠ ନେତା ତଥା ଦେଶର ଦ୍ୱିତୀୟ ବୃହତ୍ତମ ସହରର ୩ ଥର ମେୟର ଥିବା ମୋହିଉଦ୍ଦିନ ଚୌଧୁରୀଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା। ତେବେ ଜମଲ ଖାନ୍‌ର […]

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ହାତକୁ ଯାଇଛି ଶାସନ ଡୋର। ଜନାଦେଶ ଯାଇଛି ପଦ୍ମ ସପକ୍ଷରେ। ଗୁଜୁରାଟରେ ପୂର୍ବଭଳି ଭାଜପା ସରକାର ଗଢୁଥିବା ବେଳେ ହିମାଚଳପ୍ରଦେଶରେ କଂଗ୍ରେସକୁ ଧୂଳି ଚଟାଇ ସତ୍ତାରୁଢ ହେବ ବିଜେପି। ଦୁଇ ରାଜ୍ୟର ଭୋଟ୍‌ଗଣନା ପରେ ଏ କଥା ସ୍ପଷ୍ଟ ହୋଇଛି ଯେ, ହିମାଚଳରେ ଭାଜପାକୁ ଅଧିକ ରାଜନୈତିକି ଫାଇଦା ମିଳିଥିବା ବେଳେ ଗୁଜରାଟରେ ସ୍ଥିତି ବଜାଏ ରଖିବାକୁ ପଦ୍ମଦଳିଆଙ୍କୁ ବହୁକଷ୍ଟ […]

ନୂଆଦିଲ୍ଲୀ: ବିଜେପି ଜିତିଛି। ଖାଲି ଗୁଜୁରାଟରେ ନୁହେଁ ଏବେ ହିମାଚଳପ୍ରଦେଶରେ ବି ଉଡିବ ଗେରୁଆ ପାତାକା। ଯାହାକୁ ନେଇ ବେସ୍‌ ଉତ୍ସାହିତ ହୋଇ ଉଠିଛନ୍ତି ଭାଜପା ନେତା ଓ କର୍ମି। ୨ ରାଜ୍ୟରେ ଭାଜପାର ବିଜୟ ଉତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। “ଘରେ ନ ପସୁଣୁ ଚାଳ ବାଜିଲାଣି” ବୋଲି କହି ରାଜନାଥ କଟାକ୍ଷ କରିଛନ୍ତି। […]

ନୂଆଦିଲ୍ଲୀ: ସମ୍ମାନଜନକ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼େଇରେ ବିଜେପି ବାଜି ମାରିଛି । ପୁଣିଥରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟ ଜନତା। କାମ ଦେଇଛି ମୋଦି ମ୍ୟାଜିକ। ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ ବିଜେପି। ସେପଟେ ଆସନ ସଂଖ୍ୟା ବଢ଼ିଥିଲେ ବି ପୁଣିଥରେ ଚିତପଟାଙ୍ଗ ହୋଇଛି କଂଗ୍ରେସ। ନୋଟ୍ ବନ୍ଦୀ, ଜିଏସଟି ଓ ୩ ଯୁବନେତାଙ୍କୁ ନେଇ ବିଜେପି ବିରୋଧରେ ଜୋରସୋର […]

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ ୪୦ ହଜାର ଟଙ୍କା ଓ ସ୍ପନ୍ଦନ ସଂସ୍ଥାରୁ ୨୧ ହଜାର ଟଙ୍କା ଲୋନ୍ ଆଣି […]

ନବରଙ୍ଗପୁର: ମକାର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ରାସ୍ତାକୁ ଓହ୍ଲାଇଲା ଚାଷୀ। ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଭଣ୍ଡାରଘର ମନ୍ଦିର ପାଖରେ ଧାରଣାରେ ବସିଛନ୍ତି ଚାଷୀ । ମକା ମୂଲ୍ୟ କୁଇଣ୍ଟାଲ ପ୍ରତି ୧୪୨୫ ଟଙ୍କା ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇ ପ୍ରଶାସନ ଭୂଆଁ ବୁଲାଉ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମକା ବିକ୍ରି କରିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁ କମରେ ବେପାରୀ ମାଗୁଛନ୍ତି। ମକାଗଜା ହେବାକୁ […]

କଟକ: କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗ ଓ ଓଜନ-ମାପ ବିଭାଗର ମିଳିତ ଚଢାଉ।  କେତେକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ଓ କମ୍ ପରିମାଣର ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।  ଚଢାଉ ବେଳେ ସିଡିଏର ଏକ ପେଟ୍ରୋଲ ପମ୍ପର ୨ଟି ପମ୍ପକୁ ସିଲ୍ କରାଯିବା ସହ ୪୦ ଲିଟର ଖୋଲା ପେଟ୍ରୋଲ୍ ଜବତ ହୋଇଛି । ଆଗକୁ କଟକ ଜିଲାର ବିଭିନ୍ନ ଅଂଚଳରେ […]

ମାଲକାନଗିରି : ମାଲକାନଗିରିରେ ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ନକ୍ସଲ ହିଂସା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ଗତକାଲି ରାତିରେ ପ୍ରାୟ ୫୦ ସଶସ୍ତ୍ର ନକ୍ସଲ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୮ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଖଇରପୁଟ ବ୍ଲକର ବଣ୍ଡା ଘାଟିର ମୁଦୁଲିପଡା ଠାରୁ ଅଣ୍ଡ୍ରାହାଲ ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି। […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ରେଳବାଇ ପକ୍ଷରୁ ସଂଯୋଗ, ସମନ୍ଵୟ ଓ ବିଚାରବିମର୍ଶ ଶୀଷର୍କରେ ଦିବସବ୍ୟାପୀ […]

Social media & sharing icons powered by UltimatelySocial