ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ୪ ଓ୍ବିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି। ଆଜିର ମ୍ୟାଚରେ ପୁଣି ବିରାଟ କୋହଲିଙ୍କ ବ୍ୟାଟର କମାଲ ଦେଖିବାକୁ ମିଳିଛି। ସେ ଅପରାଜିତ ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି। ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ ବୋଲର ମହମ୍ମଦ ନୱାଜ ଗୋଟିଏ ୱାଇଡ୍ ପକାଇବାରୁ […]

୧୦ ବର୍ଷ ପରେ ପୁଣିଥରେ ନିର୍ଦ୍ୱନ୍ଦ ନିର୍ବାଚନ ଭୁବନେଶ୍ବର : ଓଡ଼ିଶା କ୍ରିକେଟ୍‌ରେ ରାଜନୀତି ବ୍ୟକ୍ତିବିଶେଷଙ୍କ ପ୍ରଭାବ ଆରମ୍ଭ ହୋଇଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ହେବା ନିଶ୍ଚିତ ହେବା ପରଠୁ ରାଜନୈତିକ ବ୍ୟକ୍ତିମାନଙ୍କର ଦବ୍‌ଦବା ଆରମ୍ଭ ହେବା ଆଶଙ୍କା କରାଯାଉଛି। ଏହାର ସଦ୍ୟତମ ଉଦାହରଣ ସ୍ବରୂପ ଶୁକ୍ରବାର ଓସିଏ କାର୍ଯ୍ୟାଳୟ ପରିବେଶ ଉପରେ ନଜର ପକାଇଲେ ଜାଣିହେବ। ପ୍ରଣବ […]

ଭୁବନେଶ୍ବର: ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍ନରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଯଥା ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ […]

ଭୁବନେଶ୍ବର: ପୂର୍ବତନ ଖେଳାଳି ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ହୋଇଛନ୍ତି। ଓଡ଼ିଆ ପୁଅ ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ଭାରତୀୟ ହକିର ସଭାପତି ହୋଇଛନ୍ତି। ଏହି ପଦବି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ‘ହକି ଇଣ୍ଡିଆ’ର ସଭାପତି ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର […]

ମୁମ୍ବାଇ : ଆସନ୍ତା ମାସରୁ ଟି-୨୦ ବିଶ୍ବକପ କ୍ରିକେଟ୍ ଆରମ୍ଭ ହେଉଥିବାବେଳେ କ୍ରିକେଟ ନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି। ଏସବୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଅନୁମୋଦନ କରାଯାଇଛି। ସବୁଠାରୁ ଚର୍ଚ୍ଚିତ ସଂଶୋଧନ ଆସିଛି କ୍ରିକେଟ ବଲରେ ଲାଳ ଘସି ସାଇନିଂ କରିବାକୁ ନେଇ। ଏଣିକି କ୍ରିକେଟ ବଲରେ ଲାଳ ଘସିବା ନିଷିଦ୍ଧ କରାଯାଇଛି। କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହି ନିୟମକୁ […]

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ସେ ତାଙ୍କର ୧୩ ବର୍ଷର କ୍ୟାରିୟର୍‌ ମଧ୍ୟରେ ୪୯ ଟେଷ୍ଟ୍‌, ୯୮ ୱାନ୍‌ଡେ ଓ ୨୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅମ୍ପେୟାରିଂ କରିଛନ୍ତି। ତାଙ୍କ ଉପରେ ୨୦୧୩ […]

ଫେରିବେ ବୁମରା,ହର୍ଷଲ ପଟେଲ ଓ ବାଦ ପଡ଼ିଲେ ଜାଡେଜା ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷିତ ଏହି ଦଳକୁ ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା, ହର୍ଷଲ ପଟେଲ ଫେରିଛନ୍ତି। ଏସିଆ କପରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ଅଧିକାଂଶ ଖେଳାଳିଙ୍କୁ ଟିମରେ ରଖାଯାଇଛି। ଏସିଆ କପ ପରି ରୋହିତ ଶର୍ମା ଓ […]

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ସଂଘ (ଓଭିଏ)ର ବାର୍ଷିକ ସାଧାରଣ ବୈଠକ ଏବଂ ୨୦୨୨-୨୬ ଋତୁ ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ ରବିବାର କଟକ ବାରବାଟୀସ୍ଥିତ ଓଡ଼ିଶା ଅଲିମ୍ପିକ୍‌ ସଂଘ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ‌ହୋଇଯାଇଛି। ଏହି ନିର୍ବାଚନ‌ରେ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ ହୋଇଥିଲେ। ସେହିପରି କମଳାକାନ୍ତ ପାଣ୍ଡେ କାର୍ଯ୍ୟକାରୀ ସଭାପତି, ସୟଦ ଅକମଲ ଅଲୀ, ଭବାନୀ ପ୍ରସାଦ ପଣ୍ଡା, ଜନାର୍ଦନ ଦାଶ, ରବୀନ୍ଦ୍ର […]

ଦୁବାଇ: ଏସିଆ କପ୍-୨୦୨୨ର ଫାଇନାଲ ମୁକାବିଲାରେ ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ଟିମ୍ ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ସାଢ଼େ ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଏହି ମୁକାବିଲା ପାଇଁ ବିଶ୍ବବ୍ୟାପୀ କ୍ରିକେଟ ପ୍ରଶଂସକ ଅପେକ୍ଷା କରିଛନ୍ତି। ଶ୍ରୀଲଙ୍କାର ଟିମ୍ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ୫ ଥର ଚମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ୩ୟ ଥର ପାଇଁ ଟ୍ରଫି ହାତେଇବାକୁ ଉଦ୍ୟମ […]

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିଅମରେ ଏକ ସ୍ଵତନ୍ତ୍ର ଉତ୍ସବରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଇଣ୍ଡିଆ ୨୦୨୨ର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ […]

Social media & sharing icons powered by UltimatelySocial